ମେଗା ଅକ୍ସନରେ ଅନସୋଲ୍ଡ ରହିଥିବା ଅଷ୍ଟ୍ରେଲିଆ କ୍ୟାପଟେନ ଆରୋନ ଫିଞ୍ଚଙ୍କୁ KKR ଆଡେ ସାମିଲ! ପଢ଼ନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଆଇପିଏଲରେ ଦୁଇ ଥରର ଚମ୍ପିୟାନ ଟିମ କେକେଆର ଇଂଲଣ୍ଡର ଆଲେକ୍ସ ହେଲ୍ସଙ୍କ ଜାଗାରେ ଅଷ୍ଟ୍ରେଲିଆର ବିଶ୍ୱକପ ବିଜେତା ଟିମର ଅଧିନାୟକ ଏରନ ଫିଞ୍ଚଙ୍କୁ ନିଜ ସହ ସାମିଲ କରିଛନ୍ତି। ହେଲ୍ସ ବାୟୋ ବବୁଲରେ ଏତେ ଦିନ ରହିପାରିବେନି କାରଣ ଦର୍ଶାଇ ଆଇପିଏଲର ୧୫ ତମ ସିଜନରୁ ବାହାରିବାକୁ ନିଷ୍ପତ୍ତି ନେଇଥିଲେ। ସେହିପରି ଫିଞ୍ଚ ଅକ୍ସନରେ ବିକ୍ରି ହୋଇନଥିଲେ।

Google

କେକେଆର ଏକ ବୟାନରେ କହିଛି,”ହେଲ୍ସ ବାୟୋ ବବୁଲରେ ଏତେ ଦିନ ରହିପାରିବେନି କାରଣ ଦର୍ଶାଇ ୨୬ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲରୁ ଓହରିଯିବାକୁ ନିସ୍ପତି ନେଇଛନ୍ତି”। ଅଷ୍ଟ୍ରେଲିଆ ଟିମ ପାକିସ୍ତାନ ଗ୍ରସ୍ତରେ ହେବା କାରଣରୁ ଫିଞ୍ଚ ମଧ୍ୟ ଆଇପିଏଲର ଆରମ୍ଭ ମ୍ୟାଚ ଖେଳିପାରିବେନି। ଦୁଇଥରର ଚମ୍ପିୟାନ କେକେଆର ୨୬ ମାର୍ଚ୍ଚକୁ ନିଜର ପ୍ରଥମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗସ ସହ ଖେଳିବ। କେକେଆର ଫିଞ୍ଚଙ୍କୁ ତାଙ୍କ ବେଶ ପ୍ରାଇଜ ୧.୫ କୋଟିରେ ଟିମରେ ସାମିଲ କରିଛି।

ଆଇପିଏଲର ମେଗା ଅକ୍ସନରେ କୌଣସି ଟିମ ଫିଞ୍ଚଙ୍କୁ କିଣିବା ପାଇଁ ରୁଚି ଦେଖାଇନଥିଲେ। କିନ୍ତୁ ପୁଣି ସେ ଏହି ଲିଗରେ ସାମିଲ ହୋଇଛନ୍ତି। ଫିଞ୍ଚଙ୍କ ବେସ୍ ପ୍ରାଇସ୍ ୧.୫ କୋଟି ରଖାଯାଇଥିଲା। ଫିଞ୍ଚ ଅଷ୍ଟ୍ରେଲିଆ ତରଫରୁ ଟି-୨୦ ଇଣ୍ଟରନେସନାଲରେ ସବୁଠୁ ଅଧିକ ରନ କରିଥିବା ଖେଳାଳି ଅଟନ୍ତି। ସେ ଏବେ ପର୍ଯ୍ୟନ୍ତ ୮୮ ଟି-୨୦ ମ୍ୟାଚ ଖେଳିଛନ୍ତି ଯେଉଁଥିରେ ସେ ୨ ଟି ଶତକ ଓ ୧୫ ଅର୍ଦ୍ଧଶତକ ସହ ମୋଟ ୨୬୮୬ ରନ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *