କ୍ରିସ୍ ଗେଲଙ୍କ ଧୂଆଁଧାର ତାବଡ଼ତୋଡ ବ୍ୟାଟିଂ! ପାଲଟିଲା ଚର୍ଚ୍ଚାର ବିଷୟ, ପଢନ୍ତୁ ପୁଏଆ ଖବର

କ୍ରିସ୍ ଗେଲ ଛକା ଲଗାଇବା ପାଇଁ ପ୍ରାୟତଃ ଜଣା ଯାଇଥାନ୍ତି। ସେ ଯେବେ ପୁରା ଫର୍ମରେ ଥାନ୍ତି ସେବେ ସେ ସୁନ୍ଦର ବ୍ୟାଟିଂ କରିଥାନ୍ତି। ସେ ଅନେକ ଥର ଏହାକୁ ସାବ୍ୟସ୍ତ କରି ଦେଖାଇଛନ୍ତି। ଚାରି ବର୍ଷ ପୂର୍ଵ ଆଜିର ଦିନ ୧୨ ଡିସେମ୍ବରକୁ ବଙ୍ଗଳାଦେଶ ବିରୁଦ୍ଧରେ ଗେଲ ନାମକ ତୁଫାନ ଆସିଥିଲା। ସେହି ତୋଫାନ ସେବେ ଥମିଥିଲା ଯେବେ ଗେଲଙ୍କ ନାମରେ ଟି-୨୦ରେ ସବୁଠୁ ଅଧିକ ଛକା ମାରିବାର ରେକର୍ଡ ହେଲା। ଏହି ମ୍ୟାଚ ବଙ୍ଗଳାଦେଶ ପ୍ରିମୀୟର ଲିଗରେ ରଙ୍ଗପୁର ରାଇଡ଼ର୍ସ ଓ ଢାକାଡ଼ାଇନାମାଇଟର୍ସ ମଧ୍ୟରେ ହୋଇଥିଲା।

Google

ଏହି ମ୍ୟାଚରେ ଗେଲ ରଙ୍ଗପୁର ରାଇଡ଼ର୍ସ ପକ୍ଷରୁ ଖେଳୁଥିଲେ। ସେ ଏହି ମ୍ୟାଚରେ ୧୮ ଟି ଛକା ସହ ୬୯ ବଲରେ ୧୪୬ ରନ କରିଥିଲେ। ଏହି ପାରିରେ ସେ ୧୮ ଟି ଛକା ଓ ୫ ଟି ଚୌକା ମାରିଥିଲେ।ମାନେ ୧୪୬ ରନରୁ ୧୨୮ ରନ କେବଳ ବଉଣ୍ଡରିରେ ଆସିଥିଲା। ଗେଲଙ୍କ ଏହି ପାରି ଦ୍ଵାରା ତାଙ୍କ ଟିମ ସେହି ମ୍ୟାଚରେ ୨୦ ଓଭରରେ ଗୋଟେ ୱିକେଟ ହରାଇ ୨୦୬ ରନ କଥିଲା। ଲକ୍ଷର ପିଛା କରିବାକୁ ଓହ୍ଲାଇଥିବା ଢାକା ଡାଇନାମାଇଟର୍ସ ମାତ୍ର ୧୪୯ ରନ କରିଥିଲା ଓ ଗେଲଙ୍କ ଟିମ ଏହି ମ୍ୟାଚକୁ ୫୭ ରନରେ ଜିତିଯାଇଥିଲା।

ଗେଲ ୨୦୧୩ ରେ କରିଥିବା ନିଜ ରେକର୍ଡ ଭାଙ୍ଗିଦେଇଥିଲେ: ଏହା ସହିତ ଗେଲ ଟି-୨୦ରେ ଗୋଟେ ପାରିରେ ସବୁଠୁ ଅଧିକ ଛକା ମାରିବାର ନିଜର ହିଁ ବିଶ୍ୱ ରେକର୍ଡକୁ ଭାଙ୍ଗିଦେଇଥିଲେ। ଯାହାକୁ ସେ ୨୦୧୩ରେ ଆଇପିଏଲରେ ଆରସିବି ପଟୁ ଖେଳି କରିଥିଲେ। ସେବେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଖେଳୁଥିବା କ୍ରିସ ଗେଲ ପୁନେ ୱାରିଅର୍ସ ବିରୁଦ୍ଧରେ ୧୭ ଛକା ସହ ୬୬ ବଲରେ ୧୭୫ ରନର ବିଶାଳ ପାରି ଖେଳିଥିଲେ। ସେହି ପାରି ଆଜିବି ଟି-୨୦ ଇତିହାସରେ ସବୁଠୁ ବଡ଼ ପାରି ଅଟେ। ସେହି ପାରିରେ ଗେଲ ୧୭ ଛକା ସହିତ ୧୩ ଟି ଚୌକା ମଧ୍ୟ ମାରିଥିଲେ।

Google

ପୁନିତ ବିଷ୍ଟି ଟି-୨୦ର ଏକ ପାରିରେ ୧୭ ଛକା ମାରିଥିଲେ: ଏକ ଟି-୨୦ ମ୍ୟାଚରେ ଗୋଟେ ପାରିରେ ସବୁଠୁ ଅଧିକ ଛକା ମାରିବା ମାମଲାରେ ଗେଲଙ୍କ ପରେ ଆସିଥାନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ପୁନିତ ବିଷ୍ଟି। ସେ ମେଘାଲୟ ପାଇଁ ଏହି ଜାନୁଆରୀରେ ମିଜୋରାମ ବିରୁଦ୍ଧରେ ୧୭ ଛକା ମାରିଥିଲେ। ସେ ୫୧ବଲରେ ୧୪୬ ରନର ନଟଆଉଟ। ପାରି ଖେଳିଥିଲେ।ଏହା ସହ ସେ ସେହି ପାରିରେ ୬ ଟି ଚୌକା ମଧ୍ୟ ମାରିଥିଲେ। ଏହି ଲିଷ୍ଟରେ ତାଙ୍କ ପରେ ଇଂଲଣ୍ଡର ଗ୍ରାହମ ନେପିୟର ,ଶ୍ରୀଲଙ୍କାର ଦାସୁନ ସନକା, ଆଫଗାନିସ୍ତାନର ହଜରତୁଲାହାଙ୍କ ନାମ ଆସିଥାଏ।ତିନିଜଣ ଯାକ ଟି-୨୦ର ଗୋଟେ ମାରିରେ ୧୬-୧୬ ଛକା ମାରିଛନ୍ତି। ଗେଲ ୧୫ ଛକା ମଧ୍ୟ ଟି-୨୦ରେ ମାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *