ବ୍ୟୁରୋ ରିପୋର୍ଟ: IPL 2022 ପାଇଁ RCB ନିଜର କ୍ୟାପଟେନ ଘୋଷଣା କରିଦେଇଛି। ଦକ୍ଷିଣ ଆଫ୍ରିକାର ପୂର୍ବ କ୍ୟାପଟେନ ଫାଫ ଡୁ ପ୍ଲେସିସ ଆରସିବିର ନୂଆ କ୍ୟାପଟେନ ବନିଛନ୍ତି।

ପୂର୍ବ ବର୍ଷ ଫାଫ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳିଥିଲେ। ହେଲେ ମେଗା ଅକ୍ସନରେ ଏହି ବର୍ଷ RCB ତାଙ୍କୁ ନିଜ ଦଳରେ ସାମିଲ କରିଥିଲା। ବିରାଟ କୋହଲି ପୂର୍ବ ବର୍ଷ IPL ବେଳେ କହିଥିଲେ କି ସେ ୨୦୨୧ IPL ରେ ଶେଷ ଥର ପାଇଁ RCB କ୍ୟାପଟେନସି କରିବେ। ବିରାଟଙ୍କ କ୍ୟାପଟେନସି ରେ RCB 2016 IPL ରେ ଫାଇନାଲକୁ ଯାଇଥିଲା। ମାତ୍ର ରନର୍ସ ଅପ ହୋଇଥିଲା।
ବିରାଟ କୋହଲି ମଧ୍ୟ ଭିଡିଓ କରି RCB କ୍ୟାପଟେନ ଫାଫ ବୋଲି ଜଣାଇଥିଲେ। RCB ନିଜର ପ୍ରଥମ ମ୍ୟାଚ ପଞ୍ଜାବ କିଙ୍ଗସ ସହିତ ଖେଳିବାର ଅଛି। ଯାହାକି ୨୭ ମାର୍ଚ୍ଚ ରେ ଅଛି। ଫାଫଙ୍କ ଲିଡ଼ର ସିପରେ ଦକ୍ଷିଣ ଆଫ୍ରିକା ୪୦ ରୁ ୨୫ ଟି ଟି-୨୦ ଜିତିଥିଲା । ଡୁ ପ୍ଲେସିସ ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୧୫ ଟି କ୍ୟାପଟେନସି କରିଥିବା ବେଳେ ୮୧ ଟି ମ୍ୟାଚ ଜିତିଥିଲା।
Faf du Plessis to lead RCB in IPL 2022#IPL2022 #RCBUnbox #TATAIPL2022 #Bengaluru #FafDuPlessishttps://t.co/cbcEAIRA88
— IndiaTVSports (@IndiaTVSports) March 12, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।