ବଡ଼ ଖବର: ପୁଣି ଥରେ IPL ରେ ଏଣ୍ଟ୍ରି ମାରିବେ ଗୌତମ ଗମ୍ଭୀର! ଲକ୍ଷ୍ନୌ ଦଳରେ ହେଲେ ସାମିଲ

ଆସୁଛି ଏବି ବଡ଼ ଖବର। କିଛି ଦିନ ହେବ IPL କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଲକ୍ଷନୌ ଦଳ ତାର ନିଜ ଟିମରେ ଦୁଇ ବଡ଼ ନାମଙ୍କୁ ଯୋଡ଼ିଦେଇଛି ବୋଲି ସୂଚନା ଆସୁଛି। ହେଲେ ତାଙ୍କର ସୂଚନା ଅନୁସାରେ ତାଙ୍କର ରୋଲ ଏଥର କ୍ରିକେଟର ଭାବରେ ନୁହେଁ ବରଂ ମେଣ୍ଟର ଭାବରେ ଆସିବେ ନଜର।

Google

କହିରଖିବୁ ଗମ୍ଭୀରଙ୍କ ପୂର୍ବରୁ ଲକ୍ଷନୌ ଦଳରେ ଜିମ୍ବାୱେର ପୂର୍ବ କ୍ୟାପଟେନ ଏଣ୍ଡି ଫ୍ଲାଉଆରଙ୍କୁ ଦଳର ହେଡ କୋଚ୍ ଭାବରେ ନିଯୁକ୍ତି କରାଯାଇଛି। ଏହା ଛଡା ଯାହା ବିଶେଷ ରିପୋର୍ଟରୁ ଜଣା ଯାଇଛି କି ପୂର୍ବ ୱିକେଟ କିପର ବିଜୟ ଦହିଆ ଆସିଟାନ୍ସ କୋଚ୍ ଭାବରେ ଦଳରେ ଯୋଡି ହେବେ। ସେ ଉତ୍ତରପ୍ରଦେଶ କ୍ରିକେଟ ଦଳର ହେଡ କୋଚ୍ ଅଛନ୍ତି।

ଗୌତମ ଗମ୍ଭୀରଙ୍କ କଥା କହିବା ତ ତାଙ୍କ କ୍ୟାପଟେନସିରେ କୋଲକତା ନାଇଟ ରାଇଡ଼ର୍ଶ ୨ ଥର IPL ଟ୍ରଫି ନିଜ ନାମରେ କରିଛି। ସେ କ୍ୟାପଟେନ ଛାଡିବା ପରେ KKR ଆଉ ଟ୍ରଫି ଜିତିପାରିନାହିଁ। ଗମ୍ଭୀର ୨୦୧୧ ବିଶ୍ୱକପ ଫାଇନାଲରେ ସୁନ୍ଦର ପାରି ଖେଳିବାର ନଜର ଆସିଥିଲେ। ସେ ୯୭ ରନର ମ୍ୟାଚ ବିଜୟୀ ପାରି ଖେଳିଥିଲେ। ୨୦୦୭ T-20 ବିଶ୍ୱକପ ଫାଇନାଲରେ ମଧ୍ୟ ସେ ପାକିସ୍ତାନ ବିରୁଦ୍ଧରେ ୭୫ ରନର ମ୍ୟାଚ ବିଜୟୀ ପାରି ଖେଳିଥିଲେ। ତେବେ ଯାହା ଜଣାଯାଉଛି କେ ଏଲ ରାହୁଲ ଏହି ଦଳର କ୍ୟାପଟେନ ହୋଇପାରନ୍ତି। ତେବେ ଏହାକୁ ନେଇ କଣ ଆପଣଙ୍କ ମତ ତାହା କମେଣ୍ଟରେ ଜଣାନ୍ତୁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *