କୋହଲିଙ୍କ ସପୋର୍ଟରେ ଓହ୍ଲାଇଲେ କୋଚ୍ ଦ୍ରାଭିଡ, କ୍ୟାପଟେନ ମାମଲାକୁ ନେଇ ଦେଲେ ବଡ଼ ବୟାନ, ପଢ଼ନ୍ତୁ ପୁରା ଖବର

ଭାରତୀୟ କ୍ରିକେଟରେ ପୂର୍ଵ କିଛି ସମୟରୁ ହଲଚଲ ଚାଲିଛି। ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ଓ ଟେଷ୍ଟ ଅଧିନାୟକ କୋହଲିଙ୍କ ମଧ୍ୟରେ ଏକ ବିବାଦ ହୋଇଥିଲା। କହିରଖିବୁ ଏହି ବିବାଦ ସେହି ଦିନ ଉଠିଲା ଯେବେ ବିସିସିଆଇ କୋହଲିଙ୍କୁ ଦିନିକିଆ ଅଧିନାୟକ ପଦରୁ ବାହାର କଲା। ଏହା ମଧ୍ୟରେ ଟିମ ଇଣ୍ଡିଆର ହେର୍ଡ କୋଚ ରାହୁଲ ଦ୍ରାଭିଡ କୋହଲିଙ୍କ ସପୋର୍ଟରେ ଓହ୍ଲାଇଛନ୍ତି।

Google

ଦ୍ରାଭିଡ କଲେ କୋହଲିଙ୍କୁ ସପୋର୍ଟ:ଭାରତୀୟ ହେର୍ଡ କୋଚ ରାହୁଲ ଦ୍ରାଭିଡ ଚମ୍ପିୟାନ ଖେଳାଳି ଏବଂ ଟେଷ୍ଟ ଅଧିନାୟକ କୋହଲିଙ୍କୁ ନେଇ କହିଛନ୍ତି, ତାଙ୍କୁ ନେଇ ଏତେ ଆଲୋଚନା ପରେ ମଧ୍ୟ ସେ ଅସାଧାରଣ ଅଟନ୍ତି। ସୀମିତ ଓଭର ଅଧିନାୟକ ପଦକୁ ନେଇ କୋହଲି ଓ ବିସିସିଆଇ ମଧ୍ୟରେ ବିବାଦ ହୋଇଛି”। ଦକ୍ଷିଣ ଆଫ୍ରିକା ସହ ଦ୍ୱିତୀୟ ଟେଷ୍ଟ ପୂର୍ଵ ସନ୍ଧ୍ୟାରେ କହିଛନ୍ତି,”ପୂର୍ଵ ୨୦ ଦିନରେ ବିରାଟ ଅସାଧାରଣ ରହିଛନ୍ତି। ତାଙ୍କୁ ନେଇ ଏତେ ଆଲୋଚନା ପରେ ମଧ୍ୟ ସେ ଯେଉଁଭଳି ଅଭ୍ୟାସ କରିଛନ୍ତି,ଟିମ ସହିତ ଯୋଡି ହୋଇଛନ୍ତି ତାହା ବହୁତ ସୁନ୍ଦର ଅଟେ”।

କୋହଲି- ବିସିସିଆଇ ମଧ୍ୟରେ ଦ୍ଵନ୍ଦ:କୋହଲି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ବୟାନକୁ ଖଣ୍ଡନ କରି କହିଥିଲେ ତାଙ୍କୁ ଟି-୨୦ ଅଧିନାୟକ ପଦ ନ ଛାଡିବା ପାଇଁ କୁହା ଯାଇନାହିଁ। ମୁଖ୍ୟ ଚୟନକର୍ତା ଚେତନ ଶର୍ମା କହିଥିଲେ କି କୋହଲିଙ୍କୁ ଅନୁରୋଧ କରାଯାଇଥିଲା କି ସେ ଟି-୨୦ ବିଶ୍ୱକପ ପର୍ଯ୍ୟନ୍ତ କୌଣସି ନିସ୍ପତି ନନେଇ ଅପେକ୍ଷା କରନ୍ତୁ। ଏହା ପଚରାଯିବା ପରେକି ଏବେ ପର୍ଯ୍ୟନ୍ତ ଏହି ଗ୍ରସ୍ତରେ ସେ ମିଡ଼ିଆ ସାମ୍ନାକୁ କଣ ପାଇଁ ଆସି ନାହାନ୍ତି ଦ୍ରାଭିଡ କହିଥିଲେ ଏହାର କୌଣସି ଖାସ କାରଣ ନାହିଁ। ସେ କହିଛନ୍ତି ମୁଁ ଅଧିକ ଜାଣି ନାହିଁ କିନ୍ତୁ ସେ ନିଜ ୧୦୦ ତମ ଟେଷ୍ଟର ପୂର୍ଵ ସନ୍ଧ୍ୟାରେ କଥା ହେବେ ବୋଲି କୁହାଯାଇଛି। ଯାହାକି ତୃତୀୟ ଏବଂ ଶେଷ ଟେଷ୍ଟ ହେବ ଯାହା କେପଟାଉନରେ ୧୧ ଜାନୁଆରୀକୁ ଖେଳାଯିବାର ଅଛି।

Google

କୋହଲି ରଚିଲେ ଇତିହାସ:ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ ଦକ୍ଷିଣ ଆଫ୍ରିକାରେ ଇତିହାସ ସୃଷ୍ଟି କରିଛି। ବିରାଟ ଏସିଆର ଏପରି ଜଣେ ମାତ୍ର ଅଧିନାୟକ ଯିଏକି ଦକ୍ଷିଣ ଆଫ୍ରିକା ସହ ସେଂଚୁରିଆନରେ ଟେଷ୍ଟ ମ୍ୟାଚ ଜିତିଛନ୍ତି। ସେହିପରି ଆଉ ଗୋଟେ ମ୍ୟାଚ ପରେ ସେ ୧୦୦ ତମ ଟେଷ୍ଟ ମ୍ୟାଚ ଖେଳିବେ। କୋହଲିଙ୍କୁ ଏହି ଦ୍ୱିତୀୟ ଟେଷ୍ଟରେ ୭୧ତମ ଶତକର ଆଶା ରହିଛି। ସେ ପୂର୍ଵ ଦୁଇ ବର୍ଷରେ ଗୋଟେ ମଧ୍ୟ ଶତକ ମାରିଛନ୍ତି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *