ବ୍ୟୁରୋ ରିପୋର୍ଟ: ଏଲଏଲସି ୧୭ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଲିଗ ପାଇଁ ପୂର୍ଵ ଭାରତୀୟ ଓପନର ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଅଂଶଗ୍ରହଣ କରିବା ନେଇ ସୂଚନା ଦେଇଛନ୍ତି। ଗମ୍ଭୀରଙ୍କୁ ତିନୋଟି ଯାକ ଫର୍ମାଟରେ ତାଙ୍କ ଦମଦାର ବ୍ୟାଟିଙ୍ଗ ପାଇଁ ଜଣାଯାଇଥାଏ।

ଗମ୍ଭୀର ଏଲଏଲସିର ଦ୍ୱିତୀୟ ସିଜନରେ ଯୋଡି ହେବା ପରେ କହିଛନ୍ତି ପୁଣି ଥରେ କ୍ରିକେଟ ଗ୍ରାଉଣ୍ଡକୁ ଫେରିବାକୁ ନେଇ ଉତ୍ସାହିତ ଅଛି। ଏହା ମୋ ପାଇଁ ସୌଭାଗ୍ୟ ଓ ସମ୍ମାନର କଥା ଅଟେ।ପୂର୍ଵ ସପ୍ତାହରେ କ୍ରିସ ଗେଲ,ହରଭଜନ ସିଂହ,ବିରେନ୍ଦ୍ର ସେହ୍ଵାଗ,ସେନ ୱାର୍ଟସନ ,ବ୍ରେଟ ଲି,ମହମ୍ମଦ କ୍ୟାଫ,ଇରଫାନ ପଠାନ, ମୂଥେୟା ମୁରଲିଧରନ ଓ ଜ୍ୟାକ କ୍ୟାଲିସଙ୍କ ପରି ଖେଳାଳିଙ୍କୁ ସାମିଲ ହୋଇଛନ୍ତି।
Gautam Gambhir will be playing in the Legends League Cricket 2022.
— Johns. (@CricCrazyJohns) August 19, 2022
ଗୌତମ ଗମ୍ଭୀରଙ୍କର ସୁନ୍ଦର ରେକର୍ଡ:
ଗମ୍ଭୀର ୨୦୦୭ ଟି-୨୦ ବିଶ୍ୱକପ,୨୦୧୧ ଏକଦିବସିୟ ବିଶ୍ୱକପ ବେଜେତା ଟିମର ଅଂଶ ଥିଲେ। ସେ ଶ୍ରୀଲଙ୍କା ବିରୁଦ୍ଧରେ ୨୦୧୧ ବିଶ୍ୱକପ ଫାଇନାଲ ମ୍ୟାଚରେ ୯୭ ରନର ମ୍ୟାଚ ବିଜୟୀ ପାରି ଖେଳିଥିଲେ।
ଗମ୍ଭୀର ୫୮ ଟେଷ୍ଟ,୧୪୭ ଏକଦିବସିୟ ଓ ୩୭ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଭାରତ ପାଇଁ ଖେଳିଛନ୍ତି। ସେ ଟେଷ୍ଟରେ ୪୧୫୪ ଓ ସୀମିତ ଓଭର କ୍ରିକେଟରେ ୬୧୭୦ ରନ କରିଛନ୍ତି। ସେ ୨୦୧୨ ଓ ୨୦୧୪ ଦୁଇ ଥର କେକେଆରକୁ ଆଇପିଏଲ ଟ୍ରଫି ଜିତାଇଛନ୍ତି।

ଭାରତୀୟ ଟିମର ଅଧିନାୟକତ୍ୱ କରିବେ ସୌରଭ ଗାଙ୍ଗୁଲି:
ଲିଯେଣ୍ଡ କ୍ରିକେଟ ଲିଗର ଆଗାମୀ ସିଜନର ମ୍ୟାଚ ଭାରତୀୟ ୬ ସହରରେ ଖେଳାଯିବାର ଅଛି। ମ୍ୟାଚ ଦିଲ୍ଲୀ, କୋଲକତା,କଟକ,ଯୋଦ୍ଧପୁର, ଲକ୍ଷନୌ ଓ ରାଜକୋଟରେ ଖେଳାଯିବାର ଅଛି। ଲିଗ ଏହା ମଧ୍ୟ ଘୋଷଣାକରିଛିକି ୧୬ ସେପ୍ଟେମ୍ବରକୁ ଇଡେନ ଗାର୍ଡେନରେ ଭାରତୀୟ ମହାରାଜା ଓ ବିଶ୍ୱ ମହାନ ଖେଳାଳିଙ୍କ ମଧ୍ୟରେ ମ୍ୟାଚ ହେବ। ପୂର୍ଵ ଭାରତୀୟ ଅଧିନାୟକ ତଥା ବର୍ତ୍ତମାନର ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏଥିରେ ଭାରତୀୟ ଟିମର ଅଧିନାୟକତ୍ୱ କରିବେ। ଯେବେବି ବିଶ୍ୱ ଟିମରେ ଇଂଲଣ୍ଡର ୨୦୧୯ ବିଶ୍ୱକପ ବିଜେତା ଅଧିନାୟକ ଇୟୋନ ମୋର୍ଗାନ ଅଧିନାୟକ କରିବାର ଅଛି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।