ବ୍ୟୁରୋ ରିପୋର୍ଟ: ଆରୋନ ଫିଞ୍ଚଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ପୂର୍ଵ ବର୍ଷ ଟି-୨୦ ବିଶ୍ୱକପ ଜିତିଥିଲା। ଫିଞ୍ଚ ସୀମିତ ଓଭର କ୍ରିକେଟରେ ଜବରଦସ୍ତ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଜଣେ। ସେ ୨୦୧୧ ରେ ଇଣ୍ଟରନେସନାଲ କ୍ରିକେଟରେ ଡେବ୍ୟୁ କରିଥିଲେ। ଟି-୨୦ରେ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୧୭୨ ଅଟେ ଯାହା ସେ ୨୦୧୮ରେ ଜିମ୍ବାୱେ ବିରୁଦ୍ଧରେ ଲଗାଇଥିଲେ।

ଫିଞ୍ଚ ଅଷ୍ଟ୍ରେଲିଆ ପାଇଁ ଟି-୨୦ରେ ସବୁଠୁ ଅଧିକ ରନ କରିଥିବା ଲିଷ୍ଟରେ ଚତ୍ରୁର୍ଥ ନମ୍ବରରେ ଅଛନ୍ତି। ସେ ପୂର୍ବରୁ ସଂକେତ ଦେଇଦେଇଛନ୍ତି କି ସେ ଟି-୨୦ ବିଶ୍ୱକପ ପରେ ଟି-୨୦ କ୍ରିକେଟରୁ ଅବସର ନେଇପାରନ୍ତି। ସେ ଏହି ବର୍ଷ ଟି-୨୦ ବିଶ୍ୱକପ ଅଷ୍ଟ୍ରେଲିଆରେ ହେବ ତେଣୁ ଘରୋଇ ଦର୍ଶକଙ୍କ ସାମ୍ନାରେ ଏହି ଟି-୨୦ ବିଶ୍ୱକପ ଜିତି ଅବସର ନେବାକୁ ଚାହିଁପାରନ୍ତି।
ଅଷ୍ଟ୍ରେଲିଆର ଦମଦାର ବ୍ୟାଟ୍ସମ୍ୟାନ ଡେଭିଡ ୱାରନର ପୂର୍ଵ କିଛି ବର୍ଷରୁ ବୋଲରଙ୍କ ପାଇଁ ଭୟ ଅଟନ୍ତି। ସେ ଅଷ୍ଟ୍ରେଲିଆରେ ଟପ ଅର୍ଡରରେ ସୁନ୍ଦର ଆରମ୍ଭ ଦେଇଥାନ୍ତି। ବର୍ତ୍ତମାନ ସମୟରେ ସେ ଦୁନିଆର ସର୍ବଶ୍ରେଷ୍ଠ ଓପନରଙ୍କ ମଧ୍ୟରୁ ଜଣେ। ସେ ୨୦୦୯ରେ ଇଣ୍ଟରନେସନାଲ ଡେବ୍ୟୁ କରିଥିଲେ।

ଟି-୨୦ ବିଶ୍ୱକପ ୨୦୨୧ରେ ସୁନ୍ଦର ପ୍ରଦର୍ଶନ କରି ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ। ଆଗାମୀ ବର୍ଷ ଇଣ୍ଡିଆରେ ଏକଦିବସିୟ ବିଶ୍ୱକପ ହେବାର ଅଛି। ଏହି ବର୍ଷ ଟି-୨୦ ବିଶ୍ୱକପ ପରେ ସେ ଟି-୨୦ କ୍ରିକେଟରୁ ଅବସର ନେଇପାରନ୍ତି। ଯାହା ଦ୍ୱାରା ଅନ୍ୟ ଫର୍ମାଟ ଉପରେ ଅଧିକ ଧ୍ୟାନ ଦେଇପାରିବେ।
ଭାରତର ପୂର୍ଵ ଅଧିନାୟକ ବିରାଟ କୋହଲି ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ। ତାଙ୍କ ନାମରେ ୨୩ ହଜାରରୁ ଅଧିକ ଇଣ୍ଟରନେସନାଲ ରନ ଅଛି। ସେ ପୂର୍ଵ କିଛି ବର୍ଷରୁ ଆଶା ଅନୁସାରେ ପ୍ରଦର୍ଶନ କରିପାରିନାହାଁନ୍ତି। ଆଗାମୀ ଟି-୨୦ ବିଶ୍ୱକପ ପାଇଁ ତାଙ୍କ ଜାଗାକୁ ନେଇ ବିଶେଷଜ୍ଞ ଚିନ୍ତାରେ।

ସେ ୨୦୨୧ ପର୍ଯ୍ୟନ୍ତ ଭାରତର ତିନୋଟି ଯାକ ଫର୍ମାଟର ଅଧିନାୟକ ଥିଲେ। ସେ ଟି-୨୦ ଇଣ୍ଟରନେସନାଲରେ ସବୁଠୁ ଅଧିକ ରନ କରିବା ମାମଲାରେ ତୃତୀୟ ନମ୍ବରରେ ଅଛନ୍ତି। ତାଙ୍କ ନାମରେ ୩୩୦୦ରୁ ଅଧିକ ରନ ଅଛି। ଏହି ଫର୍ମାଟରେ ତାଙ୍କ ଔସତ ୫୦ ରୁ ଅଧିକ ଅଟେ।
ଏବେ କିନ୍ତୁ ବିରାଟ ରନ ପାଇଁ ସଂଘର୍ଷ କରୁଛନ୍ତି ଓ ତାଙ୍କ ଜାଗା ନେବାକୁ ଯୁବ ଖେଳାଳି ପ୍ରସ୍ତୁତ ଅଛନ୍ତି।ସେ ଟି-୨୦ବିଶ୍ୱକପ ପରେ ଟି-୨୦ ରୁ ଅବସର ନେଇପାରନ୍ତି କାରଣ ଆଗାମୀ ବର୍ଷ ଏକଦିବସିୟ ବିଶ୍ୱକପ ଅଛି ଓ ଟେଷ୍ଟ କ୍ରିକେଟବି ତାଙ୍କର ପ୍ରିୟ ଫର୍ମାଟ।

ସାବିକ ଅଲ ହସନ ବର୍ତ୍ତମାନ ଦୁନିଆର ସର୍ବଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରୁ ଜଣେ। ବଙ୍ଗଳାଦେଶ ପାଇଁ ସେ ଟି-୨୦ରେ ୨୦୦୦ ରନ ଓ ୧୦୦ ରୁ ଅଧିକ ୱିକେଟ ନେଇଛନ୍ତି। ସେ ଏହି ଉପଲବ୍ଧି ହାସଲ କରିଥିବା ଦୁନିଆର ଏକମାତ୍ର ଖେଳାଳି ଅଟନ୍ତି।
ସାକିବ ଦୁନିଆର ଅନେକ ଟି-୨୦ ଲିଗ ଖେଳିଛନ୍ତି। ତାଙ୍କ ନାମରେ ଟି-୨୦ ଇଣ୍ଟରନେସନାଲରେ ସର୍ବାଧିକ ୧୨୧ ୱିକେଟ ଅଛି। ଅଳ୍ପଦିନ ତଳେ ଏହି ଖେଳାଳିଙ୍କୁ ବଙ୍ଗଳାଦେଶର ଟେଷ୍ଟ ଅଧିନାୟକ କରାଯାଇଛି। ଏଥିପାଇଁ ସେ ଟେଷ୍ଟ ଉପରେ ଅଧିକ ଧ୍ୟାନ ପାଇଁ ଟି-୨୦ ବିଶ୍ୱକପ ପରେ ଏହି ଫର୍ମାଟରୁ ଅବସର ନେଇପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।