ଭାରତୀୟ ଟିମ ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ଟେଷ୍ଟରେ ୨୮୪ ରନର ଟାର୍ଗେଟ ଦେଇଛି। କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଭାରତ ଦ୍ୱିତୀୟ ପାରି ୨୩୪ ରେ ୭ ଟି ୱିକେଟ ଥିବା ବେଳେ ଘୋଷଣା କରିଦେଇଥିଲା। ପ୍ରଥମ ପାରିରେ ଶତକ ମାରିଥିବା ଯୁବ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ଦ୍ୱିତୀୟ ପାରିରେ ୬୫ ରନ କରିଛନ୍ତି। ସେ ଡେବ୍ୟୁ ଟେଷ୍ଟ ମ୍ୟାଚରେ ଶତକ ଓ ଅର୍ଦ୍ଧଶତକ ମାରିଥିବା ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଅଟନ୍ତି। ତାଙ୍କର ଏହି ସଫଳତାରେ କୋଚ ରାହୁଲ ଦ୍ରାଭିଡଙ୍କର ଉପଦେଶ ସାମିଲ ଅଛି। ଅୟର ରବିବାରକୁ ଏହି କଥା ନିଜେ କହିଛନ୍ତି।

ଶ୍ରେୟସ ଅୟର ଦ୍ୱିତୀୟ ପାରିରେ ୧୨୮ ବଲରେ ସାମ୍ନା କରିଥିଲେ ଓ ୮ ଟି ଚୌକା ୧ ଟି ଛକା ମାରିଛନ୍ତି। ସେ ଚତ୍ରୁର୍ଥ ଦିନ ଖେଳ ଶେଷ ପରେ କହିଥିଲେ,”ରାହୁଲ ଦ୍ରାଭିଡ ସାର ମତେ ଅଧିକରୁ ଅଧିକ ବଲ ଖେଳିବା ପାଇଁ କହିଥିଲେ।ମୁଁ ଏହା ଉପରେ ଅଧିକ ଧ୍ୟାନ ଦେଇଥିଲି। ଆମେ ଅନୁଭବ କଲୁକି ପାରି ୨୫୦ ଉପରକୁ ଯିବା ଠିକ ହେବ।ଏଥିପାଇଁ ଏବେ ଯାହା ଅଛି ଏହା ଦ୍ଵାରା ଆମେ ଖୁସି ଅଛୁ। ଆଜି କ୍ରିକେଟରେ କିଛି ଖାସ ହେଉନଥିଲା, ବଲ ତଳେ ରହୁଥିଲା। ମତେ ଲାଗୁଛିକି ଏହା ବାସ୍ତବରେ ବହୁତ ଭଲ ସ୍କୋର। ଆମ ପାଖରେ ଭଲ ସ୍ପିନ ଆଟାକ ଅଛି ଓ ଆମକୁ ଆଶା ଅଛିକି ଆମେ ପୁରା କାମ କରିବୁ”।
ଡେବ୍ୟୁ ଟେଷ୍ଟରେ ଶତକ ଓ ଅର୍ଦ୍ଧଶତକ ମାରିଥିବା ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ହେବା ପରେ ଅୟର କହିଛନ୍ତି,”ହଁ ମତେ ଏହା ବିଷୟରେ ଜଣାଥିଲା। ଯେବେ ମୁଁ ବ୍ୟାଟିଙ୍ଗ କରି ଆସିଲି ମୋର ଜଣେ ସାଥି ମତେ ଏହା ବିଷୟରେ କହିଥିଲେ। ଅନେକ ଅନ୍ୟ ଖେଳାଳି ଏହା ପୂର୍ବରୁ କରିଛନ୍ତି କିନ୍ତୁ ଭାରତ ପାଇଁ ମୁଁ ଏହା ପ୍ରଥମ ଥର କରିଛି ବୋଲି ମତେ କୁହାଯାଉଥିଲା। ଭଲ ଲାଗୁଛି କିନ୍ତୁ ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ଆମେ ମ୍ୟାଚ ଜିତିବା ଅଟେ”।
Rahul Dravid sir had told me to bat as many balls as possible and I was determined to do that. – Shreyas Iyer
— CricketMAN2 (@man4_cricket) November 28, 2021
ଶ୍ରେୟସ ଅୟର ଆଗକୁ କହିଛନ୍ତି,”ମୁଁ ପୂର୍ବରୁ ମଧ୍ୟ ଏହିପରି ସ୍ଥିତିରେ ଥିଲି। ଭାରତୀୟ ଟିମ ସହିତ ନୁହେଁ ନିଜ ରଣଜୀ ଟିମ ସହିତ। ରଣନୀତି ପୁରା ସେସନ ଓ ଅଧିକରୁ ଅଧିକ ବଲ ଖେଳିବା ଉପରେ ଥିଲା। ମୁଁ ବହୁତ ଆଗକୁ ଭାବିନଥିଲି ବାସ ପରିସ୍ଥିତିକୁ ଧ୍ୟାନ ଦେଉଥିଲି”।
ତେବେ ଏହାକୁ ନେଇ ଆପଣଙ୍କ ମତ କଣ ତାହା କମେଣ୍ଟ କରି ଜଣାନ୍ତୁ।
🎤Shreyas Iyer shares a light moment with the great Sunil Gavaskar at the end of Day 2 in Kanpur.#INDvNZ @Paytm pic.twitter.com/WMJXgigje0
— BCCI (@BCCI) November 26, 2021
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।