ବ୍ୟୁରୋ ରିପୋର୍ଟ: ଭାରତ ଏହି ବର୍ଷ ସ୍ବାଧୀନତାର ୭୫ ବର୍ଷ ପାଳନ କରିବ। ଏହାକୁ ଖାସ କରିବା ପାଇଁ ଦେଶରେ ଅମୃତ ମହୋଶ୍ଚବର ଆୟୋଜନ ହେଉଛି। ଏହି ମୌକାରେ କୋଲକତାର ଇର୍ଡେନ ଗାର୍ଡେନରେ ଖାସ କ୍ରିକେଟର ଆୟୋଜନ ହେଉଛି। ଏହି ମ୍ୟାଚ ଲିଜେଣ୍ଡସ କ୍ରିକେଟ ଲିଗ ଭଳି ଖେଳାଯିବାର ଅଛି। ଏହି ଲିଗର ଆରମ୍ଭ ୧୬ ସେପ୍ଟେମ୍ବରକୁ ହେବାର ଅଛି। କିନ୍ତୁ ଏହାର ଗୋଟେ ଦିନ ପୂର୍ବରୁ ୧୫ ସେପ୍ଟେମ୍ବରକୁ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱ ଇଣ୍ଡିଆ ମହାରାଜା ଓ ୱାଲ୍ଡ ଜାଏଣ୍ଟସ ମଧ୍ୟରେ ଏକ ମ୍ୟାଚ ଖେଳାଯିବାର ଅଛି। ଏହା ଭାରତର ୭୫ ବର୍ଷ ସ୍ଵାଧୀନତା ଦିବସ ପାଳନ ପାଇଁ ହେବ। ଆୟୋଜକ ଶୁକ୍ରବାରକୁ ଏହାର ସୂଚନା ଦେଇଛନ୍ତି।

ଏଲଏଲସିର ଉପାଯୁକ୍ତ ରବି ଶାସ୍ତ୍ରୀ ବୟାନରେ କହିଛନ୍ତି,”ଏହା ଆମ ପାଇଁ ଗୌରବ ଅଟେ। କାରଣ ଭାରତ ସ୍ଵାଧୀନତା ଦିବସର ୭୫ ବର୍ଷ ପାଳନ କରିବାକୁ ଯାଉଛି। ମତେ ଏହି ସୂଚନା ଦେଇ ଖୁସି ଅନୁଭବ ହେଉଛି କି ଆମେ ଏହି ଲିଗକୁ ସ୍ଵାଧୀନତା ଦିବସର ୭୫ ବର୍ଷ ପୂରଣକୁ ସମର୍ପଣ କରିବାକୁ ଫଇସଲା କରିଛି”।
ଇଣ୍ଡିଆ ମହାରାଜାର ଅଧିନାୟକତ୍ୱ ଭାରତୀୟ ପୂର୍ଵ ଅଧିନାୟକ ତଥା ବିସିସିଆଇ ଅଧକ୍ଷ ସୌରଭ ଗାଙ୍ଗୁଲି କରିବେ। ଯେବେକି ୱାଲ୍ଡ ଜାଏଣ୍ଟସ ଅଧିନାୟକତ୍ୱ ଇଂଲଣ୍ଡର ୨୦୧୯ର ବିଶ୍ୱକପ ବିଜେତା ଅଧିନାୟକ ଇୟୋନ ମୋର୍ଗାନ କରିବେ।ଏଲଏଲସିର ଦ୍ୱିତୀୟ ଟୁର୍ଣ୍ଣାମେଣ୍ଟର ଆରମ୍ଭ ୧୬ ସେପ୍ଟେମ୍ବରରୁ ଆରମ୍ଭ ହେବ। ଏଥିରେ ୪ ଟି ଟିମ ଭାଗ ନେବ।୨୨ ଦିନ ମଧ୍ୟରେ ୧୫ ମ୍ୟାଚ ଖେଳାଯିବାର ଅଛି।
ଲିଜେଣ୍ଡଲିଗ କ୍ରିକେଟର ପ୍ରଥମ ସିଜନ ଏହି ବର୍ଷ ଜାନୁଆରୀରେ ମସ୍କଟରେ ତିନୋଟି ଟିମ-ଇଣ୍ଡିଆ ମହାରାଜା,ୱାଲ୍ଡ ଜାଏଣ୍ଟସ ଓ ଏସିଆ ଲାୟନ୍ସ ମଧ୍ୟରେ ଖେଳାଯାଇଥିଲା। ଏଥିରେ ୭ ମ୍ୟାଚ ହୋଇଥିଲା ଓ ଏବେ ସିଜନ ୨ ରେ ୪ ଟିମ ଅଂଶଗ୍ରହଣ କରିବେ।
Ravi Shastri should do the commentary for India Maharaja VS World Giants. Want to see his take on Sourav Ganguly and Eoin Morgan’s men. @LLCT20
#LegendsLeagueCricket. pic.twitter.com/OHhr2xaS7V— Lallan Sharjeel (@LallanT39919882) August 12, 2022
ଇଣ୍ଡିଆ ମହାରାଜା:ସୌରଭ ଗାଙ୍ଗୁଲି(ଅଧିନାୟକ),ବିରେନ୍ଦ୍ର ସେହ୍ଵାଗ, ୟୁସୁଫ ପଠାନ, ମହମ୍ମଦ କେଫ,ଏସ ବଦ୍ରୀନାଥ,ଇରଫାନ ପଠାନ, ପାର୍ଥିବ ପଟେଲ,ଷ୍ଟୁଅର୍ଟ ବିନି, ଏସ ଶ୍ରୀସାନ୍ତ,ହରଭଜନ ସିଂହ,ନମନ ଓଝା,ଅଶୋକ ଦିଣ୍ଡା,ପ୍ରଜ୍ଞାନ ଓଝା,ଅଜୟ ଜାଡେଜା,ଆରପି ସିଂ, ଯୋଗେନ୍ଦ୍ର ଶର୍ମା ଓ ରିତେନ୍ଦର ସିଂ ସୋଢ଼ି ।
ୱାଲ୍ଡ ଜାଏଣ୍ଟସ:ଇୟୋନ ମୋର୍ଗାନ(ଅଧିନାୟକ),ଲେଣ୍ଡଲ ସିମନ୍ସ,ହର୍ଷଲ ଗିବ୍ସ, ଜ୍ୟାକ କ୍ୟାଲିସ,ସନଥ ଜୟସୁରିଆ,ମ୍ୟାଟ ପ୍ରାୟର, ନାଥନ ମାକ୍ୟୁଲମ, ଜଣ୍ଟି ରୋଡସ, ମୁଥୟା ମୁରଲିଧରନ,ଡେଲ ଷ୍ଟେନ, ହୈମିଲଟନ ମସାକାଦଜା, ମସରଫେ ମୂର୍ତ୍ତଜା, ଅସଗର ଅଫଗାନ ,ମିଚେଲ ଜନସନ,ବ୍ରେଟ ଲି,ବେବିନ ଓ ବ୍ରାୟନ, ଦିନେସ ରାମଦିନ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।