ଫାଇନାଲରେ ସରଫରାଜଙ୍କ ଦମଦାର ଶତକ! ରଣଜୀ ଟ୍ରଫି ଫାଇନାଲରେ ଖେଳିଲେ ଜବରଦସ୍ତ ପାରି, ଦେଖନ୍ତୁ ଭିଡିଓ

ବ୍ୟୁରୋ ରିପୋର୍ଟ: ରଣଜୀ ଟ୍ରଫିର ଫାଇନାଲ ମ୍ୟାଚ ମଧ୍ୟପ୍ରଦେଶ ଓ ମୁମ୍ବାଇ ମଧ୍ୟରେ ଖେଳାଯାଉଛି। ଦ୍ୱିତୀୟ ଦିନ ମୁମ୍ବାଇର ଦମଦାର ବ୍ୟାଟ୍ସମ୍ୟାନ ସରଫରାଜ ଖାନ ସୁନ୍ଦର ଶତକ ଲଗାଇଛନ୍ତି। ସେ ୧୯୦ ବଲରେ ୧୨ ଟି ଚୌକା ଦ୍ଵାରା ଶତକ ଲଗାଇଛନ୍ତି। ସରଫରାଜ ଏହି ସିଜନରେ ୯୦୦ ରୁ ଅଧିକ ରନ କରିଛନ୍ତି। ଦ୍ୱିତୀୟ ଦିନର ଖେଳ ଆରମ୍ଭ ହେବା କ୍ଷଣି ଗୌରଭ ଯାଦବ ସମ୍ସ ମୁଲାନିଙ୍କୁ ଆଉଟ କରିଦେଇ ମୁମ୍ବାଇକୁ ୬ ନମ୍ବର ଝଟକା ଦେଇଥିଲେ। ଏହାର ପ୍ରଭାବ କିନ୍ତୁ ସରଫରାଜଙ୍କ ଉପରେ ପଡିନଥିଲା।

Google

ଦ୍ୱିତୀୟ ଥର ରଣଜୀ ସିଜନରେ ୯୦୦ ରୁ ଅଧିକ ରନ କଲେ:

ସରଫରାଜ ଏହା ପୂର୍ବରୁ ରଣଜୀ ଟ୍ରଫି ସିରିଜ ୨୦୧୯-୨୦ରେ ୬ ଟି ମ୍ୟାଚରେ ୯୨୮ ରନ କରିଥିଲେ। ଏହି ସିରିଜରେ ମଧ୍ୟ ସେତିକି ମ୍ୟାଚ ଖେଳିଛନ୍ତି। ତାଙ୍କ ପାଖରେ ଏକ ସିଜନରେ ଏକ ହଜାର ରନ କରିବାର ମୌକା ଅଛି। ମୁମ୍ବାଇ ପାଇଁ ଶ୍ରେୟସ ଅୟର (୧୩୨୧),ବସିମ ଜାଫର(୧୨୬୦), ଅଜିଙ୍କ୍ୟ ରାହାଣେ(୧୦୮୯), ଓ ଋଷି ମୋଦି (୧୦୦୮) ଏକ ସିରିଜରେ ଏକ ହଜାରରୁ ଅଧିକ ରନ କରିଥିଲେ।

ରଣଜୀରେ ଦୁଇଟି ସିଜନରେ ୯୦୦ ରୁ ଅଧିକ ରନ କରିବା ଵାଲା ତୃତୀୟ ଖେଳାଳି:

ସରଫରାଜ ରଣଜୀ ଟ୍ରଫିରେ ଦୁଇଟି ଅଲଗା ଅଲଗା ସିଜନରେ ୯୦୦ ରୁ ଅଧିକ ରନ କରିଥିବା ତୃତୀୟ ଖେଳାଳି। ସେ ମୁମ୍ବାଇ ତରଫରୁ ଏହି କାରନାମା କରିଥିବା ପ୍ରଥମ ଖେଳାଳି ଅଟନ୍ତି। ରଣଜୀ ଟ୍ରଫିର ୮୮ ବର୍ଷ ଭିତରେ ସର୍ଵ ପ୍ରଥମେ ଅଜୟ ଶର୍ମା ଏହି କାରନାମା କରିଥିଲେ। ସେ ୧୯୯୧-୯୨ ରଣଜୀ ସିଜନରେ ୯୯୩ ଓ ୧୯୯୬-୯୭ ସିଜନରେ ୧୦୩୩ ରନ କରିଥିଲେ। ଶର୍ମା ଦିଲ୍ଲୀ ଓ ହିମାଚଳ ପ୍ରଦେଶ ତରଫରୁ ଫାଷ୍ଟକ୍ଳାସ କ୍ରିକେଟ ଖେଳିସାରିଛନ୍ତି।

ସେହିପରି ମୁମ୍ବାଇର ମହାନ ଖେଳାଳି ୱାସିମ ଜାଫର ୨୦୦୮-୦୯ ରଣଜୀ ସିଜନରେ ୧୨୬୦ ରନ କରିଥିଲେ। କ୍ୟାରିଅରର ଶେଷ ସମୟରେ ସେ ବିଦର୍ଭ ତରଫରୁ ଖେଳୁଥିଲେ। ସେ ୨୦୨୦ ରଣଜୀ ସିଜନରେ ୧୦୩୭ ରନ କରିଥିଲେ। ସେ ଏକମାତ୍ର ବ୍ୟାଟ୍ସମ୍ୟାନ ଅଟନ୍ତି ଯିଏକି ଦୁଇଟି ଅଲଗା ଅଲଗା ରଣଜୀ ସିଜନରେ ଏକ ହଜାର ରନ କରିଥିଲେ।

ସରଫରାଜ ଖାନ ମଧ୍ୟ ଭାରତୀୟ ଟେଷ୍ଟ ଟିମରେ ନିଜ ଜାଗା ପାଇଁ ପ୍ରଭାବିତ କରିଛନ୍ତି:

ରଣଜୀ ଟ୍ରଫିରେ ସରଫରାଜ ୮ ଟି ଶତକ ଓ ୭ ଟି ଅର୍ଦ୍ଧଶତକ ଲଗାଇଛନ୍ତି। ସେ ନିଜ ଶତକକୁ ବଡ଼ କରିବା ଜାଣିଛନ୍ତି। ରଣଜୀ ଟ୍ରଫିରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୩୦୧ ରନ ଆଉଟ ଅଟେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *