ବ୍ୟୁରୋ ରିପୋର୍ଟ: ମହେନ୍ଦ୍ର ସିଂହ ଧୋନିଙ୍କ ସିଏସକେକୁ ଆଇପିଏଲ ୨୦୨୨ର ୪୯ ତମ ମ୍ୟାଚରେ ଆରସିବି ହାତରୁ ୪୯ ରନରେ ପରାଜୟର ସାମ୍ନା କରିବାକୁ ପଡିଛି। ସିଏସକେର ଏହା ଏହି ସିଜନର ୭ମ ପରାଜୟ ଅଟେ। ଆରସିବି ତରଫରୁ ମିଳିଥିବା ୧୭୪ ରନର ଲକ୍ଷର ପିଛା କରିବାକୁ ଓହ୍ଲାଇଥିବା ସିଏସକେ ଟିମ ୨୦ ଓଭରରେ ୮ ୱିକେଟ ହରାଇ ୧୬୦ ରନହିଁ କରିପାରିଲା। ଧୋନି ଖରାପ ବ୍ୟାଟିଙ୍ଗକୁ ପରାଜୟର କାରଣ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଆମେ ଲଗାତର ୱିକେଟ ହରାଇଲୁ ଯାହାର ପରିଣାମ ଭୋଗିବାକୁ ପଡିଲା।

ପରାଜୟ ପରେ ଧୋନି କହିଛନ୍ତି,”ଆମେ ତାଙ୍କୁ ୧୭୦ ମଧ୍ୟରେ ଅଟକାଇ ଦେଇଥିଲୁ ଓ ମତେ ଲାଗୁଥିଲାକି ଦ୍ୱିତୀୟ ବ୍ୟାଟିଙ୍ଗ ବ୍ୟାଟ୍ସମ୍ୟାନଙ୍କ ପାଇଁ ଭଲ ହେବ। ସବୁକିଛି ଆମ ହିସାବରେ ଚାଲୁଥିଲା କିନ୍ତୁ ବ୍ୟାଟ୍ସମ୍ୟାନ ମାନେ ନିରାଶ କଲେ। ଲକ୍ଷ୍ୟର ପିଛା କରିବା ଆକଳନର ଖେଳ ଅଟେ ଯାହା ଆମ ବ୍ୟାଟ୍ସମ୍ୟାନ କରିପାରିଲେ ନାହିଁ। ଯେବେ ଆପଣ ଲକ୍ଷର ପିଛା କରିବାକୁ ଓହ୍ଲାଇଥାନ୍ତି ଆପଣଙ୍କୁ ଜଣାଥିବା ଆବଶ୍ୟକ ଆପଣଙ୍କୁ କିପରି ରନ କରିବାକୁ ହେବ ଓ କେବେ ଆପଣ ଶର୍ଟ ଖେଳିବେ ଓ ସେହିପରି ଆପଣ ସର୍ଟ ପରିସ୍ଥିତି ଅନୁସାରେ ଖେଳିଥାନ୍ତି”।
ସିଏସକେ ଏହି ସିଜନରେ ୧୦ ମ୍ୟାଚରୁ ତିନୋଟି ଜିତି ୬ ଅଙ୍କ ସହିତ ଅଙ୍କ ତାଲିକାରେ ୯ମ ସ୍ଥାନରେ ଅଛି। ଯେବେକି ଆରସିବିର ବିଜୟ ସହିତ ଟପ-୪ ରେ ଏଣ୍ଟ୍ରି ହୋଇଯାଇଛି। ଫାଫ ଡୁ ପ୍ଲେସିଙ୍କ ଅଧିନାୟକତ୍ୱରେ ଆରସିବି ୧୧ ମ୍ୟାଚରୁ ୬ ଟି ଜିତିଛି। ୧୨ ଅଙ୍କ ସହିତ ଆରସିବି ଚତ୍ରୁର୍ଥ ସ୍ଥାନରେ ପହଁଚିଯାଇଛି।

ଅଙ୍କ ତାଲିକାରେ ଧ୍ୟାନ ନ ଦେଇ ନିଜ କମି ଉପରେ ଧ୍ୟାନ ଦେବା ଆବଶ୍ୟକ:
ଧୋନି କହିଛନ୍ତି ତାଙ୍କ ଟିମକୁ ଅଙ୍କ ତାଲିକାରେ ଧ୍ୟାନ ନଦେଇ ନିଜ କମିରେ ଧ୍ୟାନ ଦେବାର ଆବଶ୍ୟକତା ଅଛି। ଚେନ୍ନାଇ ତରଫରୁ ଓପନର ଡେବନ କନୱେ ୩୭ ବଲରେ ୫୬ ରନର ସୁନ୍ଦର ପାରି ଖେଳିଥିଲେ। ମୋଇନ ଅଲ୍ଲୀ ୩୪ ରନର ଯୋଗଦାନଦେଇଥିଲେ। ଓପନର ଋତୁରାଜ ଗାୟକୱାଡ଼ ୨୮ ରନ କରି ଆଉଟ ହୋଇଥିଲେ। ଧୋନି କହିଛନ୍ତି,”ଆମକୁ ଏହା ଦେଖିବାକୁ ହେବ କି ଭୁଲ କେଉଁଠାରେ ହୋଇଛି, ଅଙ୍କ ତାଲିକାଦେଖିଲେ ଆପଣ ଚିନ୍ତିତ ହେବେ। ଆମେ ଆମର କମିରେ ଧ୍ୟାନ ଦେଉଛୁ ନାକି ଅଙ୍କ ତାଲିକାରେ ଧ୍ୟାନ ଦେଉଛୁ”।
ସେବେ ମଧ୍ୟ ଚେନ୍ନାଇର ୧୪ ଅଙ୍କ ହିଁ ରହିବ:
ଚେନ୍ନାଇର ଲିଗରେ ଆଉ ୪ ଟି ମ୍ୟାଚ ବାକିଅଛି ଯଦି ବାକି ଚାରିଟି ଯାକ ମ୍ୟାଚ ଚେନ୍ନାଇ ଜିତିବ ତେବେ ମଧ୍ୟ ୧୪ ଅଙ୍କରେ ହିଁ ରହିବ ଯାହା ପ୍ଲେଅଫରେ ପହଁଚିବା ପାଇଁ ପର୍ଯ୍ୟାପ୍ତ ହେବନାହିଁ। ଆରସିବି ଆଉ ତିନୋଟି ମ୍ୟାଚ ଲିଗ ରାଉଣ୍ଡର ଖେଳିବ। ଆରସିବି ତରଫରୁ ମହିପାଲ ଲୋମଲୋର ସବୁଠୁ ଅଧିକ ୪୨ ରନ କରିଥିଲେ। ଚାରି ଓଭରରେ ୩୫ ରନ ଦେଇ ୩ ଟି ୱିକେଟ ନେଇଥିବା ହର୍ଷଲ ପଟେଲ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।