ମ୍ୟାଚ ହାରିଲା ଚେନ୍ନାଇ ମାତ୍ର ବ୍ରାଭୋ ହାସଲ କଲେ ବଡ଼ ଉପଲବ୍ଧି! ମାଲିଙ୍ଗାଙ୍କୁ ପକାଇଲେ ପଛରେ!

୨୦୨୧ IPL ର ଚମ୍ପିୟାନ CSK ର ବୋଲର ଡିଜେ ବ୍ରାଭୋ ନିଜ ନାମରେ ଏକ ରେକର୍ଡ ସ୍ଥାପନ କରିଛନ୍ତି। ବ୍ରାଭୋ IPL ଇତିହାସରେ ସୁବୁଠୁ ଅଧିକ ୱିକେଟ ନେବା ବୋଲର ହୋଇଯାଇଛନ୍ତି। ବ୍ରାଭୋ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବ ବୋଲର ଲାସୀଥ ମାଲିଙ୍ଗାଙ୍କ ରେକର୍ଡ ଭାଙ୍ଗି ଏହି ରେକର୍ଡ ଅର୍ଜନ କରିଛନ୍ତି। ୱେଷ୍ଟଇଣ୍ଡିଜର ଖେଳାଳି ବ୍ରାଭୋ ଲକ୍ଷନୌ ବିପକ୍ଷରେ ଏହି ରେକର୍ଡ ହାସଲ କରିଛନ୍ତି।

ବ୍ରାଭୋ ଲକ୍ଷନୌର ବ୍ୟାଟ୍ସମାନ ଦୀପକ ହୁଡ଼ାଙ୍କୁ ଆଉଟ କରି ମାଲିଙ୍ଗାଙ୍କ ଏହି ରେକର୍ଡ ଭାଙ୍ଗିଥିଲେ। ସେ ୧୭୦ ୱିକେଟ ହୁଡାଙ୍କୁ ଆଉଟ କରି ପ୍ରାପ୍ତ କରିଥିଲେ। ବ୍ରାଭୋ ୧୫୩ ମ୍ୟାଚରେ ୧୭୧ ୱିକେଟ ହାସଲ କରିବାରେ ସଫଳ ରହିଛନ୍ତି। ଲାସୀଥ ମାଲିଙ୍ଗା ୧୨୨ ମ୍ୟାଚରେ ୧୭୦ ୱିକେଟ ଅକ୍ତିଆର କରିଛନ୍ତି। IPL ରେ ବ୍ରାଭୋ ଚେନ୍ନାଇ ସୁପର କିଙ୍ଗସ ଛଡା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜୁରାଟ ଲାୟନ୍ସ ପକ୍ଷରୁ ଖେଳିସାରିଛନ୍ତି।

ଏହା ଛଡା ଅମିତ ମିଶ୍ର ୧୬୬ ୱିକେଟ ହାସଲ କରିଛନ୍ତି। ପିୟୁସ ଚାୱାଲା ୧୫୭ , ହରଭଜନ ସିଂଙ୍କ ନାମରେ ୧୫୦ ୱିକେଟ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *