ଆସିଗଲା ଧୋନୀଙ୍କ ଅବସର ନେବାର ପ୍ଲାନ! ଏହି ବିଶିଷ୍ଟ କମେଣ୍ଟଟେଟର ଦେଲେ ବଡ଼ ବୟାନ….

ମହେନ୍ଦ୍ର ସିଂହ ଧୋନି ଆଇପିଏଲରେ ନିଜ ଶେଷ ମ୍ୟାଚ ଚେନ୍ନାଇରେ ଖେଳିବେ ଏହି କଥା ସେ କିଛି ଦିନ ପୂର୍ବରୁ କହିଥିଲେ। କିନ୍ତୁ ଏହି ମ୍ୟାଚ କେବେ ଏହା ଧୋନିଙ୍କୁ ମଧ୍ୟ ଜଣାନାହିଁ। ଏବେ କମେଣ୍ଟେଟର ହର୍ଷ ଭୋଗଲ କହିଛନ୍ତି କେବେ ପର୍ଯ୍ୟନ୍ତ ଧୋନି ଚେନ୍ନାଇ ପାଇଁ ଖେଳିବେ। ଆଇପିଏଲ ୨୦୨୨ ପୂର୍ବରୁ ହେବାକୁ ଥିବା ମେଗା ଅକ୍ସନ ପୂର୍ବରୁ ସବୁ ଟିମକୁ ଖେଳାଳିଙ୍କୁ ରିଲିଜ କରିବାକୁ ପଡିବ ବୋଲି ଜଣା ଯାଉଛି। ସବୁ ଟିମ ଅତି ବେଶୀରେ ୪ ଜଣ ଖେଳାଳିଙ୍କୁ ହିଁ ରିଟେନ କରିପାରିବେ।

Google

ପୂର୍ଵ ଚାମ୍ପିୟାନ ଚେନ୍ନାଇ ସୁପର କିଙ୍ଗସ ନିଜ ଅଧିନାୟକ ଧୋନିଙ୍କୁ ଆଗାମୀ ତିନୋଟି ସିଜନ ପର୍ଯ୍ୟନ୍ତ ରିଟନ କରିବା ପାଇଁ ଚାହୁଁଛି। କିନ୍ତୁ ମହାନ କମେଣ୍ଟେଟର ହର୍ଷ ଭୋଗଲ କହିଛନ୍ତି ଧୋନି କେବଳ ଆଉ ଗୋଟେ ସିଜନ ଖେଳିବେ ଓ ଏହା ପରେ ସେ ଭବିଷ୍ୟତ ପାଇଁ ଟିମ ପ୍ରସ୍ତୁତ କରିବେ। ସେ ଟ୍ୱିଟରରେ ଏକ ପୋଷ୍ଟରେ କହିଛନ୍ତି,”ଚେନ୍ନାଇ ଟିମ ଏକ ପରିବାର ପରି ଅଟେ। ଧୋନି ଆଉ ଏକ ସିଜନ ପାଇଁ ହିଁ ରହିବେ। ଯାହା ଦ୍ୱାରା ଟିମର ସଂସ୍କୃତିକୁ ନୂଆ ଟିମରେ ପରିଣତ କରିବାରେ ସହାୟକ ହେବ। ଧୋନିଙ୍କ ଶାନ୍ତ ସ୍ଵଭାବ ଦ୍ଵାରା ନୂଆ ସଦସ୍ୟଙ୍କୁ ନିଲାମୀ ପରେ ଟିମ ସହିତ ରହିବାର ସହାୟକ ହେବ”।

ହର୍ଷ ଭୋଗଲଙ୍କ କହିବା ଅନୁସାରେ ଧୋନି ଆଉ ଏକ ସିଜନ ଖେଳିବା ପରେ ଟିମ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବେ। ଚେନ୍ନାଇର ବିଜୟ ଉତ୍ସବରେ ଧୋନି କହିଥିଲେ ସେ ଆଇପିଏଲରେ ନିଜର ଶେଷ ମ୍ୟାଚ ଚେନ୍ନାଇରେ ହିଁ ଖେଳିବେ। କିନ୍ତୁ କେବେ ଶେଷ ମ୍ୟାଚ ହେବ ଏହା ତାଙ୍କୁ ଜଣାନାହିଁ ବୋଲି ସେ କହିଥିଲେ। ପ୍ରଥମ ରିଟନ ପାଇଁ ଟିମ ମାନଙ୍କୁ ୧୬ କୋଟି ଟଙ୍କା ମିଳିଥାଏ। ଚେନ୍ନାଇ ଧୋନିଙ୍କ ସହ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ବ୍ୟାଟ୍ସମ୍ୟାନ ଋତୁରାଜ ଗାୟକବାଡ଼ଙ୍କୁ ରିଟେନ କରିପାରେ।

Google

ଚେନ୍ନାଇ ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲ୍ଲୀଙ୍କ ସହ ସମ୍ପର୍କରେ ଅଛନ୍ତି ଯଦି ମୋଇନ ରାଜିନହେବେ ତେବେ ସାମ କରନ ବିକଳ୍ପ ହୋଇପାରନ୍ତି। ସୁରେଇ ରାଇନାଙ୍କୁ ରିଟେନ କରିବା ମୁଡରେ ଚେନ୍ନାଇ ନାହିଁ ବୋଲି ଅନୁମାନ କରାଯାଉଛି। ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଚାରିଥର ଆଇପିଏଲ ଟ୍ରଫି ଜିତିଛି ବର୍ଷ୨୦୧୦, ୨୦୧୧, ୨୦୧୮ ଓ ୨୦୨୧ରେ। ଆଇପିଏଲର ୧୪ ତମ ସିଜନରେ ଚେନ୍ନାଇ କେକେଆରକୁ ହରାଇ ଚାମ୍ପିୟାନ ହୋଇଥିଲା। ଚେନ୍ନାଇରେ ଧୋନୀଙ୍କ ଅଧିକ ପ୍ରସଂସକ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *