ବ୍ୟୁରୋ ରିପୋର୍ଟ: ମହେନ୍ଦ୍ର ସିଂହ ଧୋନି ପୁଣି ସିଏସକେର ଅଧିନାୟକ ହେବା ପରେ ଟିମ ପୁଣି ବିଜୟ ଲୟରେ ବାହାରିଛି। ୧ ମଇକୁ ପୁନେରେ ହାଇଦ୍ରାବାଦ ସହ ଖେଳାଯାଇଥିବା ମ୍ୟାଚରେ ସିଏସକେ ହାଇଦ୍ରାବାଦକୁ ୧୩ ରନରେ ହରାଇଥିଲା। ଆଜି ସେହି ଗ୍ରାଉଣ୍ଡରର ମହେନ୍ଦ୍ର ସିଂହ ଧୋନିଙ୍କ ଟିମ ସିଏସକେ ଆରସିବି ବିରୁଦ୍ଧରେ ମ୍ୟାଚ ଖେଳିବ। ସିଏସକେକୁ ପ୍ଲେ ଅଫର ଦୌଡ଼ରେ ରହିବା ପାଇଁ ଏହି ମ୍ୟାଚ ଜିତିବାକୁ ପଡିବ। ଆରସିବି ବିରୁଦ୍ଧରେ ହେବାକୁ ଥିବା ଏହି ମ୍ୟାଚ ମହେନ୍ଦ୍ର ସିଂହ ଧୋନିଙ୍କପାଇଁ ଖାସ କାରଣ ଏହି ମ୍ୟାଚରେ ସେ ବ୍ୟକ୍ତିଗତ ରୂପରେ ଖାସ ଉପଲବ୍ଧି ହାସଲ କରିବେ।

ଏହି ମ୍ୟାଚରେ ଧୋନି ଚେନ୍ନାଇ ପାଇଁ ୨୦୦ ତମ ଆଇପିଏଲ ମ୍ୟାଚ ଖେଳିବେ। ସେ ଗୋଟେ ଟିମ ପଟୁ ୨୦୦ ବା ତାଠୁ ଅଧିକ ମ୍ୟାଚ ଖେଳିଥିବା ଦ୍ୱିତୀୟ ଖେଳାଳି ହେବେ। ତାଙ୍କ ପୂର୍ବରୁ ବିରାଟ କୋହଲି ଗୋଟେ ଟିମ ପଟୁ ୨୦୦ ରୁ ଅଧିକ ମ୍ୟାଚ ଖେଳିସାରିଛନ୍ତି। ବିରାଟ ଆରସିବି ପାଇଁ ଏବେ ପର୍ଯ୍ୟନ୍ତ ୨୧୭ ମ୍ୟାଚ ଖେଳିସାରିଛନ୍ତି। ଆଇପିଏଲରେ ଗୋଟେ ଟିମ ପଟୁ ସବୁଠୁ ଅଧିକ ମ୍ୟାଚ ଖେଳିବାର ରେକର୍ଡ ବିରାଟ କୋହଲିଙ୍କ ନାମରେ ଅଛି।
ଅଧିନାୟକ ରୂପରେ ୩୦୨ ତମ ମ୍ୟାଚ:
ମହେନ୍ଦ୍ର ସିଂହ ଧୋନି ଟି-୨୦ରେ ଅଧିନାୟକ ରୂପରେ ଆଜି ନିଜର୩ ୦୨ ତମ ମ୍ୟାଚ ଖେଳିବେ।ସେ ଅଧିନାୟକ ରୂପରେ ଏବେ ପର୍ଯ୍ୟନ୍ତ ଟି-୨୦ରେ ୫୯୯୪ ରନ କରିଛନ୍ତି। ଯଦି ଆଜିସେ ୬ ରନ କରିଦେବେ ସେ ଟି-୨୦ରେ ଅଧିନାୟକରୂପରେ ୬ ହଜାର ରନ ପୁରା କରିବେ। ଏହି ରେକର୍ଡ କରିବାରେ ମଧ୍ୟ ସେ ଦ୍ୱିତୀୟ ଖେଳାଳି ହେବେ। ବିରାଟ କୋହଲି ୧୯୦ ଟି-୨୦ ମ୍ୟାଚରେ ଅଧିନାୟକତ୍ୱ କରି ୬୪୫୧ ରନ କରିଛନ୍ତି। ସେ ଟି-୨୦ କ୍ରିକେଟରେ ୫ ଟି ଶତକ ଓ ୪୮ ଟି ଅର୍ଦ୍ଧଶତକ ମଧ୍ୟ ମାରିଛନ୍ତି।

ଆରସିବି ଧୋନିଙ୍କ ପସନ୍ଦର ବିପକ୍ଷ ଟିମ:
ଆରସିବି ଧୋନିଙ୍କର ପସନ୍ଦର ବିପକ୍ଷ ଟିମ ଅଟେ।ସେ ଆରସିବି ବିରୁଦ୍ଧରେ ଏବେ ପର୍ଯ୍ୟନ୍ତ ୮୩୬ ରନ କରିଛନ୍ତି। ଏହା ସହ ଧୋନି ଆରସିବି ବିରୁଦ୍ଧରେ ୪୬ଟି ଛକା ମଧ୍ୟ ମାରିଛନ୍ତି। ଆଜି ଯଦିସେ ଆରସିବି ବିରୁଦ୍ଧରେ ୪ ଟି ଛକା ମାରିବେ ତେବେ ସେ ଆଇପିଏଲରେ କୌଣସି ଟିମ ବିରୁଦ୍ଧରେ ୫୦ ଛକା ମାରିଥିବା ଏକମାତ୍ର ଭାରତୀୟ ଖେଳାଳି ହୋଇଯିବେ। କୋହଲି IPL ଇତିହାସରେ ସବୁଠୁ ଅଧିକ ରନ କରିବା ଖେଳାଳି ଅଟନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।