ସାଉଥ ଆଫ୍ରିକା ବିପକ୍ଷରେ ଖେଳିବା କ୍ଷଣି ଦିନେସ କାର୍ତ୍ତିକ ହାସଲ କଲେ ବଡ଼ ଉପଲବ୍ଧି! ଏହି ମହାନ ଖେଳାଳିଙ୍କ କ୍ଳବରେ ହେଲେ ସାମିଲ

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ସୁନ୍ଦର ପ୍ରଦର୍ଶନ କରି ତିନି ବର୍ଷର ଲମ୍ବା ସମୟ ପରେ ଟିମ ଇଣ୍ଡିଆରେ ଜାଗା ପାଇଥିବା ଦିନେସ କାର୍ତ୍ତିକ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ସିରିଜରେ ପ୍ରଥମ ମ୍ୟାଚ ଖେଳିବା କ୍ଷଣି ନିଜ ନାମରେ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି। ଏହି ମ୍ୟାଚରେ ସେ ୨ ଟି ବଲରେ ୧ ରନ କରିଥିଲେ କିନ୍ତୁ ଚୂଡାନ୍ତ ଏକାଦଶରେ ଖେଳିବା କ୍ଷଣି ସେ ଟି-୨୦ ଇଣ୍ଟରନେସନାଲରେ ୧୫ ବର୍ଷ ପୁରା କରିଛନ୍ତି।

 

ଭାରତର ପ୍ରଥମ ଟି-୨୦ରେ ମ୍ୟାଚ ଅଫ ଦି ମ୍ୟାଚ:

ଦିନେସ କାର୍ତ୍ତିକଙ୍କ ନାମରେ ଭାରତ ତରଫରୁ ପ୍ରଥମ ଟି-୨୦ ମ୍ୟାଚରେ ମ୍ୟାଚ ଅଫ ଦି ମ୍ୟାଚ ହାସଲ କରିଥିବା ରେକର୍ଡ ଅଛି। ଦିନେସ ୧ ନଭେମ୍ବର ୨୦୦୬ କୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ନିଜର ପ୍ରଥମ ଟି-୨୦ ମ୍ୟାଚ ଖେଳିଥିଲେ। ସେହି ମ୍ୟାଚରେ କାର୍ତ୍ତିକ ୨୮ ବଲରେ ୩୧ ରନର ମହତ୍ତ୍ୱପୂର୍ଣ୍ଣ ପାରି ଖେଳି ଭାରତକୁ ମ୍ୟାଚ ଜିତାଇଥିଲେ।

ଆଫ୍ରିକା ବିରୁଦ୍ଧରେ ହିଁ ପୁରା କଲେ ୧୫ ବର୍ଷ:

କାର୍ତ୍ତିକ ଡିସେମ୍ବର ୨୦୦୬ରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ହିଁ ନିଜର ଟି-୨୦ ଇଣ୍ଟରନେସନାଲ କ୍ୟାରିୟର ଆରମ୍ଭ କରିଥିଲେ ଓ ଏବେ ଏହି ଟିମ ବିରୁଦ୍ଧରେ ହିଁ ସେ ନିଜର ଟି-୨୦ କ୍ୟାରିଅରର ୧୫ ବର୍ଷ ପୁରା କରିଛନ୍ତି। ସେ ନିଜର ୧୫ ବର୍ଷର ଟି-୨୦ ଇଣ୍ଟରନେସନାଲ କ୍ୟାରିୟରରେ ୩୩ ମ୍ୟାଚର ୧୭ ପାରିରେ ୩୩.୩୩ର ଔସତରେ ୪୦୦ ରନ କରିଛନ୍ତି। ଏଥିରେ ତାଙ୍କର ଷ୍ଟାଇକରେଟ ୧୪୨.୮୫ ଓ ସର୍ବଶ୍ରେଷ୍ଠ ସ୍କୋର ୪୮ ରହିଛି।

Google
ମହାନ ଖେଳାଳିଙ୍କ କ୍ଳବରେ କାର୍ତ୍ତିକଙ୍କ ଏଣ୍ଟ୍ରି:

ଗୁରୁବାରକୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ସିରିଜର ପ୍ରଥମ ମ୍ୟାଚରେ ଖେଳିବା କ୍ଷଣି ହିଁ ଦିନେସ କାର୍ତ୍ତିକ ଲାଲା ଅମରନାଥ ଓ ଦିଲୀପ ବେଙ୍ଗସରକରଙ୍କ ଭଳି ମହାନ ଖେଳାଳିଙ୍କ କ୍ଳବରେ ସାମିଲ ହୋଇଯାଇଛନ୍ତି। ଲାଲା ଅମରନାଥ ୧୯୪୮ରେ ଟେଷ୍ଟ କ୍ରିକେଟରେ ୧୫ ବର୍ଷ ପୁରା କରିଥିବା ପ୍ରଥମ ଭାରତୀୟ ଖେଳାଳି ଥିଲେ। ଦିଲୀପ ବେଙ୍ଗସରକର ଏକଦିବସିୟ କ୍ରିକେଟରେ ୧୫ ବର୍ଷ ପୁରା କରିଥିବା ପ୍ରଥମ ଭାରତୀୟ ହୋଇଥିଲେ ଓ ଟି-୨୦ରେ ୧୫ ବର୍ଷ ପୁରା କରିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି ଦିନେସ କାର୍ତ୍ତିକ।

ତେବେ ଦିନେସ IPL ର ଏହି ବର୍ଷର ସିଜିନରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ଫିନିସର ଭୂମିକା ବହୁତ ସୁନ୍ଦର ଭାବେ ନିଭେଇଥିଲେ। ତେବେ ଦ୍ୱିତୀୟ ଟି-୨୦ କଟକରେ ଖେଳାଯିବାର ଅଛି। କିଏ ଜିତିବ ଆପଣଙ୍କ ଅନୁମାନ କମେଣ୍ଟରେ ଜଣାଇପାରିବେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *