ବ୍ୟୁରୋ ରିପୋର୍ଟ:ପୂର୍ଵ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ଅଧ୍ୟକ୍ଷ ପଦରୁ ବାହାରିପାରନ୍ତି।ତାଙ୍କସହ ବୋର୍ଡ ସଚିବ ଜୟ ସାହାଙ୍କର ୩ ବର୍ଷର କାର୍ଯ୍ୟକାଳ ଏହି ବର୍ଷ ଅକ୍ଟୋବରରେ ଶେଷ ହେବାକୁ ଯାଉଛି। ଏହା ଦେଖିବାକୁ ହେବ କି କଣ ବୋର୍ଡ ଏହି ଦୁହିଁଙ୍କ ଜାଗାରେ କୌଣସି ନୂଆ ସଚିବ ଓ ନୂଆ ଅଧ୍ୟକ୍ଷଙ୍କୁ ସାମିଲ କରିବ କି ଗାଙ୍ଗୁଲି ଓ ସାହାଙ୍କୁ ପୁଣି ନିଯୁକ୍ତି କରାଯିବ। ଗାଙ୍ଗୁଲିଙ୍କୁ ଅକ୍ଟୋବର ୨୦୧୯ରେ ବିସିସିଆଇ ଅଧ୍ୟକ୍ଷ ପଦରେ ନୁଯୁକ୍ତି କରାଯାଇଥିଲା। ଏହା ପୂର୍ବରୁ ସେ ପଶ୍ଚିମବଙ୍ଗ କ୍ରିକେଟ ସଂଘର ଚିଫ ରୂପରେ କାର୍ଯ୍ୟ କରୁଥିଲେ।

ଗାଙ୍ଗୁଲି ବର୍ଷ ୨୦୧୫ରେ ପଶ୍ଚିମବଙ୍ଗ କ୍ରିକେଟ ସଂଘରେ ମିସିଥିଲେ। ଏହା ପରେ ବର୍ଷ ୨୦୧୯ରେ ତାଙ୍କୁ ବିଶ୍ୱର ସବୁଠୁ ଦାମୀ କ୍ରିକେଟ ବୋର୍ଡ ବିସିସିଆଇର ଅଧ୍ୟକ୍ଷ କରାଯାଇଥିଲା। ସ୍ପୋର୍ଟସ୍ ତକର ଏକ ଖବର ଅନୁସାରେ ତାଙ୍କର କାର୍ଯ୍ୟକାଳ ଏହି ବର୍ଷ ଅକ୍ଟୋବରରେ ଶେଷ ହେବାକୁ ଯାଉଛି। ତେଣୁ ସେ ବାହାରିପାରନ୍ତି ଓ ବୋର୍ଡକୁ ଏକ ନୂଆ ଅଧକ୍ଷ ମିଳିପାରେ। ସେ ବୋର୍ଡ ଅଧ୍ୟକ୍ଷ ରହିବା ସମୟରେ ଭାରତ ଦ୍ୱିପକ୍ଷ ସିରିଜରେ ସଫଳତା ହାସଲ କରିଛି।
ଗାଙ୍ଗୁଲିଙ୍କୁ ବଡ଼ ସଫଳତା ରାହୁଲ ଦ୍ରାଭିଡଙ୍କ ପାଇଁ ଅଧ୍ୟକ୍ଷ ମିଳିଲା। ରାହୁଲ ଦ୍ରାଭିଡ ରାଷ୍ଟ୍ରୀୟ କ୍ରିକେଟ ଏକାଡେମିର ପ୍ରମୁଖ ରୂପରେ ବାଙ୍ଗାଲୋରରେ କାମ କରୁଥିଲେ। ଯାହା ପରେ ଗାଙ୍ଗୁଲି ହିଁ ତାଙ୍କୁ ଭାରତୀୟ ଟିମର ହେର୍ଡ କୋଚ ହେବା ପାଇଁ ରାଜି କରେଇଥିଲେ। ସେ ପୂର୍ଵ ଭାରତୀୟ ଓପନର ଭିଭିଏସ ଲକ୍ଷ୍ମଣଙ୍କୁ ମଧ୍ୟ ଏନସିଏର ପ୍ରମୁଖ ହେବା ପାଇଁ ରାଜି କରେଇଥିଲେ।
The BCCI likely to have a new president and secretary by October this year as Sourav Ganguly and Jay Shah's 3 year tenure ending. (Reported by Sports Tak).
— Mufaddal Vohra (@mufaddal_vohra) January 17, 2022
ଗାଙ୍ଗୁଲିଙ୍କୁ ବଡ଼ ଝଟକା ଅଳ୍ପ ଦିନ ତଳେ ବିରାଟ କୋହଲିଙ୍କ ସହିତ ଜଡିତ ବିବାଦ ପାଇଁ ଲାଗିଲା। ବିରାଟ କୋହଲି ଦାବି କରିଥିଲେ କି ତାଙ୍କୁ ଟି-୨୦ ଅଧିନାୟକ ପଦ ନଛାଡିବାକୁ ନେଇ ବିସିସିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା। ଗାଙ୍ଗୁଲି କିନ୍ତୁ କହିଥିଲେ କି ସେ ବିରାଟଙ୍କୁ ଟି-୨୦ ଅଧିନାୟକ ପଦ ନଛାଡିବା ପାଇଁ କହିଥିଲେ। ଏହା ଛଡା ଅନେକ ଥର ଆଶ୍ୱଶନା ପରେ ମଧ୍ୟ ମହିଳା କ୍ରିକେଟରଙ୍କ ପାଇଁ ଆଇପିଏଲ କରିବା ପାଇଁ ବିସିସିଆଇ ବିଫଳ ରହିଛି।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।