IND vs SA: ଗୌତମ ଗମ୍ଭୀର ଅଜିଙ୍କ୍ୟ ରାହାଣେଙ୍କୁ ନେଇ ଦେଲେ ଆଶ୍ଚର୍ଯ୍ୟକର ବୟାନ! କଣ ବାହାରିବେ ରାହାଣେ? ପଢନ୍ତୁ ପୁରା ଖବର

ଅଜିଙ୍କ୍ୟ ରାହାଣେ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ପାରିରେ ଅର୍ଦ୍ଧଶତକ ମାରିଛନ୍ତି ଏହା ପରେ ମଧ୍ୟ ପୂର୍ଵ ଭାରତୀୟ ଓପନର ତାଙ୍କୁ ଟିମରୁ ବାହାର କରିବାକୁ କହିଛନ୍ତି। ଦ୍ୱିତୀୟ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୪୦ ରନର ଲକ୍ଷ ଦେଇଛନ୍ତି। ଦ୍ୱିତୀୟ ପାରିରେ ରାହାଣେ ୫୮ ରନର ପାରି ଖେଳିଥିଲେ। ଦ୍ୱିତୀୟ ପାରିରେ ସେ ସବୁଠୁ ଅଧିକ ରନ କରିଥିଲେ। ବିରାଟ କୋହଲି ଆଘାତ କାରଣରୁ ଦ୍ୱିତୀୟ ଟେଷ୍ଟରେ ଖେଳୁନାହାନ୍ତି। ସେ ତୃତୀୟ ଟେଷ୍ଟରେ ଫେରିଲା ପରେ ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ହୋଇପାରେ। ଭାରତ ସିରିଜରେ ଏବେ ୧-୦ରେ ଆଗୁଆ ଅଛି।

Google

ଗୌତମ ଗମ୍ଭୀର ଷ୍ଟାର ସ୍ପୋର୍ଟରେ କମେଟ୍ରି କରିବା ସମୟରେ କହିଛନ୍ତି,”ହନୁମା ବିହାରୀ ଦୁଇଟି ଯାକ ପାରିରେ ଭଲ ପ୍ରଦର୍ଶନ କରିଛନ୍ତି। ରାହାଣେ ଅର୍ଦ୍ଧଶତକ ମାରିଛନ୍ତି କିନ୍ତୁ ତାଙ୍କୁ ବହୁତ ମୌକା ମିଳିସାରିଛି”। ସେ କହିଛନ୍ତି ବିହାରୀ କେବଳ ଗୋଟେ ଫର୍ମାଟ ଖେଳିଥାନ୍ତି। ସେ ଅଷ୍ଟ୍ରେଲିଆ ବିରୁଦ୍ଧରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ।ଆପଣଙ୍କୁ ଆଗାମୀ ଭବିଷ୍ୟତ କଥା ଭାବିବା ଆବଶ୍ୟକ।କହିରଖିବୁକି ଦ୍ୱିତୀୟ ପାରିରେ ବିହାରୀ ୪୦ ରନ କରି ନଟଆଉଟ ଥିଲେ। ଭାରତ ୨୨୮ ରନରେ ୮ ଟି ୱିକେଟ ହରାଇଦେଇଥିଲା। ବିହାରୀ ଏହା ପରେ ଭଲ ପ୍ରଦର୍ଶନ କରି ଟିମକୁ ୨୬୬ ରନ ପର୍ଯ୍ୟନ୍ତ ପହଁଞ୍ଚାଇଥିଲେ। ବିହାରୀ ପ୍ରଥମ ପାରିରେ ୨୦ ରନ କରିଥିଲେ।

ପୂଜାରାଙ୍କୁ ମୌକା ମିଳିବା ଆବଶ୍ୟକ:ଗୌତମ ଗମ୍ଭୀର କହିଛନ୍ତି ନମ୍ବର ୩ର ଜାଗା ସ୍ପେଶାଲିଷ୍ଟ ଜାଗା ଅଟେ। ମୋ ହିସାବରେ ସେହି ଜାଗା ପୂଜାରାଙ୍କୁ ମିଳିବା ଆବଶ୍ୟକ। କହିରଖିବୁ କି ପୂଜାରା ଦୁଇ ବର୍ଷ ହେବ ଶତକ ମାରିନାହାନ୍ତି କିନ୍ତୁ ସେ ଦ୍ୱିତୀୟ ପାରିରେ ୫୩ ରନ କରିଥିଲେ। ଏହା ଛଡା ସେ ରାହାଣେଙ୍କ ସହ ତୃତୀୟ ୱିକେଟ ପାଇଁ ଶତକିୟ ପାର୍ଟନରସିପ କରିଥିଲେ। କହିରଖିବୁକି ଶ୍ରେୟସ ଅୟର ଡେବ୍ୟୁ ମ୍ୟାଚରେ ଶତକ ମାରିବା ପରେ ମଧ୍ୟ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ତାଙ୍କୁ ପର୍ଯ୍ୟନ୍ତ ଚୂଡାନ୍ତ ଏକାଦଶରେ ଓହ୍ଲାଯାଇନାହିଁ।

Google

ବିରାଟ କୋହଲି ବୁଧବାରକୁ ଅଭ୍ୟାସ କରୁଥିବା ଦେଖାଯାଇଛନ୍ତି। ଏବେ ତୃତୀୟ ଟେଷ୍ଟ ଆରମ୍ଭ ହେବାକୁ ୬ ଦିନ ବାକି ଅଛି। ତେଣୁ ସେ ଫିଟ ହୋଇ ତୃତୀୟ ଟେଷ୍ଟରେ ଫେରିବା ପରେ କୌଣସି ଏକ ବ୍ୟାଟ୍ସମ୍ୟାନଙ୍କୁ ବାହାରିବାକୁ ହେବ। ତେଣୁ କୋଚ ରାହୁଲ ଦ୍ରାଭିଡ ପାଇଁ କାହାକୁ ବାହାର କରିବେ ଏହି ଫଇସଲା କରିବା ସହଜ ହେବ ନାହିଁ। ତୃତୀୟ ଟେଷ୍ଟ ୧୧ ଜାନୁଆରୀକୁ କେପଟାଉନରେ ହେବାର ଅଛି। ଏହା ପରେ ଦୁଇ ଦେଶ ମଧ୍ୟରେ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ଖେଳାଯିବ।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published.