ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ୨୮୪ ରନର ଲକ୍ଷ୍ୟ ରଖିଛି। ଦ୍ୱିତୀୟ ପାରିରେ ଭାରତ ୨୩୪ ରେ ୭ ୱିକେଟ ହରାଇ ପାରି ଘୋଷଣା କରିଦେଇଥିଲେ। ପ୍ରଥମ ପାରିରେ ସୁନ୍ଦର ଶତକ ମାରିଥିବା ଶ୍ରେୟସ ଅୟର ଦ୍ୱିତୀୟ ପାରିରେ ସୁନ୍ଦର ଅର୍ଦ୍ଧଶତକ ମାରିଛନ୍ତି। ଏହା ଛଡା ୱିକେଟ କିପର ବ୍ୟାଟ୍ସମ୍ୟାନ ଋଦ୍ଧିମାନ ସାହା ୬୫ ରନର ପାରି ଖେଳିଛନ୍ତି।ପ୍ରଥମ ପାରିରେ ଭାରତ ୩୪୫ ରନ କରିଥିଲା ଓ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ପାରିରେ ୨୯୬ ରନ କରିଥିଲା। ଏହିପରି ଭାରତକୁ ୪୯ ରନର ଲିଡ଼ ମିଳିଥିଲା। ଚତ୍ରୁର୍ଥ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୧ ୱିକେଟ ହରାଇ ୪ ରନ କରିଛନ୍ତି। ଶେଷଦିନ ନ୍ୟୁଜିଲ୍ୟାଣ୍ଡକୁ ୨୮୦ ରନ କରିବାର ଅଛି। କୌଣସିବି ଟିମ ଶେଷ ଦିନ ଭାରତରେ ୨୮୦ରନରୁ ଅଧିକ ଟାର୍ଗେଟ ହାସଲ କରିପାରିନାହିଁ। ଟେଷ୍ଟ ସିରିଜ ପୂର୍ବରୁ ଭାରତ ଟି-୨୦ ସିରିଜ ୩-୦ରେ ଜିତିଥିଲା।

ମ୍ୟାଚର ଚତ୍ରୁର୍ଥ ଦିନ ୧ ୱିକେଟ ହରାଇ ୧୪ ରନରୁ ପାରି ଆରମ୍ଭ କରିଥିଲା। କିନ୍ତୁ ଟିମ ଭଲ କରିପାରିଲା ନାହିଁ କାରଣ ଚେତେଶ୍ୱର ପୂଜାରା ୨୨ରନ କରି କାଏଲ ଯେମିସନଙ୍କ ବଲରେ ଆଉଟ ହୋଇଯାଇଥିଲେ। ରାହାଣେ ୪ ଓ ମୟଙ୍କ ଅଗ୍ରୱାଲ ୧୭ ରନ କରି ଆଉଟ ହୋଇଯାଇଥିଲେ।
ଅୟର ଓ ଅଶ୍ୱିନୀ ସମ୍ଭାଳିଲେ: ପ୍ରଥମ ପାରିରେ ଅର୍ଦ୍ଧଶତକ ମାରିଥିବା ରବିନ୍ଦ୍ର ଜାଡେଜା ଦ୍ୱିତୀୟ ପାରିରେ ଶୂନ୍ୟରେ ଆଉଟ ହୋଇଛନ୍ତି। ତାଙ୍କୁ ଟିମ ସାଉଦି ଆଉଟ କରିଛନ୍ତି। ୫୧ ରନରେ ୫ଟି ୱିକେଟ ହରାଇଲା ପରେ ଲାଗିଲା ଟିମ ଇଣ୍ଡିଆ ଜଲ୍ଦି ଅଲଆଉଟ ହୋଇଯିବ କିନ୍ତୁ ଅୟର ଓ ଅଶ୍ୱିନୀ ଅର୍ଦ୍ଧଶତକିୟ ପାର୍ଟନରସିପ କରି ଟିମକୁ ସମ୍ଭାଳିଥିଲେ। ଦୁହେଁ ୫୨ ରନ କରିଥିଲେ ଓ ଅଶ୍ୱିନୀ ୩୨ ରନ କରିଥିଲେ।
#TeamIndia have declared with a lead of 283 runs on the board.
Scoreboard – https://t.co/9kh8Df6cv9 #INDvNZ @Paytm pic.twitter.com/pO3dv2TXZp
— BCCI (@BCCI) November 28, 2021
ୱିକେଟକିପର ସାହା କଲେ ସଂଘର୍ଷ: ବେକର ଆଘାତ ଥାଇ ମଧ୍ୟ ଟିମ ପାଇଁ ସାହା ସଂଘର୍ଷ କରିଥିଲେ। ସେ ୭ ମ ୱିକେଟ ପାଇଁ ଅୟରଙ୍କ ସହ ୬୪ ରନର ପାର୍ଟନରସିପ କରିଥିଲେ। ଅୟର ୬୫ ରନ କରି ଆଉଟ ହୋଇଥିଲେ। ସେ ୮ ଟି ଚୌକା ଓ ଗୋଟେ ଛକା ମାରିଥିଲେ। ସାହା ୮ ମ ୱିକେଟ ପାଇଁ ଅକ୍ଷର ପଟେଲଙ୍କ ସହ ୬୭ ରନର ପାର୍ଟନରସିପ କରିଥିଲେ। ସାହା ୬୧ ରନ କରି ନଟଆଉଟ ରହିଛନ୍ତି। ସେ ୪ ଟି ଚୌକା ଓ ୧ ଟି ଛକା ମାରିଥିଲେ। ଅକ୍ଷର ୨୮ ରନ କରି ନଟଆଉଟ ଅଛନ୍ତି।
ଲକ୍ଷର ପିଛା କରିବାକୁ ଯାଇ ନ୍ୟୁଜିଲ୍ୟାଣ୍ଡର ଆରମ୍ଭ ଭଲ ନଥିଲା। ବିଲ ୟଂଙ୍ଗ ୨ ରନ କରି ଅଶ୍ୱିନୀଙ୍କ ବଲରେ ଆଉଟ ହୋଇଯାଇଥିଲା। କିନ୍ତୁ ରିପ୍ଲାଏରେ ଦେଖାଯାଉଥିଲାକି ସେ ଆଉଟ ନଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।