IPL 2022: ଧୋନୀଙ୍କୁ ଟେନ୍ସନ ଦେଲେ ରବୀନ୍ଦ୍ର ଜାଡେଜା! ହରଭଜନ ସିଂଙ୍କ ବଡ଼ ଖୁଲାସା!

ବ୍ୟୁରୋ ରିପୋର୍ଟ: IPL 2022 ରେ ଅନେକ କଡା ମୁକାବିଲା ଦେଖିବାକୁ ମିଳିଛି। ମୁମ୍ବାଇ ଏବଂ ଚେନ୍ନାଇ ଏଯାଏ IPL 2022 ରେ ଗୋଟିଏ ବିଜୟ ପାଇନାହାନ୍ତି। IPL ସିଜନ ୧୫ ଚେନ୍ନାଇ ସୁପର କିଙ୍ଗସ ବା ଚାରିଥରର ଆଇପିଏଲ ଚମ୍ପିୟନଙ୍କର ଆରମ୍ଭ ଭଲ ରହିନାହିଁ। ଅଧିନାୟକତ୍ୱକୁ ନେଇ ମଧ୍ୟ ଅନେକ କ୍ରିକେଟ ଏକ୍ସପଟ ରବିନ୍ଦ୍ର ଜାଡେଜାଙ୍କ ଉପରେ ପ୍ରଶ୍ନ କରୁଛନ୍ତି। ଆଉଜଣେ କ୍ରିକେଟର କହିଛନ୍ତି ଜାଡେଜା ଏବେ ମଧ୍ୟ ମହେନ୍ଦ୍ର ସିଂହ ଧୋନିଙ୍କୁ ଅଧିନାୟକ ମାନିଥାନ୍ତି ଓ ତାଙ୍କୁ ଆଗକୁ ଆସି ଅଧିନାୟକତ୍ୱ କରିବା ପାଇଁ କହିଥାନ୍ତି। ତେବେ ଆସନ୍ତୁ ଜାଣିବା କଣ ଅଟେ ପୁରା ଖବର।

Google

ଆଇପିଏଲ ୨୦୨୨ରେ ସିଏସକେର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବଦଳରେ ରବିନ୍ଦ୍ର ଜାଡେଜାଙ୍କୁ କରାଯାଇଛି। କିନ୍ତୁ ଜାଡେଜା ନିଜ ଅଧିନାୟକତ୍ୱରେ ଭଲ ପ୍ରଦର୍ଶନ କରିପାରିନହାନ୍ତି। ତାଙ୍କ ଅଧିନାୟକତ୍ୱରେ ସିଏସକେ ସବୁ ତିନୋଟି ଯାକ ମ୍ୟାଚ ହାରିଛି। ଜାଡେଜା ଅଧିନାୟକ ହୋଇଥିଲେ ମଧ୍ୟ ଧୋନି ଅଧିକ ଦାୟୀତ୍ୱ ତୁଲାଉଥିବା ଦେଖିବାକୁ ମିଳିଛି। କ୍ରିକେଟ ଏକ୍ସପଟ ଓ ପୂର୍ଵ ଖେଳାଳି ମାନଙ୍କର ମାନିବା ଅଟେକି ଜାଡେଜା ଏବେ ନିଜେ ସବୁ ଦାଇତ୍ୱ ତୁଲାଇବା ଉଚିତ ଓ ଧୋନିଙ୍କ ଉପରେ ଅଧିକ କାର୍ଯ୍ୟ ଛାଡିବା ଉଚିତ ନୁହେଁ।

ଏହାକୁ ନେଇ ଅନେକ ପୂର୍ଵ ଖେଳାଳି ମଧ୍ୟ ନିଜ ମତ ରଖିଛନ୍ତି। ଭାରତୀୟ ପୂର୍ଵ ଖେଳାଳି ହରଭଜନ ସିଂହଙ୍କର ମାନିବା ଅଟେକି ଜାଡେଜାଙ୍କୁ ଏବେ ଅଧିକ ଦାୟୀତ୍ୱ ତୁଲାଇବା ଆବଶ୍ୟକ। ହରଭଜନଙ୍କର କହିବା ଅଟେକି,”ମ୍ୟାଚର ଶେଷ ଓଭର ମାନଙ୍କରେ ଜାଡେଜା ବାଉଣ୍ଡରି ଲାଇନରେ ଫିଲଡିଙ୍ଗ କରିଥାନ୍ତି। ଏଥିପାଇଁ ସେ ମହେନ୍ଦ୍ର ସିଂହ ଧୋନିଙ୍କୁ ଅଧିକ ଦାଇତ୍ୱ ଦେଇଛନ୍ତି”। ହରଭଜନ ସିଂହଙ୍କୁ ଲାଗୁଛିକି ଧୋନି ଏବେ ମଧ୍ୟ ସିଏସକେର ଅଧିନାୟକ ଅଟନ୍ତି।

Google

ହରଭଜନଙ୍କ ଅନୁସାରେ,”ମୁଁ ଯେବେ ଜାଡେଜାଙ୍କୁ ଦେଖିଥାଏ ସେ ରିଙ୍ଗ ବାହାରେ ହୋଇଥାନ୍ତି।ଯେବେ ଆପଣ ରିଙ୍ଗ ବାହାରେ ହୋଇଥାନ୍ତି ଆପଣ ସବୁ ଜିନିଷକୁ ନିୟନ୍ତ୍ରଣ କରିପାରିନଥାନ୍ତି। ଜାଡେଜା ଧୋନୀଙ୍କ ଫିଲଡ ସେଟିଙ୍ଗ ଓ ସବୁକିଛି ଦେଖିବାର ପ୍ରେସର ଦେଇଛନ୍ତି”। ଭଜିଙ୍କ ଅନୁସାରେ ଅଧିନାୟକତ୍ୱରେ ଜାଡେଜାଙ୍କୁ ଏବେ ବହୁତ କିଛି ଶିଖିବାର ଅଛି। ସେ ଧୋନିଙ୍କସହ ଆହୁରି ବହୁତ କିଛି ଶିଖିବେ। ଏବେ ପର୍ଯ୍ୟନ୍ତ ତାଙ୍କ ଅଧିନାୟକତ୍ୱରେ ଟିମ ଭଲ ପ୍ରଦର୍ଶନ କରିପାରିନାହିଁ।

ଅଧିନାୟକ ପରଠୁ ଜାଡେଜା ମଧ୍ୟ ବ୍ୟାଟିଙ୍ଗରେ ଖାସ ପ୍ରଦର୍ଶନ କରିପାରିନାହାଁନ୍ତି। ଭଜି କହିଛନ୍ତି ,”ଜାଡେଜା ଫିଲଡ଼ ସଯାଇବା ଦାଇତ୍ୱ ଧୋନିଙ୍କୁ ଦେଉଛନ୍ତି। ଅନ୍ୟ ବୋଲିଙ୍ଗ ଓ ବ୍ୟାଟିଙ୍ଗ ମାମଲାରେ ସେ ଭଲ କରିଛନ୍ତି। ତାଙ୍କ ପାଖରେ ପ୍ରତିଭା ଅଛି ଯେବେ ପୁରା ଟିମ ଭଲ କରିପାରୁ ନାହିଁତାଙ୍କୁ ଦୋଷ ଦେଇ ହବନି”।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *