ତେବେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଥିବା ଟି ୨୦ ସିରିଜରେ ବହୁତ ସହଜ ଭାବରେ ପ୍ରଥମ ଟି ୨୦ରେ ଭାରତ ବିଜୟ ହାସଲ କରିଛି। ତେବେ ପାଞ୍ଚ ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଛି।ତେବେ ଆଇପିଏଲ ୨୦୨୨ ପରେ ରୋହିତ ଶର୍ମା ଓ ଦିନେଶ କାର୍ତ୍ତିକ ବହୁତ ଭଲ ଫର୍ମରେ ରହିଛନ୍ତି। କାର୍ତ୍ତିକ ୧୯ ବଲରେ ୪୧ କରି ନଟ ଆଉଟ ଥିଲେ। ସେ ୪ଟି ଚୌକା ଓ ୨ଟି ଛକା ଲଗାଇଥିଲେ। ରୋହିତ ଶର୍ମା ୪୪ ବଲରେ ୬୪ ରନ କରି ଆଉଟ ହୋଇଯାଇଥିଲେ। ତେବେ କାର୍ତ୍ତିକଙ୍କ ଏହି ଜବରଦସ୍ତ ପାରି ବଳରେ ଭାରତୀୟ ଦଳ ପ୍ରଥମ ମ୍ୟାଚ ଜିତିବାରେ ସଫଳ ହୋଇଥିଲା। ସେ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

ତେବେ ସେହି ଦୁଇଜଣ ଏହି ମ୍ୟାଚରେ ବହୁତ ଭଲ ବ୍ୟାଟିଂ କରି ଥିଲେ। ଏହା ବ୍ୟତୀତ ବୋଲିଂରେ ଭୁବନେଶ୍ୱର କୁମାର,ଅର୍ସଦୀପ ସିଂ,ରବି ବିଶ୍ନୋଇ ଓ ରବୀନ୍ଦ୍ର ଜାଡେଜା ବହୁତ ଭଲ ପ୍ରଦର୍ଶନ କରି ଥିଲେ। ତେବେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୯୦ ରନ କରି ପାରି ଥିଲା।ତେବେ ୱେଷ୍ଟଇଣ୍ଡିଜକୁ ବିଜୟ ପାଇଁ ୧୯୧ ରନର ଲକ୍ଷ୍ୟ ମିଳିଥିଲା। ତେବେ ଟି ୨୦ ରେ ୧୯୧ ରନ ଏକ ବହୁତ ବଡ଼ ରନ ଅଟେ।
ତେବେ ଏହି ସମୟରେ ୱେଷ୍ଟଇଣ୍ଡିଜର ପ୍ରଥମ ୩ ୱିକେଟ ୪୨ ରନ ମଜ୍ଞାରେ ଗଳି ପଡ଼ି ଥିଲା ତେବେ ପ୍ରଥମ ୱିକେଟ ୨୨ ରନରେ ଦିତୀୟ ୱିକେଟ ୨୭ ରେ ଓ ତୃତୀୟ ୪୨ ରେ ଚତୁର୍ଥ ୬୬ ରେ ଓ ପଞ୍ଚମ ୮୮ରନରେ ପଡ଼ି ଯାଇ ଥିଲା।କାଇଲ ମେୟର ୧୫ ବୃକ ୩୦ ଯେସନ ହୋଲ୍ଡର ୦ ନିକୋଲାସ ପୁରନ ୧୮ ରନ ଓ ରୋମାନ ପାୱେଲ ୧୪ ରନ କରି ଆଉଟ ହୋଇ ଯାଇ ଥିଲେ।
Dinesh Karthik's 41* runs knock from just 19 balls.#DineshKarthik #INDvsWI pic.twitter.com/E3ePkYbB9j
— CRICKET VIDEOS🏏 (@Abdullah__Neaz) July 29, 2022
ତେବେ ଏତେ ବଡ଼ ଲକ୍ଷ୍ୟକୁ ପିଛା କରିବା ସମୟରେ ଆପଣଙ୍କର ଆରମ୍ଭ ଯଦି ଭଲ ହେବ ନାହିଁ ତେବେ ଏହା ଆପଣଙ୍କ ପାଇଁ ଅଧିକ କଷ୍ଟ ହୋଇଯିବ। ତେବେ ୱେଷ୍ଟଇଣ୍ଡିଜ ସହିତ ମଧ୍ୟ ସେହିପରି ହୋଇ ଥିଲା। ତେବେ ପ୍ରଥମ ଟି ୨୦ରେ ଭାରତ ବହୁତ ସହଜରେ ବିଜୟ ହାସଲ କରି ନେଇ ଥିଲା। ଏହା ବ୍ୟତୀତ ଏହି ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ବର୍ତ୍ତମାନ ପ୍ରଥମ ବିଜୟ ସହିତ ଆଗରେ ରହିଛି। ତେବେ ଏହି ବର୍ଷ ଟି ୨୦ ବିଶ୍ୱକପ ହେବାର ଅଛି।ତେଣୁ ଭାରତ ଚାହିଁପାରେ ଏହି ବିଜୟ ଧାରାକୁ ବଜାୟ ରଖିବା ପାଇଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।