ଧୋନି ଓ କୋହଲି ଛାଡିଦେଲେ ଅଧିନାୟକତ୍ୱ! IPL ରେ ଦେଖାଯିବେ ଏହି ୪ ନୂଆ ଅଧିନାୟକ, ଚ୍ୟାଲେଞ୍ଜ ବଡ଼!

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ଆରମ୍ଭ କାଲି ଠୁ ହେବାକୁ ଯାଉଛି। ଆଇପିଏଲର ୧୫ ତମ ସିଜନର ଆରମ୍ଭ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ କୋଲକତା ନାଇଟ ରାଇଡ଼ର୍ସ ମଧ୍ୟରେ ହେବାର ଅଛି। ଏହା ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ସିଏସକେର ଅଧିନାୟକତ୍ୱ ପଦ ଛାଡିଦେଇଛନ୍ତି।

Google

ଏହା ପରେ ରବିନ୍ଦ୍ର ଜାଡେଜାଙ୍କୁ ସିଏସକେର ନୂତନ ଅଧିନାୟକ କରାଯାଇଛି। ସେ ପ୍ରଥମ ଥର ଆଇପିଏଲରେ ଅଧିନାୟକତ୍ୱ କରିବେ। ଧୋନି ନିଜ ଅଧିନାୟକତ୍ୱରେ ସିଏସକେକୁ ଅନେକ ସଫଳତା ଦେଇଛନ୍ତି। ତାଙ୍କ ଅଧିନାୟକତ୍ୱରେ ସିଏସକେ ୯ ଥର ଫାଇନାଲ ଖେଳିଛି ଓ ୪ ଥର ଚମ୍ପିୟାନ ହୋଇଛି।

ରବିନ୍ଦ୍ର ଜାଡେଜାଙ୍କ ସହ ଆଉ ତିନି ନୂଆ ଖେଳାଳି ପ୍ରଥମ ଥର ଆଇପିଏଲରେ ଅଧିନାୟକତ୍ୱ କରିବେ। ଏଥିରେ ଆରସିବିର ଅଧିନାୟକ ଫାଫ ଡୁ ପ୍ଲେସି, ପଞ୍ଜାଵ କିଙ୍ଗସର ମୟଙ୍କ ଅଗ୍ରୱାଲ ଓ ଗୁଜୁରାଟ ଟାଇଟନ୍ସର ହାର୍ଦିକ ପାଣ୍ଡ୍ୟା ସାମିଲ ଅଛନ୍ତି।

Google

ବିରାଟ କୋହଲି ପୂର୍ଵ ସିଜନ ପରେ ଆରସିବିର ଅଧିନାୟକତ୍ୱ ଛାଡିଦେଇଥିଲେ। ସେହିପରି ରାହୁଲ ପଞ୍ଜାଵ କିଙ୍ଗର ଅଧିନାୟକତ୍ୱ ଛାଡି ଏଥର ଲକ୍ଷନୌ ଟିମର ଅଧିନାୟକ ହୋଇଛନ୍ତି। ସେହିପରି ଗୁଜୁରାଟ ଟିମ ପ୍ରଥମ ଥର ଆଇପିଏଲରେ ଓହ୍ଲାଇବକୁ ଯାଉଛି। ଏହା ପୂର୍ବରୁ ହାର୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଟିମ ପଟୁ ଖେଳୁଥିଲେ।

ଆଇପିଏଲର ନୂଆ ଅଧିନାୟକଙ୍କ ପାଇଁ ଚ୍ୟାଲେଞ୍ଜ ବଡ଼ ରହିବ। ଧୋନି ଆଇପିଏଲରେ ସବୁଠୁ ସଫଳ ଅଧିନାୟକ ଅଟନ୍ତି। ସେ ନିଜ ଅଧିନାୟକତ୍ୱରେ ୧୨୧ ଆଇପିଏଲ ମ୍ୟାଚ ଜିତିଛନ୍ତି। ଅନ୍ୟ କୌଣସି ଅଧିନାୟକ ୧୦୦ ମ୍ୟାଚ ଜିତି ପାରିନାହାଁନ୍ତି। ରୋହିତ ଶର୍ମା ୭୫ ବିଜୟ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

Google

ସେହିପରି ୭୧ ବିଜୟ ସହ ଗୌତମ ଗମ୍ଭୀର ତୃତୀୟ ଓ ୬୪ ବିଜୟ ସହ ବିରାଟ କୋହଲି ଚତ୍ରୁର୍ଥ ନମ୍ବରରେ ଅଛନ୍ତି। ଅକ୍ସନ ପୂର୍ବରୁ ସିଏସକେ ଜାଡେଜାଙ୍କୁ ୧୬ କୋଟିରେ ରିଟେନ କରିଥିଲା ଯେବେଠୁ ଜାଡେଜା ଅଧିନାୟକ ହେବେ ବୋଲି ଚର୍ଚ୍ଚା ହେଉଥିଲା। ସେହିପରି ଧୋନିଙ୍କୁ ଟିମ ୧୨ କୋଟିରେ ରିଟନ କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *