ଧୋନୀଙ୍କ ପରି ଛକା ମାରି ଜିତାଇଲେ କୋହଲିଙ୍କ ପରି କଲେ ସେଲିବ୍ରେସନ! ଦେଖନ୍ତୁ ଭାଇରଲ ଭିଡିଓ!

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ଲକ୍ଷନୌ ସୁପର ଜାଏଣ୍ଟସର ଯୁବ ବ୍ୟାଟ୍ସମ୍ୟାନ ଆୟୁଷ ବଦୋନି ସମସ୍ତଙ୍କୁ ନିଜ ସୁନ୍ଦର ବ୍ୟାଟିଙ୍ଗ ଦ୍ଵାରାପ୍ରଭାବିତ କରିଛନ୍ତି। ୨୨ ବର୍ଷୀୟ ଏହି ଯୁବ ବ୍ୟାଟ୍ସମ୍ୟାନ ଯେଉଁଭଳି ସଂଯମତା ଆଇପିଏଲରେ ବ୍ୟାଟିଙ୍ଗରେ ଦେଖାଇଛନ୍ତି ତାହା ପ୍ରଶଂସନୀୟ ଅଟେ। ସେ ଆଇପିଏଲର ୧୫ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟଲ୍ସ ବିରୁଦ୍ଧରେ ଛକା ମାରି ମ୍ୟାଚ ଜିତାଇଥିଲେ। ତାଙ୍କ ସେହି ଛକା ଦେଖି ଫ୍ୟାନ୍ସ ମହେନ୍ଦ୍ର ସିଂହ ଧୋନିଙ୍କୁ ମନେପକାଇଛନ୍ତି ଯିଏକି ଏପରି ଅନେକ ମୌକାରେ ଟିମକୁ ଜିତାଇଛନ୍ତି। ବଦୋନି ଲକ୍ଷନୌକୁ ସେହି ମ୍ୟାଚରେ ଜିତାଇବା ପରେ ବିରାଟ କୋହଲିଙ୍କ ପରି ସେଲିବ୍ରେସନ କରିଥିଲେ।

Google

ଆୟୁଷ ବଦୋନି ସେହି ମ୍ୟାଚରେ ଯେବେ ବ୍ୟାଟିଙ୍ଗ କରିବାକୁ ଆସିଥିଲେ ତାଙ୍କ ଟିମକୁ ଜିତିବା ପାଇଁ ୫ ବଲରେ ୫ ରନର ଆବଶ୍ୟକତା ଥିଲା। ୨୦ ତମ ଓଭରର ଦ୍ୱିତୀୟ ବଲରେ ସାରଦୁଲ ଠାକୁର ବଦୋନିଙ୍କୁ ରନ ଦେବାକୁ ଦେଲେନାହିଁ।ତୃତୀୟ ବଲରେ ବଦୋନି ଚୌକା ମାରି ସ୍କୋର ବରାବର କରିଦେଲେ। ଚତ୍ରୁର୍ଥ ବଲକୁ ଏକ୍ସଟ୍ରା କଭର ଉପରେ ବଦୋନି ଛକା ମାରି ଦୁଇ ବଲବାକିଥାଇ ଟିମକୁ ଜିତାଇଦେଇଥିଲେ।

ବିଜୟ ପରେ ବିଦୋନି ବିରାଟ କୋହଲିଙ୍କ ପରି ଜର୍ସି ପଛରେ ଲେଖାଯାଇଥିବା ନାମ ଓ ନମ୍ବର ଆଡ଼କୁ ଇସାରା କରିଥିଲେ। ସୋସିଆଲ ମିଡ଼ିଆରେ ବଦୋନିଙ୍କର ଏହି ଭିଡ଼ିଓ ଭାଇରାଲ ହେଉଛି। ଆଇପିଏଲର ଏହି ସିଜନରେ ୪ ଟି ପାରିରୁ ଦୁଇଟି ପାରିରେ ନଟଆଉଟ ରହିଥିବା ବଦୋନି ୧୦୨ ରନ କରିଛନ୍ତି। ତାଙ୍କ ସର୍ବଶ୍ରେଷ୍ଠ ସ୍କୋର ୫୪ର ରହିଛି,ସେ ଏବେ ପର୍ଯ୍ୟନ୍ତ ୮ ଟି ଚୌକା ଓ ୬ ଟି ଛକା ମାରିସାରିଲେଣି। ସେ ଏହି ସମୟରେ ୧୫୬.୯୨ ଷ୍ଟାଇକ ରେଟରେ ରନ କରିଛନ୍ତି।

ଦିଲ୍ଲୀର ରହିବା ୱାଲା ବଦୋନି ଆଇପିଏଲରେ ନିଜ ଡେବ୍ୟୁ ମ୍ୟାଚରେ ଗୁଜୁରାଟ ବିରୁଦ୍ଧରେ ଅର୍ଦ୍ଧଶତକ ମାରିଥିଲେ। ଜଟିଳ ପରିସ୍ଥିତିରେ ସେହି ମ୍ୟାଚରେ ଖେଳିବାକୁ ଓହ୍ଲାଇ ସେ ୪୧ ବଲରେ ୫୪ ରନର ପାରି ଖେଳିଥିଲେ। ସେବେ ତାଙ୍କର ସେହି ପାରିର ବହୁତ ପ୍ରଶଂସା ହୋଇଥିଲା। ତାଙ୍କର ଏପରି ପ୍ରଦର୍ଶନ ଦେଖି ଅଧିନାୟକ କେ ଏଲ ରାହୁଲ ମଧ୍ୟ ତାଙ୍କର ପ୍ରଶଂସା କରିଥିଲେ। ରାହୁଲ କହିଥିଲେ ଏହି ଯୁବ ବ୍ୟାଟ୍ସମ୍ୟାନ ଜଟିଳ ପରିସ୍ଥିତିରେ ମଧ୍ୟ ସୁନ୍ଦର ସଂଯମତା ଦେଖାଇଛନ୍ତି।

IPL 2022 ରେ ଅନେକ ଧମାକାଦାର ମ୍ୟାଚ ଦେଖିବାକୁ ମିଳିଛି। LSG ନିଜର ସୁନ୍ଦର ପ୍ରଦର୍ଶନ ଏ ପର୍ଯ୍ୟନ୍ତ ଦେଖାଇଛି। ଦଳର ଅଧିନାୟକ କେ ଏଲ ରାହୁଲ ଅଟନ୍ତି। ରିଟେନରେ ଲକ୍ଷନୌ (LSG) କେ ଏଲ ରାହୁଲ, ମାର୍କସ୍ ଷ୍ଟୋଇନିକ୍ସ ଏବଂ ରବି ବିସ୍ନୋଇକୁ କରିଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.