ଧୋନୀଙ୍କୁ ଟ୍ରୋଲ କଲା KKR! ପରେ ରବୀନ୍ଦ୍ର ଜାଡେଜା ଏମିତି ଜବାବ ଦେଲେ ଖବର ଭାଇରଲ, ଦେଖନ୍ତୁ ଟ୍ୱିଟ

ବ୍ୟୁରୋ ନ୍ୟୁଜ: ଭାରତୀୟ ପୂର୍ଵ ୱିକେଟ କିପର ବ୍ୟାଟ୍ସମ୍ୟାନ ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେଇଯାଇଛନ୍ତି ସତ କିନ୍ତୁ ତାଙ୍କ ପ୍ରସଂସକଙ୍କ ବହୁତ ଅଛନ୍ତି। ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଧୋନିଙ୍କ ପୁରୁଣା ଫଟୋ କୋଲକତା ନାଇଟ ରାଇଡ଼ର୍ସ ନିଜ ଟ୍ୱିଟରରେ ପୋଷ୍ଟ କରି ଧୋନିଙ୍କୁ ଟ୍ରୋଲ କରିବାକୁ ଚେଷ୍ଟା କରିଛି। ଅନେକ ପ୍ରସଂସକ ଏହାକୁ ନେଇ ଜବାବ କରିଛନ୍ତି ତା ସହ ରବିନ୍ଦ୍ର ଜାଡେଜା ମଧ୍ୟ ଏପରି ଜବାବ ଦେଇଛନ୍ତି ଯାହା ଟ୍ରେଣ୍ଡ କରୁଛି। କିଛି ୟୁଜର୍ସ ଗୌତମ ଗମ୍ଭୀରଙ୍କୁ ଏହା ସହିତ ଯୋଡି ଦେଇଛନ୍ତି।

କୋଲକତା ନାଇଟ ରାଇଡ଼ର୍ସ ରବିବାରକୁ ଏକ ପୁରୁଣା ଫଟୋ ସେୟାର କରି ଧୋନିଙ୍କୁ ଟ୍ରୋଲ କରିବାକୁ ଚେଷ୍ଟା କରିଛି। ସେହି ଫଟୋ ସେବେକାର ଯେବେ ଧୋନି ଆଇପିଏଲରେ ରାଇଜିଙ୍ଗ ପୁଣେ ସୁପରଜାଏଣ୍ଟସର ଅଧିନାୟକତ୍ୱ କରୁଥିଲେ। ପୁନେ ଟିମ ଏବେ ଆଇପିଏଲର ଅଂଶ ନୁହେଁ। ଚେନ୍ନାଇକୁ ଆଇପିଏଲରେ ଦୁଇ ବର୍ଷ ପାଇଁ ସସପେଣ୍ଡ କରିଦିଆଯାଇଥିଲା। ସେବେ ପୁନେ ଟିମ ଆଇପିଏଲରେ ଅଂଶ ଗ୍ରହଣ କରିଥିଲା ଓ ଧୋନି ତାର ଅଧିନାୟକତ୍ୱ ସମ୍ଭାଳିଥିଲେ।

କେକେଆର ଦୁଇଟି ଫଟୋ ସେୟାର କରିଛି।ଗୋଟେ ଏସେଜ ସିରିଜର ଚତ୍ରୁର୍ଥ ମ୍ୟାଚର ଅଟେ ଓ ଆଉ ଏକ ଫଟୋ ଆଇପିଏଲର ପୁରୁଣା ଫଟୋ ଅଟେ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେଏସେଜ ସିରିଜର ଚତ୍ରୁର୍ଥ ମ୍ୟାଚ ସିଡନିରେ ଖେଳାଯାଉଥିଲା ଓ ମ୍ୟାଚ ଡ୍ର ରହିଲା। ମ୍ୟାଚର ପଞ୍ଚମ ଦିନ ଅଷ୍ଟ୍ରେଲିଆ ନିଜର ସବୁ ଫିଲ୍ଡର ଇଂଲଣ୍ଡର ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବା ପାଇଁ ପାଖକୁ ନେଇଆସିଥିଲା। ଦ୍ୱିତୀୟ ପାରିରେ ଇଂଲଣ୍ଡ ୯ ୱିକେଟ ହରାଇଦେଇଥିଲା କିନ୍ତୁ ଦିନ ଶେଷ ହେବା ଦ୍ଵାରା ମ୍ୟାଚ ଡ୍ର ହୋଇଯାଇଥିଲା। ଆଉ ଗୋଟେ ଫଟୋ ଧୋନିଙ୍କର ଅଛି ଯେବେ ସେ ପୁନେ ଟିମ ପଟୁ କେକେଆର ବିପକ୍ଷରେ ବ୍ୟାଟିଙ୍ଗ କରୁଥିଲେ କେକେଆର ସବୁ ଫିଲ୍ଡର ପାଖକୁ ନେଇଆସିଥିଲା।

ଧୋନିଙ୍କ ପ୍ରସଂସକଙ୍କୁ ଏହି ପୋଷ୍ଟ ଭଲ ଲାଗିଲା ନାହିଁ ଓ ସେମାନେ କମେଣ୍ଟ କରିବା ଆରମ୍ଭ କରିଦେଲେ। ରବିନ୍ଦ୍ର ଜାଡେଜା ମଧ୍ୟ ନିଜ କମେଣ୍ଟ ଦ୍ଵାରା ସମସ୍ତଙ୍କ ଧ୍ୟାନ ନିଜ ଆଡକୁ କରିଛନ୍ତି। ଯେଉଁ ମ୍ୟାଚର ଫଟୋ କେକେଆରସେୟାର କରିଥିଲା ସେଥିରେ କେକେଆରର ଅଧିନାୟକ ଗୌତମ ଗମ୍ଭୀର ଥିଲେ। ସେବେ ବୋଲିଙ୍ଗ ପିଉସ ଚାୱାଲା କରୁଥିଲେ ଓ ଧୋନିଙ୍କୁ ସ୍ପିନ ଖେଳିବାରେ ଅସୁବିଧା ହେଉଥିଲା।

କେକେଆର ଲେଖିଥିଲା,”ଗୋଟେ ସମୟ ଯେବେ ଆପଣଙ୍କୁ ଟେଷ୍ଟର କ୍ଲାସିକ ହେବା ଦ୍ଵାରା ଟି-୨୦ ମନେପକାଉଛି”। ଜାଡେଜା ଲେଖିଥିଲେ ଏହା କୌଣସି ମାଷ୍ଟର ଷ୍ଟ୍ରୋକ ନୁହେଁ କେବଳ ଏକ ଶୋ ଥିଲା”।

ଜଣେ ୟୁଜର୍ସ ଧୋନି ଟ୍ରଫି ଧରିଥିବା ଫଟୋ ପୋଷ୍ଟ କରିଛନ୍ତି। ଆଉ ଜଣେ ଖେଳାଳି ଗୌତମ ଗମ୍ଭୀରଙ୍କ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଜିରୋ ମାରିଛନ୍ତି।

ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ୪ ଥର ଚମ୍ପିୟାନ ହୋଇଛି। ସବୁଠୁ ଅଧିକ ଥର ମୁମ୍ବାଇ ୫ ଥର ଚମ୍ପିୟାନ ହୋଇଛି। ଧୋନି ୨୨୦ ଆଇପିଏଲ ମ୍ୟାଚରେ ୪୭୪୬ ରନ କରିଛନ୍ତି ଓ ତାଙ୍କ ନାମରେ ୨୩ ଅର୍ଦ୍ଧଶତକ ଅଛି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *