IND vs NZ: ଗୌତମ ଗମ୍ଭୀରଙ୍କ ଏହି ଅଧିନାୟକଙ୍କୁ ଟାର୍ଗେଟ, କହିଲେ ସେ ବହୁତ୍ ଭାଗ୍ୟବାନ ସେଥିପାଇଁ ସେ ଦଳରେ ଅଛନ୍ତି

ନ୍ୟୁଜିଲ୍ୟାଣ୍ଡକୁ ଟି-୨୦ ସିରିଜରେ କ୍ଲିନ ସୁଇପ କରିବା ପରେ ଏବେ ଭାରତ ୨୫ ନଭେମ୍ବରରୁ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ୨ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ବୋଲି ସିଡ୍ୟୁଲ ହୋଇଛି। ଭାରତୀୟ ଦଳର ରେଗୁଲାର ଅଧିନାୟକ ବିରାଟ କୋହଲିଙ୍କୁ କାନପୁରରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରେ ଆରାମ ଦିଆଯାଇଛି। ତାଙ୍କ ଜାଗାରେ ପ୍ରଥମ ଟେଷ୍ଟରେ ଅଧିନାୟକତ୍ୱ କରିବେ ଅଜିଙ୍କ୍ୟ ରାହାଣେ। ରାହାଣେ ପୂର୍ଵ ଏକ ବର୍ଷରୁ ଖରାପ ଫର୍ମ ଦେଇ ଗତିକରୁଛନ୍ତି। ରାହାଣେଙ୍କର ଏହି ଖରାପ ଫର୍ମ ଉପରେ ପୂର୍ଵ ଭାରତୀୟ ଓପନର ଗୌତମ ଗମ୍ଭୀର କଡା ବୟାନ ଦେଇଛନ୍ତି।

Google

ଗୌତମ ଗମ୍ଭୀର କହିଛନ୍ତି ରାହାଣେ ବହୁତ ଭାଗ୍ୟଶାଳୀ ଅଟନ୍ତି କି ସେ ଏବେ ପର୍ଯ୍ୟନ୍ତ ଟିମରେ ଅଛନ୍ତି ଓ ଖେଳୁଛନ୍ତି। ୩୩ ବର୍ଷୀୟ ରାହାଣେଙ୍କୁ ନିଜ ହରାଇ ଥିବା ଫର୍ମ ପାଇବା ପାଇଁ ଘରୋଇ ସିରିଜର ପୁରା ଫାଇଦା ଉଠାଇବାର ଆବଶ୍ୟକତା ଅଛି। ଏହା ସହିତ ଗମ୍ଭୀର ଆଗାମୀ ଟେଷ୍ଟ ସିରିଜ ପାଇଁ ଓପନର ଯୋଡିକୁ ନେଇ ମନ୍ତବ୍ୟ ଦେଇଛନ୍ତି। ସେ ଓପନିଙ୍ଗରେ ମୟଙ୍କ ଅଗ୍ରୱାଲ ଓ କେ ଏଲ ରାହୁଲଙ୍କୁ ବାଛିଥିଲେ ମାତ୍ର ରାହୁଲ ଆହତ ହୋଇ ଏହି ସିରିଜରୁ ବାହାରି ଯାଇଛନ୍ତି।

ଗୌତମ ଗମ୍ଭୀର ଷ୍ଟାର ସ୍ପୋର୍ଟସ ସହିତ କଥାବାର୍ତ୍ତା ସମୟରେ କହିଥିଲେ,”ମୟଙ୍କ ଅଗ୍ରୱାଲଙ୍କ ସହିତ କେଏଲ ରାହୁଲ ଓପନିଙ୍ଗ କରିବା ପକ୍ଷରେ ମୁଁ ଅଛି। କାରଣ ସେ ଇଂଲଣ୍ଡରେ ଓପନିଙ୍ଗ କରିଥିଲେ ଏହା ପରେ ଶୁଭମନ ଗିଲ ୪ ନମ୍ବରରେ ଖେଲନ୍ତୁନା କାହିଁକି। ରାହାଣେ ବହୁତ ଭାଗ୍ୟଶାଳୀ ଅଟନ୍ତିକି ସେ ଏବେ ପର୍ଯ୍ୟନ୍ତ ଟିମରେ ଅଛନ୍ତି ଓ ଖେଳୁଛନ୍ତି ତାଙ୍କୁ ଏହାର ଫାଇଦା ଉଠାଇବା ଉଚିତ”।

Google

ରାହାଣେଙ୍କ ପୂର୍ଵ କିଛି ସମୟର ପ୍ରଦର୍ଶନ କଥା କହିବା ତ ସେ ବହୁତ ଅସଫଳ ରହିଛନ୍ତି। ସେ ଶେଷଥର ବର୍ଡର ଗାଭାସ୍କର ଟ୍ରଫିରେ ମେଲବର୍ଣରେ ଶତକ ମାରିଥିଲେ। ଏହା ପରେ ସେ ଥରେ ହିଁ କେବଳ ୫୦ ପାର ସ୍କୋର କରିପାରିଛନ୍ତି। ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅନୁପସ୍ଥିତରେ ରାହାଣେଙ୍କୁ ଆଗକୁ ଆସି ଟିମର ନେତୃତ୍ୱ ଓ ରନ କରିବାର ଆବଶ୍ୟକତା ରହିଛି।

ଅଳ୍ପ ଦିନ ତଳେ ଯେବେ ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଟି-୨୦ ସିରିଜ ଜିତିଲା ରାହାଣେ ଟିମକୁ ଅଭିନନ୍ଦନ ଜଣାଇବା ପାଇଁ ଟ୍ୱିଟର ସାହାରା ନେଇ କହିଲେ ଆଉ କିଛି ବିଜୟ ତାଙ୍କ ପାଖରେ ଅଛି। ଭାରତୀୟ ଟିମ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ ଯାହାର ଆରମ୍ଭ ୨୫-୨୯ ନଭେମ୍ବରରେ ପ୍ରଥମ ଟେଷ୍ଟ କାନପୁରରେ ଓ ମୁମ୍ବାଇରେ ୩-୭ ଡିସେମ୍ବରରେ ଦ୍ୱିତୀୟ ଟେଷ୍ଟ ହେବ ବୋଲି ସିଡ୍ୟୁଲ ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *