IND vs ENG: ୭ ୱିକେଟ ଟେଷ୍ଟ ମ୍ୟାଚ ଜିତିଲା ଇଂଲଣ୍ଡ! ବେୟାରଷ୍ଟୋ ଏବଂ ରୁଟ ଖେଳିଲେ ମ୍ୟାଚ ବିଜୟୀ ପାରି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଶେଷ ଟେଷ୍ଟରେ ବିଜୟ ପାଇଛି ଇଂଲଣ୍ଡ। ପୂର୍ବରୁ ୨-୧ ରେ ଆଗୁଆ ଥିଲା ଟିମ ଇଣ୍ଡିଆ ହେଲେ ଏହି ଟେଷ୍ଟ [ଶେଷ ଟେଷ୍ଟ] ଜିତି ସିରିଜ ୨-୨ ରେ ହୋଇଯାଇଛି ବରାବର। ଜନି ବେୟାରଷ୍ଟୋ ପ୍ରଥମ ପାରିରେ ଶତକ ଲଗାଇଥିବା ବେଳେ ଦ୍ୱିତୀୟ ପାରିରେ ମଧ୍ୟ ଲଗାଇଥିଲେ ଶତକ।

Google

ତେବେ ଇଂଲଣ୍ଡ ବେନ ଷ୍ଟୋକସଙ୍କ କ୍ୟାପଟେନସିରେ ଏହି ମ୍ୟାଚ ବିଜୟ ଲାଭ କରିଛି। ୩୭୮ ରନରେ ଯାଇଛି ଇଂଲଣ୍ଡର ୩ ୱିକେଟ। ଏହି ମ୍ୟାଚକୁ ଇଂଲଣ୍ଡ ୭ ୱିକେଟରେ ଜିତି ଯାଇଛି। ଜନି ବେୟାରଷ୍ଟୋ ୧୪୫ ବଲରେ ୧୧୪ କରିଥିଲେ ଓ ସେ ନଟ ଆଉଟ ଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ୧୫ ଟି ଚୌକା ଓ ୧ଟି ଛକା। ଜୋ ରୁଟ ମଧ୍ୟ ଆକର୍ଷଣୀୟ ପାରି ଖେଳିଥିଲେ। ସେ ୧୭୩ ବଲରେ ୧୪୨ କରି ନଟ ଆଉଟ ଥିଲେ। ତାଙ୍କର ଏହି ପାରିରେ ସାମିଲ ଥିଲା ଗୋଟିଏ ଛକା ଏବଂ ୧୯ ଟି ଚୌକା।

ଭାରତୀୟ ବୋଲରଙ୍କ ଭିତରୁ ଇଂଲଣ୍ଡର ଦ୍ୱିତୀୟ ପାରିରେ ଦୁଇଟି ୱିକେଟ ଅକ୍ତିଆର କରିଥିଲେ କ୍ୟାପଟେନ ଯଶପ୍ରୀତ ବୁମରା। ତେବେ ଏହି ମ୍ୟାଚ ଭାରତୀୟ ଦଳ ପରାଜିତ ହୋଇଛି। ଯାହାଫଳରେ ସିରିଜ ୨-୨ ରେ ହୋଇଛି ବାରାଵର।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *