ଧୋନୀଙ୍କୁ ରହିବାକୁ ହେବ ସାବଧାନ! ଏହି ୩ଟି ଟିମ ଦେଇପାରନ୍ତି CSK କୁ ମାତ!

ବ୍ୟୁରୋ ରିପୋର୍ଟ: ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ଇତିହାସର ସବୁଠୁ ସଫଳ ଟିମ ମଧ୍ୟରୁ ଗୋଟେ। ସିଏସକେ ଲମ୍ବା ସମୟରୁ ନିଜ ଗ୍ରୁପ ଉପରେ ଭରସା ରଖିଛି। ବ୍ରାଭୋ ଓ ଜାଡେଜା ଲମ୍ବା ସମୟରୁ ସିଏସକେ ପଟୁ ଖେଳିଆସୁଛନ୍ତି। ଚେନ୍ନାଇରେ ଧୋନିଙ୍କୁ ଥାଲା ନାମରେ ଜଣାଯାଇଥାଏ। ସିଏସକେ ଚାରିଥର ଆଇପିଏଲ ଟ୍ରଫି ଜିତିଛି। ବର୍ଷ ୨୦୧୬, ୨୦୧୭ ରେ ବ୍ୟାନ ପରେ ୨୦୧୮ ରେ ଫେରି ସିଏସକେ ଆଇପିଏଲ ଟ୍ରଫି ଜିତି ଯାଇଥିଲା।

Google

ସବୁ ଥର ଚେନ୍ନାଇ ନିଜ ପୁରୁଣା ଟିମଙ୍କ ସହ ଓହ୍ଲାଇଥାଏ କିନ୍ତୁ ଏଥର ଅନେକ ଯୁବ ଖେଳାଳି ଟିମରେ ସାମିଲ ଅଛନ୍ତି। ଏଥର ଆଇପିଏଲ ପରେ ଧୋନି ଏହି ଫର୍ମାଟରୁ ସନ୍ୟାସ ନେଇପାରନ୍ତି। ଏହି ଲିଗରେ କିଛି ଟିମ ସହିତ ସିଏସକେର କଡା ଟକର ହୋଇଥାଏ ସେଥିରେ ଚିର ପ୍ରତିଦ୍ବନ୍ଦି ମୁମ୍ବାଇ ଇଣ୍ଡିଆନ୍ସ ସାମିଲ ଅଛି।

ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ୩୨ ମ୍ୟାଚ ହୋଇସାରିଛି:

ମୁମ୍ବାଇ ଏବେ ପର୍ଯ୍ୟନ୍ତ ୫ ଟି ଆଇପିଏଲ ଟ୍ରଫି ଜିତିଥିବା ବେଳେ ଚେନ୍ନାଇ ୪ ଥର ଜିତିଛି। ପୂର୍ଵ ୧୪ ସିଜନରେ ଦୁହେଁ ୯ ଥର ଟ୍ରଫି ସେୟାର କରିସାରିଛନ୍ତି। ଏହି ସିଜନରେ ଦୁହିଁଙ୍କ ମଧ୍ୟରେ ୨୧ ଏପ୍ରିଲକୁ ପ୍ରଥମ ଓ ୧୨ ମଇକୁ ଦ୍ୱିତୀୟ ମ୍ୟାଚ ହେବ। ଦୁହିଁଙ୍କ ମଧ୍ୟରେ ୩୨ ମ୍ୟାଚ ହୋଇସାରିଛି ଯେଉଁଥିରୁ ମୁମ୍ବାଇ ୧୯ ଓ ଚେନ୍ନାଇ ୧୩ ଟି ମ୍ୟାଚ ଜିତିଛି।

Google

ଡୁ ପ୍ଲେସିଙ୍କ ଅଧିନାୟକତ୍ୱରେ ଆରସିବି କରିବ ଚେନ୍ନାଇର ସାମ୍ନା:

ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ଓ ବିରାଟ କୋହଲିଙ୍କ ଆରସିବି ମଧ୍ୟରେ ଯେବେବି ମ୍ୟାଚ ହୋଇଛି ରୋମଞ୍ଚକ ମ୍ୟାଚ ହୋଇଛି। ଏଥର ଆରସିବିର ଅଧିନାୟକତ୍ୱ ଡୁ ପ୍ଲେସି ସମ୍ଭାଳିବେ। ଡୁ ପ୍ଲେସି ପୂର୍ଵ ସିଜନରେ ଚେନ୍ନାଇ ପଟୁ ଖେଳି ଚେନ୍ନାଇକୁ ଚାମ୍ପିୟାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ପାଳନ କରିଥିଲେ। ଦୁହିଁଙ୍କ ମଧ୍ୟରେ ମ୍ୟାଚ ୧୨ ଏପ୍ରିଲ ଓ ୪ ମଇକୁ ଅଛି। ଦୁହିଁଙ୍କ ମଧ୍ୟରେ ୨୭ ମ୍ୟାଚ ହୋଇଛି ଯେଉଁଥିରେ ସିଏସକେ ୧୭ ଓ ଆରସିବି ୯ ଟି ମ୍ୟାଚ ଜିତିଛି।

ଲକ୍ଷନୌ ସୁପର ଜାଏଣ୍ଟର୍ସ ଅଟେ ସନ୍ତୁଳିତ ଟିମ:

ଏଥର ନୂଆ କରି ଓହ୍ଲାଇବାକୁ ଯାଉଥିବା ଲକ୍ଷନୌ ସୁପର ଜାଏଣ୍ଟର୍ସ ମଧ୍ୟ ସିଏସକେ ପାଇଁ ଅସୁବିଧା ସୃଷ୍ଟି କରିପାରେ। ଆଇପିଏଲ ୨୦୨୨ ମେଗା ଅକ୍ସନରେ ଏହି ଟିମ ବେଷ୍ଟ ଟିମ ପ୍ରସ୍ତୁତ କରିଛି। ଲକ୍ଷନୌ ସୁପର ଜାଏଣ୍ଟର୍ସର ଅଧିନାୟକ ହେଉଛନ୍ତି କେ ଏଲ ରହୁଲ। ସେହି ଟିମରେ ରବି ବିସ୍ନୋଇ ମଧ୍ୟ ଅଛନ୍ତି ଯିଏକି ସିଏସକେର ବ୍ୟାଟ୍ସମ୍ୟାନଙ୍କ ପାଇଁ ବଡ଼ ବିପଦ ହୋଇପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *