ଧାୱନଙ୍କୁ ଦ୍ରାଭିଡ଼ କଲେ ଦଳରୁ ବାହାର! ଜୋର ଧରିଲା ଖବର! ହେଲା ବଡ଼ ଖୁଲାସା

ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆ ଆଗାମୀ ମାସରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୫ ଟି ମ୍ୟାଚର ଟି-୨୦ ସିରିଜ ଖେଳିବାର ଅଛି। ଏହି ଘରୋଇ ସିରିଜ ୯ ରୁ ୧୯ ଜୁନ ପର୍ଯ୍ୟନ୍ତ ଚାଲିବ। ସିରିଜରେ ସିନିୟର ଖେଳାଳି ବିରାଟ କୋହଲି, ରୋହିତ ଶର୍ମା, ଓ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇଛି। କେଏଲ ରାହୁଲଙ୍କୁ ଅଧିନାୟକ କରାଯାଇଥିବା ବେଳେ ରିଷଭ ପନ୍ତଙ୍କୁ ଉପଅଧିନାୟକ କରାଯାଇଛି। ଆଇପିଏଲରେ ଭଲ ପ୍ରଦର୍ଶନ କରିବା ପରେ ଆଶା କରାଯାଉଥିବା ଶିଖର ଧାୱନଙ୍କୁ ଟିମରେ ଜାଗା ମିଳିପାରେ କିନ୍ତୁ ତାଙ୍କୁ ଏହି ଟିମରେ ଚୟନ କରାଯାଇନାହିଁ। ସେ ପୂର୍ବ ବର୍ଷ ଟି-୨୦ ବିଶ୍ୱକପ ଟିମରେ ମଧ୍ୟ ଚୟନ ହୋଇନଥିଲେ।

Google

ଇନସାଇଟ ସ୍ପୋର୍ଟସର ଖବର ଅନୁସାରେ,କୋଚ ରାହୁଲ ଦ୍ରାଭିଡଙ୍କ କାରଣରୁ ଶିଖର ଧାୱନଙ୍କୁ ଟିମରେ ଜାଗା ମିଳିନାହିଁ। ଜଣେ ଅଧିକାରୀ କରିଛନ୍ତି ଧାୱନ ଏକ ଦଶକରୁ ଅଧିକ ସମୟ ହେବ ଭାରତୀୟ ଟିମ ସହିତ ଯୋଡି ହୋଇଛନ୍ତି। କିନ୍ତୁ ଟି-୨୦ରେ ଆପଣଙ୍କୁ ଭଲପ୍ରଦର୍ଶନ କରିଥିବା ଯୁବକଙ୍କୁ ମୌକା ଦେବା ହୋଇଥାଏ। ରାହୁଲ ଡ୍ରାଭିଡ଼ଙ୍କୁ କଡା ଫଇସଲା ନେବାର ଥିଲା ଓ ଆମେ ସବୁ ମାନିଗଲୁ। ଟିମ ଘୋଷଣା ପୂର୍ବରୁ ଧାୱନଙ୍କୁ ଦ୍ରାଭିଡ ଏହା କହିଥିଲେ। ଧାୱନ ଏହି ଆଇପିଏଲ ସିଜନରେ ପଞ୍ଜାଵ କିଙ୍ଗସ ତରଫରୁ ୪୬୦ ରୁ ଅଧିକ ରନ କରିଛନ୍ତି।

ଟି-୨୦ ବିଶ୍ୱକପକୁ ୫ ମାସରୁ କମ ସମୟ ବାକି:

ଟି-୨୦ ବିଶ୍ୱକପ ଏହି ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବ।ଏହାକୁ ଆଉ୫ ମାସରୁ କମ ସମୟ ବାକିଅଛି। ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଚୟନ ଟିମରେ ଯୁବ ଖେଲାଳି ଉମରାନ ମଲ୍ଲିକ ଓ ଅର୍ସଦୀପ ସିଂହଙ୍କୁ ମୌକା ମିଳିଛି। ପୂର୍ଵ ଟି-୨୦ ବିଶ୍ୱକପରେ ଟିମରୁ ବହାରେ ଥିବା ହାର୍ଦିକ ପାଣ୍ଡ୍ୟା ଟିମକୁ ଫେରିଛନ୍ତି।

Google

ଆଇପିଏଲ ୨୦୨୨ରେ ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କୁ ପ୍ରଦର୍ଶନ ଭଲ ରହିଛି। ଉମରାନ ମଲ୍ଲିକ ନିଜ ବେଗ ଦ୍ଵାରା ପ୍ରଭାବିତ କରିଛନ୍ତି। ଟି-୨୦ ସିରିଜର ପ୍ରଥମ ପ୍ରଥମ ମ୍ୟାଚ ଦିଲ୍ଲୀରେ ଖେଳଯିବାର ଅଛି। ଯୁବ ଖେଳାଳିଙ୍କ ପାଇଁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ ଅଟେ।

ଭାରତୀୟ ଟି-୨୦ ଟିମ:

କେଏଲ ରହୁଲ(ଅଧିନାୟକ),ଶ୍ରେୟସ ଅୟର, ଋତୁରାଜ ଗାୟକବାଡ଼,ଇସାନ କିସନ, ଦୀପକ ହୁଡା, ରିଷଭ ପନ୍ତ,ଦିନେସ କାର୍ତିକ, ହାର୍ଦିକ ପାଣ୍ଡ୍ୟା, ଭେଙ୍କଟସ ଅୟର, ୟୁଜବେନ୍ଦ୍ର ଚାହଲ, ଭୁବନେଶ୍ୱର କୁମାର ,ହର୍ଷଲ ପଟେଲ, ଆବେଶ ଖାନ, ଅର୍ସଦୀପ ସିଂହ, ଉମରାନ ମଲ୍ଲିକ,କୁଲଦୀପ ଯାଦବ, ଅକ୍ଷର ପଟେଲ,ରବି ବିସ୍ନୋଇ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.