ବ୍ୟୁରୋ ରିପୋର୍ଟ: ଭାରତୀୟ ବର୍ତ୍ତମାନ ଏସିଆ କପ ୨୦୨୨ପାଇଁ ୟୁଏଇରେ ଅଛି। ଭାରତକୁ ଏସିଆ କପ ୨୦୨୨ରେ ନିଜର ପ୍ରଥମ ମ୍ୟାଚ ୨୮ ଅଗଷ୍ଟକୁ ପାକିସ୍ତାନ ବିରୁଦ୍ଧରେ ଖେଳିବାର ଅଛି। ଏହି ମ୍ୟାଚ ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଖେଳାଯିବାର ଅଛି।ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଅଟନ୍ତି କିନ୍ତୁ ପ୍ରସଂସକଙ୍କ ନଜର ବିରାଟ କୋହଲିଙ୍କ ଉପରେ ଅଛି। କୋହଲି ପୂର୍ଵ କିଛି ମାସରୁ ରନ ପାଇ ସଂଘର୍ଷ କରୁଛନ୍ତି ଓ ନିଜ ଅନୁକୂଳ ଖେଳ ଖେଳିପାରୁନାହଁନ୍ତି। ନିଜ କ୍ୟାରିୟରର କଷ୍ଟକର ସମୟରେ କୋହଲି ପୂର୍ଵ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ମନେ ପକାଇଛନ୍ତି। ୨୬ ଅଗଷ୍ଟ ରାତିକୁ କୋହଲି ଧୋନିଙ୍କ ସହିତ ନିଜର ପୁରୁଣା ଫଟୋ ସେୟାର କରି ଇମୋସନାଲ ପୋଷ୍ଟ ଲେଖିଛନ୍ତି।

ବିରାଟ କୋହଲି ଟ୍ୱିଟ କରି ଲେଖିଛନ୍ତି,”ଏହି ବ୍ୟକ୍ତିଙ୍କର ଭରସାଯୁକ୍ତ ପାର୍ଟନର ହେବା ମୋ ପାଇଁ କ୍ୟାରିଅରର ସବୁଠୁ ସୁଖଦ ଓ ରୋମାଞ୍ଚକ ଗ୍ରସ୍ତ ଥିଲା। ଆମର ପାର୍ଟନରସିପ ସର୍ଵଦା ମୋ ପାଇଁ ଖାସ ରହିବ,୭+୧୮”। ଏହି ପୋଷ୍ଟ ସଂଗେ ସଂଗେ ଭାଇରାଲ ହୋଇଗଲା। କୋହଲି ଧୋନିଙ୍କ ଅଧିନାୟକତ୍ୱରେ ୨୦୦୮ରେ ଇଣ୍ଟରନେସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ। ୨୦୦୮ ରୁ ୨୦୧୪ ପର୍ଯ୍ୟନ୍ତ ସେ ଧୋନିଙ୍କ ଅଧିନାୟକତ୍ୱରେ ହିଁ ନିଜ ଖେଳକୁ ଉଚ୍ଚ ସ୍ତରକୁ ନେଇଯାଇଥିଲେ।
ମହେନ୍ଦ୍ର ସିଂହ ଧୋନି ଅଚାନକ କୋହଲିଙ୍କୁ ଦେଇଥିଲେ ଅଧିନାୟକ ପଦ:
ବର୍ଷ ୨୦୧୪ ରେ ଅଷ୍ଟ୍ରେଲିଆ ଗ୍ରସ୍ତରେ ମହେନ୍ଦ୍ର ସିଂହ ଧୋନି ଅଚାନକ ଟେଷ୍ଟରୁ ଅବସର ନେଇଥିଲେ। ଏହା ପରେ କୋହଲିଙ୍କୁ ଟେଷ୍ଟ ଅଧିନାୟକ କରାଯାଇଥିଲା କିନ୍ତୁ ଧୋନି ଟି-୨୦ ଓ ଏକଦିବସିୟରେ ଅଧିନାୟକ ଥିଲେ।
Being this man’s trusted deputy was the most enjoyable and exciting period in my career. Our partnerships would always be special to me forever. 7+18 ❤️ pic.twitter.com/PafGRkMH0Y
— Virat Kohli (@imVkohli) August 25, 2022
ଆଗାମୀ ଦୁଇ ବର୍ଷରେ ଧୋନି ସୀମିତ ଓଭର ଅଧିନାୟକ ପଦ ମଧ୍ୟ ଛାଡିଦେଇଥିଲେ। ସେବେ କୋହଲିଙ୍କୁ ତିନୋଟି ଯାକ ଫର୍ମାଟରେ ଭାରତୀୟ ଟିମର ଅଧିନାୟକ କରାଯାଇଥିଲା। ଭାରତର ଟେଷ୍ଟ ଇତିହାସରେ କୋହଲି ସବୁଠୁ ସଫଳ ଅଧିନାୟକ ଅଟନ୍ତି।
ଏସିଆ କପ ୨୦୨୨ରେ ବିରାଟ ତିନି ନମ୍ବରରେ ଖେଳିବା ପାଇଁ ଓହ୍ଲାଇବେ। ରୋହିତ ଶର୍ମା ଓ କେ ଏଲ ରାହୁଲ ଓପନିଙ୍ଗ କରିବା ନିଶ୍ଚିନ୍ତ। ପୂର୍ଵ କିଛି ବର୍ଷରୁ ଘରୋଇ କ୍ରିକେଟ ଓ ଆଇପିଏଲରେ ସୁନ୍ଦର ପ୍ରଦର୍ଶନ କରୁଥିବା ଯୁବ ଖେଳାଳି ଟିମରେ ସାମିଲ ପାଇଁ ପ୍ରସ୍ତୁତ ଅଛନ୍ତି।

କୋହଲିଙ୍କ ଖରାପ ଫର୍ମ କାରଣରୁ ଅନେକ ଯୁବ ଖେଳାଳି ଚୁଡାନ୍ତ ଏକାଦଶରେ ତାଙ୍କ ଜାଗାକୁ ନେଇ ଅନିଶ୍ଚିନ୍ତତା ଦର୍ଶାଇଛନ୍ତି। ଭାରତୀୟ ଟିମ ମ୍ୟାନେଜମେଣ୍ଟ କୋହଲିଙ୍କୁ ଲଗାତର ମୌକା ଦେଉଛି। ଅଧିନାୟକ ରୋହିତ ଶର୍ମା ମଧ୍ୟ ଖୋଲିକି କୋହଲିଙ୍କ ସମର୍ଥନ କରୁଛନ୍ତି।
ଏହି ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତୀୟ ଟିମକୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳିବାର ଅଛି। ଯଦି ଏସିଆକପରେ ବିରାଟ ଭଲ ପ୍ରଦର୍ଶନ କରିବେ ନାହଁ ତେବେ ଟି-୨୦ କ୍ରିକେଟରେ ତାଙ୍କ ଜାଗା ବଜାଇ ରଖିବା ତାଙ୍କ ପାଇଁ କଷ୍ଟକର ହୋଇପାରେ।