ପଞ୍ଜାବ ଓ କୋଲକତା ମଧ୍ୟରେ IPL 2023 ର ଦ୍ୱିତୀୟ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ପଞ୍ଜାବ ଦଳ ଆଗ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୯୧ ରନ କରିଥିଲା ତେବେ କୋଲକତା ୭ ୱିକେଟରେ ୧୪୬ ରନ ୧୬ ଓଭରରେ କରିଥିଲା ଓ DLS ମେଥଡ଼ ଅନୁସାରେ ପଞ୍ଜାବ ଦଳ ଏହି ମ୍ୟାଚକୁ ଜିତିନେଇଥିଲା।
ଆଗ ବ୍ୟାଟିଂ କରି ପଞ୍ଜାବ ପକ୍ଷରୁ ଶିଖର ଧାୱନ ୪୦ ରନର ପାରି ଖେଳିଥିଲେ। ସେ ୬ଟି ଚୌକା ଲଗାଇଥିଲେ। ପ୍ରଭସିମରନ ୧୩ ବଲରେ ୨୩ ରନ କରିଥିଲେ। ରାଜପକ୍ଷେ ଜବରଦସ୍ତ ପାରି ଖେଳିଥିଲେ। ସେ ୩୨ ବଲରେ ୫୦ ରନ କରିଥିଲେ। ଏହି ୫୦ ରନର ପାରିରେ ୫ଟି ଚୌକା ଓ ୨ଟି ଛକା ସାମିଲ ଥିଲା।
ଜିତେଶ ଶର୍ମା ୧୧ ବଲରେ ୨୧ ରନ କରିଥିଲେ। ସାମ କରନ ୧୭ ବଲରେ ୨୬ ରନ କରି ନଟ ଆଉଟ ଥିଲେ। ୨୬ ରନର ପାରିରେ ୨ଟି ଛକା ସାମିଲ ଥିଲା।
କୋଲକତା ନାଇଟ ରାଇଡର୍ସ ପକ୍ଷରୁ ୧୬ ବଲରେ ୨୨ ଗୁରବାଜ କରିଥିଲେ। ୨୮ ବଲରେ ୩୪ ରନ ଭେଙ୍କଟେସ ଅୟର କରିଥିଲେ। ଏହି ୩୪ ରନର ପାରିରେ ସାମିଲ ଥିଲା ୩ଟି ଚୌକା ଓ ଗୋଟିଏ ଛକା।
ନୀତିଶ ରାଣା ୧୭ ବଲରେ ୨୪ ରନ କରିଥିଲେ। ଏହି ୨୪ ରନରେ ୩ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ରୀଙ୍କୁ ସିଂ୪ ରନ କରିଥିଲେ। ଆନ୍ଦ୍ର ରସେଲ ୧୯ ବଲରେ ୩୫ ରନ କରିଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୩ଟି ଚୌକା ଓ ୨ଟି ଛକା।
ସାରଦୁଲ ଠାକୁର ୩ ବଲରେ ୮ ରନ କରି ନଟ ଆଉଟ ଥିଲେ। ସେ ଗୋଟିଏ ଛକା ଲଗାଇଥିଲେ। ସୁନୀଲ ନାରିନ ୨ ବଲରେ ୭ ରନ କରି ନଟ ଆଉଟ ଥିଲେ। ନାରିନ ଗୋଟିଏ ଛକା ଲଗାଇଥିଲେ।
କୋଲକତା ପକ୍ଷରୁ ସାଉଦି ୨ଟି ୱିକେଟ ଅକ୍ତିଆର କରିଥିଲେ। ଉମେଶ ଯାଦବ ଗୋଟିଏ, ନାରିନ ଗୋଟିଏ ଓ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ।