ସୌରଭ ଗାଙ୍ଗୁଲିଙ୍କୁ ନେଇ ଅନେକ ଖେଳାଳି ନିରାଶ! ପୂର୍ବରୁ ଏହି ଖେଳାଳିଙ୍କ କ୍ୟାରିଅର ତାଙ୍କ ଯୋଗୁ ନଷ୍ଟ?

ବ୍ୟୁରୋ ରିପୋର୍ଟ: ବିସିସିଆଇ ଅଧ୍ୟକ୍ଷ ଅଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି। ଆପଣଙ୍କୁ ସୌରଭ ଗାଙ୍ଗୁଲି ଓ କୋହଲିଙ୍କ ମଧ୍ୟରେ ଲାଗିଥିବା ବିବାଦ ବିଷୟରେ ପ୍ରାୟ ଜଣାଥିବା। ଏହି ବିବାଦ ସେବେ ଆରମ୍ଭ ହୋଇଥିଲା ଯେବେ ବିରାଟ ଟି-୨୦ ଅଧିନାୟକ ପଦ ଛାଡିବା ପରେ ତାଙ୍କୁ ଅଚାନକ ଏକଦିବସିୟ ଅଧିନାୟକ ପଦରୁ ହଟାଇଦିଆଯାଇଥିଲା। ଏହା ପରେ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ ହାରିବା ପରେ ବିରାଟ ଟେଷ୍ଟ ଅଧିନାୟକ ପଦରୁ ମଧ୍ୟ ଇସ୍ତପା ଦେଇଦେଇଥିଲେ।

Google

ବିବାଦ ସେବେ ତୀବ୍ର ହୋଇଥିଲା ଯେବେ ଏକ ବୟାନରେ ସୌରଭ କହିଥିଲେ କି ସେ କୋହଲିଙ୍କୁ ଟି-୨୦ ଅଧିନାୟକ ପଦରୁ ଇସ୍ତପା ନଦେବାକୁ କହିଥିଲେ। କିନ୍ତୁ କୋହଲି ଏକ ଇଣ୍ଟରଭିଉରେ ଏହାକୁ ଖାରଜ କରିଦେଇଥିଲେ ଓ କହିଥିଲେ କେହି ମଧ୍ୟ ତାଙ୍କୁ ଏପରି କହିନାହାଁନ୍ତି। ଆପଣଙ୍କୁ କହିରଖିବୁ ଏହା ପୂର୍ବରୁ ମଧ୍ୟ ଗାଙ୍ଗୁଲି ଅଧିନାୟକ ଥିବାବେଳେ ତିନିଜଣ ଖେଳାଳିଙ୍କ କ୍ୟାରିଅର ବର୍ବାଦ କରିଥିବା ଅଭିଯୋଗ ତାଙ୍କ ନାମରେ ହୋଇଥିଲା। ତେବେ ଆସନ୍ତୁ ସେହି ତିନି ଜଣଙ୍କ ବିଷୟରେ ଜାଣିବା।

ଅଜିତ ଅଗରକର:

ଅଜିତ ଅଗରକର ଜଣେ ଏପରି ଖେଳାଳି ଅଟନ୍ତି ଯିଏକି ସୁନ୍ଦର ପ୍ରଦର୍ଶନ କରି ମଧ୍ୟ ଅନ୍ତରାଷ୍ଟ୍ରୀୟ କ୍ୟାରିଅରରେ ଅଧିକ ସଫଳତା ପାଇପାରିନଥିଲେ। ତାଙ୍କୁ ଅଧିକାଂଶ ମ୍ୟାଚରେ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇନଥିଲେ। ସେ ବିଶ୍ୱକପ ୧୯୯୯, ୨୦୦୩ ଓ ୨୦୦୭ ଖେଳିଥିଲେ କିନ୍ତୁ ବିଶ୍ୱକପ ୨୦୦୩ ନିରାଶଜନକ ଥିଲା। ସେ ଶେଷଥର ୨୦୦୬ରେ ଟେଷ୍ଟ ଓ ୨୦୦୭ରେ ଏକଦିବସିୟ ଖେଳିଥିଲେ। କାରଣ ଗାଙ୍ଗୁଲିଙ୍କ ଅଧିନାଯକତ୍ୱରେ ତାଙ୍କୁ ମୌକା ମିଳିନଥିଲା ଯାହା ଦ୍ୱାରା ଟେଷ୍ଟ ୩୦୦ ଏକଦିବସିୟରେ ହାସଲ କରିପାରିନଥିଲେ।

Google

ଭିଭିଏସ ଲକ୍ଷ୍ମଣ:

ଭିଭିଏସ ଲକ୍ଷ୍ମଣ ଏକଦିବସିୟରେ ଜଣେ ପ୍ରତିଭାବାନ ଖେଳାଳି ଥିଲେ କିନ୍ତୁ ଆଶ୍ଚର୍ଯ୍ୟକର କଥା କି ତାଙ୍କୁ ଭଲ ଫର୍ମରେ ଥାଇ ମଧ୍ୟ ଗାଙ୍ଗୁଲି ୨୦୦୩ ବିଶ୍ୱକପରେ ଜାଗା ଦେଇନଥିଲେ ଯାହା ଦ୍ୱାରା ପ୍ରାୟ ସେ ଅବସର ନେବାକୁ ଚାହୁଁଥିଲେ। ଅନେକ ନିରାଶ ପରେ ସେ ଶେଷରେ ବର୍ଷ ୨୦୦୬ରେ ଏକଦିବସିୟରୁ ଓ ୨୦୧୨ ରେ ଇଣ୍ଟରନେସନାଲ କ୍ରିକେଟରୁ ଅବସର ନେଇଥିଲେ।

Google

ଜେପି ଯାଦବ:

ଜେପି ଯାଦବ ମଧ୍ୟ ଜଣେ ଭଲ ଖେଳାଳି ଥିଲେ କିନ୍ତୁ ତାଙ୍କୁ ନିଜ ପ୍ରତିଭା ସାବ୍ୟସ୍ତ କରିବାକୁ ଗାଙ୍ଗୁଲି ସୁଯୋଗ ଦେଇନଥିଲେ। ସେ ୨୦୦୩ ବିଶ୍ୱକପରେ ରିଜର୍ଭ ଖେଳାଳି ରୂପରେ ସାମିଲ ହୋଇଥିଲେ। ୨୦୦୫ରେ ସେ ଶେଷ ମ୍ୟାଚ ଖେଳିଥିଲେ। ସେ ମୋଟ ୨୦ ଏକଦିବସିୟରେ ୮୧ ରନ ଓ ୬ ଟି ଟ ୱିକେଟ ନେଇଥିଲେ ତାଙ୍କୁ ଆଉ ଖେଳିବାର ସୁଯୋଗ ଦିଆଯାଇନଥିଲା। ସେ ମଧ୍ୟ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ହିଁ ଖେଳୁଥିଲେ ଓ ଏହା ପାଇଁ ଗାଙ୍ଗୁଲିଙ୍କୁ ଦାୟୀ କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *