ଦିନେସ କାର୍ତିକ ରାଗରେ ଶେଷ ବଲରେ ଛକା ମାରି ଭାରତକୁ ଦେଲେ ଐତିହାସିକ ବିଜୟ!

ବ୍ୟୁରୋ ରିପୋର୍ଟ: ଶେଷ ବଲରେ ଯେବେ ଛକା ମାରି ବିଜୟ ଦେବାର କଥା ଉଠେ ସେବେ ପାକିସ୍ତାନର ବ୍ୟାଟ୍ସମ୍ୟାନ ଯାବେଦ ମିୟାଦାଦାଙ୍କ ନାମ ଉଠେ। ସେ ୧୯୯୬ରେ ଭାରତ ବିରୁଦ୍ଧରେ ଏହି କାରନାମା କରିଥିଲେ। ସେବେ ଅଷ୍ଟ୍ରେଲିଆ କପର ଫାଇନାଲରେ ଛକା ମାରି ପାକିସ୍ତାନକୁ ଚମ୍ପିୟାନ କରିଥିଲେ। ସବୁ ଭାରତୀୟ ପ୍ରସଂସକଙ୍କୁ ସେହି ଛକା ପ୍ରାୟ ମନେ ଅଛି। ଏହାର ୩୨ ବର୍ଷ ପରେ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ ଏପରି କରି ଦେଖାଇଥିଲେ। ତାରିଖ ଥିଲା ୧୮ ମାର୍ଚ୍ଚ ୨୦୧୮ ଓ ବ୍ୟାଟ୍ସମ୍ୟାନ ଥିଲେ ଦିନେସ କାର୍ତିକ।

Google

ଏଥିପାଇଁ ଭାରତୀୟ କ୍ରିକେଟର ଆଜିର ଦିନ ୧୮ ମାର୍ଚ୍ଚ ଖାସଅଟେ। ଏହି ଦିନ କାର୍ତିକ ବଙ୍ଗଳାଦେଶ ବିରୁଦ୍ଧରେ ନିଦହାସ ଟ୍ରଫିର ଫାଇନାଲ ମ୍ୟାଚରେ ଶେଷ ବଲରେ ଛକା ମାରି ଭାରତକୁ ଚାମ୍ପିୟାନ କାରିଥିଲେ। ଟିମ ଇଣ୍ଡିଆ ସେହି ମ୍ୟାଚ ୪ ୱିକେଟରେ ଜିତିଥିଲା।

ସେହି ମ୍ୟାଚରେ ବଙ୍ଗଳାଦେଶ ଭାରତକୁ ୧୬୭ ରନର ଲକ୍ଷ ଦେଇଥିଲା। ଭାରତର ପ୍ରଥମ ଦୁଇଟି ୱିକେଟ ୩୨ ରନରେ ହରାଇ ଦେଇଥିଲା। ଅଧିନାୟକ ରୋହିତ ଶର୍ମା ଗୋଟେ ପଟେ ଠିଆ ହୋଇଥିଲେ କିନ୍ତୁ ସେ ମଧ୍ୟ ୫୬ ରନ କରି ଆଉଟ ହୋଇଯାଇଥିଲେ। କେ ଏଲ ରାହୁଲ ମଧ୍ୟ ୨୪ ରନ କରି ଆଉଟ ହୋଇଯାଇଥିଲେ। ଭାରତ ୧୦୦ ରନ ମଧ୍ୟରେ ୪ ଟି ୱିକେଟ ହରାଇ ଦେଇଥିଲା। ଭାରତକୁ ୫ମ ଝଟକା ୧୩୩ ରନରେ ଲାଗିଲା। ସେବେ ମନିସ ପାଣ୍ଡେ ୨୮ ରନ କରି ଆଉଟ ହୋଇଗଲେ।

Google

କାର୍ତିକ ରାଗରେ ବ୍ୟାଟିଙ୍ଗ କରିବା ପାଇଁ ଓହ୍ଲାଇଥିଲେ:

ଦିନେସ କାର୍ତ୍ତୀକଙ୍କୁ ୫ ମ ଜାଗାରେ ୭ମ ସ୍ଥାନରେ ବ୍ୟାଟିଙ୍ଗ ଦିଆଯାଇଥିଲା ଯାହା ଯୋଗୁ ସେ ରାଗରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିଲେ ଓ ଏହାର ଖୁଲାସା ସେ ଏକ ଇଣ୍ଟରଭିଉରେ କହିଥିଲେ। କାର୍ତିକ ଯେବେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିଲେ ସେବେ ଭାରତକୁ ଜିତିବା ପାଇଁ ୧୨ ବଲରେ ୩୪ ରନର ଆବଶ୍ୟକତା ଥିଲା। କାର୍ତିକଙ୍କ ସାଥରେ ବିଜୟ ଶଙ୍କର ଥିଲେ। ସମସ୍ତେ ଭାବୁଥିଲେ ଭାରତ ଜିତିପାରିବନି କିନ୍ତୁ କାର୍ତିକ କିଛି ଅଲଗା ମନ ନେଇ ଆସିଥିଲେ। ସେ ପ୍ରଥମ ବଲରୁ ଛକା ମାରି ନିଜକୁ ସାବ୍ୟସ୍ତ କରିଦେଇଥିଲେ।

ଏହା ପରେ କାର୍ତିକ ଅଟକିନଥିଲେ ଓ ସେ ରୁବେନ ହୁସେନଙ୍କ ୧୯ ତମ ଓଭରରେ ୨୨ ରନ ମାରିଥିଲେ। ଏଥିରେ ଦୁଇଟି ଛକା ଓ ଦୁଇଟି ଚୌକା ସାମିଲ ଥିଲା। ଏହା ପରେ ଶେଷ ଓଭରରେ ୧୨ ରନର ଆବଶ୍ୟକତା ଥିଲା। ବିଜୟ ଶଙ୍କର ପ୍ରଥମ ଦୁଇଟି ବଲରେ ୨ ରନ ନେଇଥିଲେ। ଶେଷ ୪ ବଲରେ ୧୦ ରନର ଆବଶ୍ୟକତା ଥିଲା। ତୃତୀୟ ବଲରେ କାର୍ତିକ ୧ ରନ ନେଇଥିଲେ ଓ ଚତ୍ରୁର୍ଥ ବଲରେ ଶଙ୍କର ଚୌକା ମାରିଥିଲେ। ଆଉ ୨ ଟି ବଲରେ ୫ ରନର ଆବଶ୍ୟକତା ଥିଲା। ୫ ମ ବଲରେ ଶଙ୍କର ଆଉଟ ହୋଇଯାଇଥିଲେ କିନ୍ତୁ କାର୍ତିକ ଷ୍ଟାଇକରେ ଆସିଯାଇଥିଲେ। ଶେଷ ବଲରର ୫ ରନ ଆବଶ୍ୟକ ଥିଲା ଭାରତ ଜିତିବା ଆଶା ନଥିଲା ଓ ସୌମ୍ୟ ଶେଷ ବଲ ଅଫ ଷ୍ଟମ୍ପ ବାହାରେ ପକାଇଥିଲେ କିନ୍ତୁ କାର୍ତିକ ଛକା ମାରି ଇତିହାସ ଲେଖିଥିଲେ ଓ ଭାରତକୁ ଏକ ଐତିହାସିକ ବିଜୟ ଦେଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *