ବ୍ୟୁରୋ ଧୋନି ଅନେକ ସମୟରେ ଯୁବ ଖେଳାଳିଙ୍କୁ ଉପଦେଶ ଦେଇଥାନ୍ତି। ଖାସ କରି ଆଇପିଏଲ ସମୟରେ ତାଙ୍କ ଫଟୋ ଓ ଭିଡ଼ିଓ ଭାଇରାଲ ହୋଇଥାଏ। ଏହି କାରଣ ଅଟେକି ଯୁବ ଖେଳାଳି ତାଙ୍କ ସହିତ ଡ୍ରେସିଙ୍ଗ ରୁମରେ ସମୟ କାଟିବାକୁ ଚାହିଁଥାନ୍ତି। ସେ ଏବେ କେବଳ ଆଇପିଏଲ ଖେଳିଥାନ୍ତି ଓ ସେହି ଟିମର ଖେଳାଳିଙ୍କ ପାଖରେ ତାଙ୍କ ସହିତ ସମୟ କାଟିବାର ମୌକା ଥାଏ।

ଏହିପରି ଏକ ଯୁବ ଖେଳାଳି ଧୋନିଙ୍କ ଉପଦେଶକୁ ମନେ ପକାଇଛନ୍ତି। ସେହି ଖେଳାଳି ହେଉଛନ୍ତି ଚେନ୍ନାଇ ସୁପରକିଙ୍ଗସର ଯୁବ ପେସର ମୁକେସ ଚୌଧୁରୀ। ଚୌଧୁରୀ ଆଇପିଏଲର ପୂର୍ଵ ସିଜନରେ ସିଏସକେ ସହ ଖେଳିବାର ନିଜ ଅନୁଭବ କହିଛନ୍ତି। ଏହା ସହିତ ସେ ଅଧିନାୟକ ଧୋନିଙ୍କ ପ୍ରଶଂସା କରିଛନ୍ତି। ସିଏସକେକୁ ୪ ଥର ନିଜ ଅଧିନାୟକତ୍ୱରେ ଚମ୍ପିୟାନ କରିଥିବା ଧୋନି ତାଙ୍କୁ ନିଜ କ୍ଷମତା ଉପରେ ବିଶ୍ୱାସ କରିବା ପାଇଁ କହିଥିଲେ। ଯେବେ ଗ୍ରାଉଣ୍ଡରେ ତାଙ୍କ ଅନୁକୂଳ ପ୍ରଦର୍ଶନ ହେଇପାରୁନଥିଲା।
ଅନୁଭବୀ ଅଧିନାୟକ ଏବଂ ୱିକେଟ କିପର ଧୋନି ତାଙ୍କୁ ଏହା ମାଡି କହିଥିଲେ କି ସବୁ ଖେଳାଳି ନିଜ କ୍ୟାରିୟରରେ ଏହିପରି ପରିସ୍ଥିତିର ସାମ୍ନା କରିଥାନ୍ତି। ମୁକେସ ଚେନ୍ନାଇ ସୁପର କିଙ୍ଗସ ଡ଼ଟ କମରେ କହିଛନ୍ତି,”ମୁଁ କେବେ ଭାବିନଥିଲିକି ସିଏସକେ ପାଇଁ ଖେଳିବି। ଯେବେ ମୁଁ ଟିମ ବସରେ ଥିଲି (ପ୍ରଥମଥର) ଧୋନି ମୋ କାନ୍ଧରେ ହାତ ଥାପୁଡେଇଥିଲେ। ଏହା ମୋ ସହିତ ହୋଇଥିବାରୁ ମୁଁ ଗର୍ବ ଅନୁଭବ କରିଥିଲି”।

ସେ ଆଗକୁ କହିଛନ୍ତି,”ପ୍ରଥମ ଦୁଇଟି ମ୍ୟାଚରେ ମୋର ପ୍ରଦର୍ଶନ ଭଲ ରହିନଥିଲା ଯେଉଁଠିପାଇଁ ମୁଁ ସବୁ ଦିନ ଓ ମ୍ୟାଚ ମଝିରେ ଧୋନିଙ୍କ ସହ ଆଲୋଚନା କରୁଥିଲି। ଧୋନି ମତେ ନିଜ କ୍ଷମତା ଉପରେ ବିଶ୍ୱାସ କରିବା ପାଇଁ କହିଥିଲେ। ଋତୁରାଜ ମୋର ଭଲ ସାଙ୍ଗ ତେଣୁ ସେ ମୋ ସାଥିରେ ଥିଲେ। ଧୋନି ମତେ ସମର୍ଥନ କରିଥିଲେ ଓ କହିଥିଲେ ନିଜ କ୍ଷମତା ଉପରେ ବିଶ୍ୱାସ ରଖ କାରଣ ସବୁ ଖେଳାଳି ଏପରି ପରିସ୍ଥିତି ଦେଇ ଗତିକରିଥାନ୍ତି”।
ମୁକେସ ଆଇପିଏଲ ୨୦୨୨ରେ ଭଲ ପ୍ରଦର୍ଶନ କରିଥିଲେ ଓ ୧୩ ମ୍ୟାଚରେ ୧୬ ୱିକେଟ ନେଇଥିଲେ। ସେ ଏହା ମଧ୍ୟ କହିଛନ୍ତି ମୁମ୍ବାଇ ସହ ମ୍ୟାଚରେ ମୁଁ ଆତ୍ମବିଶ୍ୱାସ ହାସଲ କରିଥିଲି ଓ ଏହାକୁ ଜାରି ରଖିଥିଲି। ମୁମ୍ବାଇ ବିରୁଦ୍ଧରେ ହିଁ ସେ ସିଜନର ସର୍ବଶ୍ରେଷ୍ଠ ସ୍ପେଲ ପକାଇଥିଲେ। ସେ ପ୍ରଥମ ହିଁ ଓଭରରେ ରୋହିତ ଶର୍ମା ଓ ଇସାନ କିସାନଙ୍କୁ ଆଉଟ କରିଥିଲେ। ଏହା ପରେ ଫର୍ମରେ ଥିବା ଡିୱାଲ୍ଡ ବ୍ରେଭିସଙ୍କୁ ଆଉଟ କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।