ବ୍ୟୁରୋ ରିପୋର୍ଟ: ଆରସିବିର ଅଧିନାୟକ ଫାଫ ଡୁ ପ୍ଲେସି ଖୁଲାସା କରିଛନ୍ତି କି ସେ ହାଇଦ୍ରାବାଦ ବିରୁଦ୍ଧରେ ମ୍ୟାଚରେ ରିଟାୟର୍ଡ ଆଉଟ ହେବାକୁ ଚେଷ୍ଟା କରୁଥିଲେ କାରଣ ସେ ଥକିଯାଇଥିଲେ। ଡୁ ପ୍ଲେସି ଏହି ମ୍ୟାଚରେ ୫୦ ବଲରେ ୭୩ ରନର ପାରି ଖେଳିଥିଲେ ଓ ଆରସିବି ଏହି ମ୍ୟାଚରେ ହାଇଦ୍ରାବାଦକୁ ୬୭ ରନରେ ହରାଇଥିଲା ଯାହାର ଶ୍ରେୟ ଡୁ ପ୍ଲେସିଙ୍କୁ ଯାଉଛି। ତାଙ୍କର ସେହି ଜବରଦସ୍ତ ପାରିରେ ୮ ଟି ଚୌକା ଓ ୨ ଟି ଛକା ସାମିଲ ଥିଲା।

ସେ ରଜତ ପାଟିଦାରଙ୍କ ସହ ମିଶି ୧୦୫ ରନର ପାର୍ଟନରସିପ କରିଥିଲେ। ଏହା ପରେ ଦିନେସ କାର୍ତ୍ତିକ ୮ ବଲରେ ୩୦ ରନର ପାରି ଖେଳିଥିଲେ। ଡୁ ପ୍ଲେସି କହିଛନ୍ତି କି ଗୋଟେ ସମୟରେ ସେ ଥକିଯାଇଥିଲେ ଓ ଦିନେଶ କାର୍ତ୍ତିକଙ୍କୁ ବ୍ୟାଟିଙ୍ଗକୁ ଆଣିବା ପାଇଁ ରିଟାୟର୍ଡ ଆଉଟ ହେବକୁ ଚେଷ୍ଟା କରୁଥିଲେ। ସେ କହିଛନ୍ତି ଯଦି କାର୍ତ୍ତିକ ଏପରି ଛକା ମାରୁଛନ୍ତି ତେବେ ଆମକୁ ତାଙ୍କୁ ବ୍ୟାଟିଙ୍ଗକୁ ଆଣିବାକୁ ଚାହୁଁଛୁ ଓ ଯେତେ ସମ୍ଭବ ସେ ଲମ୍ବା ସମୟ ପର୍ଯ୍ୟନ୍ତ ବ୍ୟାଟିଙ୍ଗ କରିବାକୁ ଚାହୁଁଛୁ।
ଦିନେଶ କାର୍ତ୍ତିକ କରୁଛନ୍ତି ଜବରଦସ୍ତ ବ୍ୟାଟିଙ୍ଗ:
ସେ କହିଛନ୍ତି ସତ କହିବି ତ କାର୍ତ୍ତିକଙ୍କୁ ବ୍ୟାଟିଙ୍ଗକୁ ଆଣିବା ପାଇଁ ମୁଁ ରିଟାୟର୍ଡ ଆଉଟ ହେବାକୁ ଚାହୁଁଥିଲି, କାରଣ ମୁଁ ବହୁତ ଥକି ଯାଇଥିଲି। ଏହି ମ୍ୟାଚରେ ବିରାଟ କୋହଲି ପ୍ରଥମ ବଲରେ ଗୋଲଡେନ ଡକ ଆଉଟ ହେବା ପରେ ଡୁ ପ୍ଲେସି ରଜତ ପାଟିଦାରଙ୍କ ସହ ମିଶି ଶତକୀୟ ପାର୍ଟନରସିପ କରିଥିଲେ।

ଏହି ମ୍ୟାଚରେ ପତିଦାର ୪୮ ରନ କରି ଆଉଟ ହୋଇଥିଲେ ଓ ଏହାପରେ ବ୍ୟାଟିଙ୍ଗ କରିବାକୁ ଆସିଥିବା ଗ୍ଲେନ ମାକ୍ସୱେଲ ୩୩ ରନ କରି ଆଉଟ ହୋଇଥିଲେ। ଏହା ପରେ ଡୁ ପ୍ଲେସିଙ୍କୁ କାର୍ତ୍ତିକଙ୍କ ସାଥ ମିଳିଲା ଓ ଦୁହେଁ ମିଶି ଆରସିବିର ସ୍କୋର ୧୯୨ ରନ ପର୍ଯ୍ୟନ୍ତ ପହଁଞ୍ଚାଇଥିଲେ। ଜବାବରେ ହାଇଦ୍ରାବାଦ ୧୨୫ ରନରେ ଅଲଆଉଟ ହୋଇଯାଇଥିଲା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।