ସିଡନି ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଟିମରେ କରୋନାର ପ୍ରକୋପ! ୯ ଲୋକ ହେଲେ କରୋନା ପଜେଟିଭ, କଣ ହେବ ଖେଳ?

ବ୍ୟୁରୋ ନ୍ୟୁଜ: ସିଡନି ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଟିମ ପାଇଁ ପୁଣି ଖରାପ ଖବର ଆସି ପହଁଚିଛି। ଇଂଲଣ୍ଡର ଗୋଟେ ନେଟ ବୋଲର ଓ ସ୍ପୋର୍ଟ ଷ୍ଟାପ କରୋନା ପଜେଟିଭ ମିଳିଛନ୍ତି। ଏବେ ପର୍ଯ୍ୟନ୍ତ ଇଂଲଣ୍ଡ ଟିମରୁ ୯ ଜଣ କରୋନା ପଜେଟିଭ ମିଳିସାରିଛନ୍ତି। ଏହା ଛଡା ମ୍ୟାଚ ରେଫରି ଡେଭିଡ ବୁନ, ଅଷ୍ଟ୍ରେଲିଆ କ୍ରିକେଟର ଟ୍ରେବିସ ହେର୍ଡ, ଓ କମେଟ୍ରିରେ ସାମିଲ ପୂର୍ଵ ମହାନ ବୋଲର ଗ୍ଲେନ ମେକଗ୍ରୋ ମଧ୍ୟ କରୋନା ପିଜେଟିଭ ଜଣାପଡିଛି। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସେସ ସିରିଜର ଚତ୍ରୁର୍ଥ ମ୍ୟାଚ ୫ ଜାନୁଆରୀରୁ ସିଡନିରେ ଖେଳାଯିବ। ଇଂଲଣ୍ଡ ସିରିଜ ପୂର୍ବରୁ ହିଁ ଏସେଜ ସିରିଜ ହାରିସାରିଛି ଓ ୦-୩ରେ ପଛୁଆ ହୋଇଯାଇଛି।

Google

ସିଡନିରେ ଇଂଲଣ୍ଡ ଟିମ ସହିତ ରହିବେ ନାହିଁ କୋଚ:ଇଂଲଣ୍ଡ ପକ୍ଷରୁ ଏବେ ପର୍ଯ୍ୟନ୍ତ ୯ ଜଣ କରୋନା ପଜେଟିଭ ହୋଇଛନ୍ତି। ଇଂଲଣ୍ଡର କୋଚ କ୍ରିସ ସିଲଭରବୁଡଙ୍କ ପରିବାରର ସଦସ୍ୟ ମଧ୍ୟ କରୋନ ପିଜେଟିଭ ଜଣପଡିଛି। ସେ ମଧ୍ୟ ପରିବାର ସହିତ ମିଶିଥିବାରୁ ସେ ଚତ୍ରୁର୍ଥ ଟେଷ୍ଟରେ ଟିମ ସହିତ ରହିବେନି। ଏହା ମଧ୍ୟରେ ଖବର ଆସୁଛିକି ଏସେଜ ସିରିଜରେ ଇଂଲଣ୍ଡର ଏଭଳି ଖରାପ ପ୍ରଦର୍ଶନ ପରେ କୋଚ ପଦରୁ ସିଲଭରବୁଡ଼ଙ୍କୁ ହଟାଇଯିବ। ଦକ୍ଷିଣ ଆଫ୍ରିକା ଓ ଭାରତର ପୂର୍ଵ କୋଚ ଗୈରି କଷ୍ଟନ ଏହି ପଦ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

ଗ୍ଲେନ ମିକଗ୍ରୋ ମଧ୍ୟ କୋଭିଡ-୧୯ ପଜେଟିଭ: ଆସେସ ସିରିଜର ବୋର୍ଡକାଷ୍ଟ କମେଟ୍ରି ଚ୍ୟାନେଲର ଅଂଶ ଥିବା ପୂର୍ବ ଅଷ୍ଟ୍ରେଲିଆ ଖେଳାଳି ଗ୍ଲେନ ମଧ୍ୟ ମିକଗ୍ରୋ ମଧ୍ୟ କୋଭିଡ-୧୯ ପଜେଟିଭ ଥିବା ଜଣାପଡିଛି। ତାଙ୍କ ପୂର୍ବରୁ ମ୍ୟାଚ ରେଫରି ଡେଭିଡ ବୁନ ମଧ୍ୟ ପିଜେଟିଭ ଜଣାପଡିଥିଲେ। ତେଣୁ ଦୁହେଁ ଏବେ ଚତ୍ରୁର୍ଥ ଟେଷ୍ଟରେ ନଜର ଆସିବେନି। ବୁନଙ୍କ ଜାଗାରେ ଏବେ ଷ୍ଟିବ ବନାର୍ଡ ଚତ୍ରୁର୍ଥ ଟେଷ୍ଟରେ ମ୍ୟାଚ ରେଫରିଙ୍କ ଦାୟୀତ୍ୱ ତୁଲାଇବେ।

Google

ଟ୍ରେବିସ ହେର୍ଡ ମଧ୍ୟ ଚତ୍ରୁର୍ଥ ଟେଷ୍ଟ ଖେଳିପାରିବେନି:ଖେଳାଳିଙ୍କ କଥା କହିବାତ ସିଡନି ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆର ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଟ୍ରେବିସ ହେର୍ଡ ମଧ୍ୟ କରୋନା ପିଜେଟିଭ ଜଣାପଡିଛି। ସେ ଏବେ ଚତ୍ରୁର୍ଥ ଟେଷ୍ଟ ଖେଳିପାରିବେନି। ତାଙ୍କ ଜାଗାରେ କ୍ରିକେଟ ଅଷ୍ଟ୍ରେଲିଆ ମିଚେଲ ମାର୍ସ, ନିକ ମୈଡିସନ, ଓ ଜୋସ ଇଂଲିସଙ୍କୁ ଟିମରେ ସାମିଲ କରିଛି। କିନ୍ତୁ ସିଡନି ଟେଷ୍ଟରେ ହେର୍ଡଙ୍କ ଜାଗରେ ଉସ୍ମାନ ଖ୍ବାଜାଙ୍କୁ ମୌକା ଦିଆଯିବାର ଅଧିକ ସମ୍ଭାବନା ଅଛି। ସେ ମଧ୍ୟ ହେର୍ଡଙ୍କ ପରି ବାମହାତୀ ବ୍ୟାଟ୍ସମ୍ୟାନ ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.