ଭାରତୀୟ ଟିମ ଚତୁର୍ଥ ଟି-୨୦ ମ୍ୟାଚରେ ଜବରଦସ୍ତ ବ୍ୟାଟିଂ କରିଛି। ଶେଷ ୪ ଓଭରରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି ଦିନେସ କାର୍ତ୍ତିକ ଏବଂ ହାର୍ଦିକ ପାଣ୍ଡ୍ୟା। ଆଗ ବ୍ୟାଟିଂ କରି ଇଶାନ କିଷାନ ୨୭ ଏବଂ ଋତୁରାଜ ୫ କରି ଆଉଟ ହୋଇଯାଇଥିଲେ। ଅୟର ୪ ଏବଂ ପନ୍ତ ୧୭ ରନରେ ଆଉଟ ହୋଇଯାଇଥିଲେ।

ଦଳକୁ ସମ୍ଭାଳିଥିଲେ ଅନୁଭବି ଦିନେସ କାର୍ତ୍ତିକ ଏବଂ IPL 2022 ର ଚମ୍ପିୟନ କ୍ୟାପଟେନ ହାର୍ଦିକ ପାଣ୍ଡ୍ୟା। ହାର୍ଦିକ ପାଣ୍ଡ୍ୟା କାର୍ତ୍ତିକଙ୍କ ସହ ମିଶି ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ସେ ୩୧ ବଲରେ ୪୬ କରିଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୩ଟି ଚୌକା ଓ ୩ଟି ଛକା। ଷ୍ଟ୍ରାଇକ ରେଟ ତାଙ୍କର ଥିଲା ୧୪୮.୩୯।
ଦିନେସ କାର୍ତ୍ତିକ ନିଜ ଅନୁଭବର ବ୍ୟବହାର କରିଥିଲେ। ସେ ଜବରଦସ୍ତ ବ୍ୟାଟିଂ କରିଥିଲେ। ସେ ଏହି ବର୍ଷ IPL ରେ ବି ସୁନ୍ଦର ଫର୍ମରେ ଥିଲେ। ଦଳର ରନ ଏତେ ହୋଇନଥିଲା ହେଲେ ଦିନେସ କାର୍ତ୍ତିକ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ଆକର୍ଷଣୀୟ ଥିଲା ଏବଂ ଦଳ ମଝଭୁତ ରନରେ ପଂହଁଚିଥିଲା। ଦିନେସ କାର୍ତ୍ତିକ ୨୭ ବଲରେ ୫୫ କରିଥିଲେ। ସେ ୯ଟି ଚୌକା ଓ ୨ଟି ଛକା ଲଗାଇଥିଲେ। ଷ୍ଟ୍ରାଇକ ରେଟ ତାଙ୍କର ୨୦୩.୭ ଥିଲା। ତେବେ ଭାରତ ନିର୍ଧାରିତ ୨୦ ଓଭରରେ ୧୬୯ ରନ ବନାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।