ଭାରତକୁ ଜିତାଇଲେ ଗିଲ ଏବଂ ଧାୱନ! କଣ ଟି-୨୦ ବିଶ୍ୱକପରେ ପାଇବେ ସ୍ଥାନ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର, କଣ ଆପଣଙ୍କ ମତ?

ଭାରତ ଏବଂ ଜିମ୍ବାୱେ ମଧ୍ୟରେ ତିନୋଟି ଦିନିକିଆ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲା ହରାରେ ସ୍ପୋର୍ଟସ କ୍ଳବରେ ଖେଳା ଯାଇଥିଲା। ଏହି ମ୍ୟାଚକୁ ଭାରତ ହରାଇ ୧୦ ୱିକେଟ ଜିତି ନେଇଛି। ଏହି ମ୍ୟାଚରେ ଶୁଭମନ ଗିଲ ଏବଂ ଶିଖର ଧାୱନଙ୍କ ଯୋଡିର କମାଲ ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିର୍ଣ୍ଣୟ ନେଇଥିଲା।

Google

ଭାରତ ପକ୍ଷରୁ ବୋଲିଂରେ ଅତି ସୁନ୍ଦର ଏବଂ ଆକର୍ଷକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ପ୍ରଥମରୁ ହିଁ ଜିମ୍ବାୱେ ଦଳର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା। କିଛି ବ୍ୟାଟ୍ସମ୍ୟାନ୍ଙ୍କ ପାଖରୁ ଅତି ଛୋଟ ସ୍କୋର ଦେଖିବାକୁ ମିଳିଥିଲେ ମଧ୍ୟ ତାହା ଦଳକୁ ଏକ ଭଲ ସ୍କୋରର ପହଞ୍ଚାଇ ପାରି ନଥିଲେ। ମାତ୍ର ୪୪ ଓଭରରେ ସମ୍ପୂର୍ଣ୍ଣ ଜିମ୍ବାୱେ ଦଳ ଦଶ ୱିକେଟ ହରାଇ ୧୮୯ ରନ କରି ପାରିଥିଲେ।

ଏହାର ଜବାବରେ ଭାରତର ଶୁଭମନ ଗିଲ ଏବଂ ଶିଖର ଧାୱନ ଓପନିଙ୍ଗ କରିବାକୁ ଆସିଥିଲେ। ଇଂଜୁରୀରୁ ଠିକ ହୋଇ ଫେରିଥିବା କେ ଏଲ ରାହୁଲ ନିଜେ ଓପନିଙ୍ଗ କରିବାକୁ ନ ଆସି ଶୁଭମନ ଗିଲଙ୍କୁ ଶିଖର ଧାୱନଙ୍କ ସହ ପଠାଇଥିଲେ। ଏହାପରେ ଉଭୟଙ୍କ ଏକ ଜବରଦସ୍ତ ଇନିଂସ ଦେଖିବାକୁ ମିଳିଥିଲା।

Google

ଶିଖର ଧାୱନ ୧୧୩ ବଲର ସମ୍ନା କରି ୭୧.୬୮ ଷ୍ଟ୍ରାଇକ ରେଟରେ ୮୧ ରନ କରିଥିଲେ। ତାଙ୍କର ଏହି ଇନିଂସରେ ୯ ଟି ଚୌକା ସାମିଲ ଥିଲା। ତାଙ୍କ ସହ ଭରପୁର ସହଯୋଗ କରିଥିଲେ ଶୁଭମନ ଗିଲ। ସେ ମଧ୍ୟ ମାତ୍ର ୭୨ ବଲ ଖେଳି ୧୧୩.୮୯ ଷ୍ଟ୍ରାଇକ ରେଟରେ ୮୨ ରନ ସଂଗ୍ରହ କରିଥିଲେ।

ତାଙ୍କର ଏହି ଜବରଦସ୍ତ ଇନିଂସରେ ୧୦ ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା। ଯାହାଦ୍ୱାରା ଭାରତୀୟ ଦଳ ଏହି ମ୍ୟାଚକୁ ପାଖାପାଖି ୩୧ ଓଭରରେ ଜିତି ନେଇଥିଲା। ଦୀପକ ଚହରଙ୍କୁ ମ୍ୟାଚଜର ଶ୍ରେଷ୍ଠ ଖେଳାଳି ବଛା ଯାଇଥିଲା। ଶୁଭମନ ଗିଲ ଏବଂ ଶିଖର ଧାୱନ ଉଭୟଙ୍କ ଦମଦାର ଇନିଂସ କ୍ରିକେଟ ପ୍ରେମୀଙ୍କୁ ଆକର୍ଷିତ କରିଥିଲା।

Google

ଏହା ପୂର୍ବରୁ ଉଭୟ ୱେଷ୍ଟ ଇଣ୍ଡିଜ ବିପକ୍ଷ ଦିନିକିଆ ମ୍ୟାଚରେ ମଧ୍ୟ ଅତି ଚମତ୍କାର ଖେଳିଥିଲେ। ତେଣୁ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟଙ୍କ ଯୋଡି ଅନେକ ମ୍ୟାଚରେ କମାଲ ଦେଖାଇ ସାରିଲାଣି। ଆଇପିଏଲରେ ଉଭୟଙ୍କ ପ୍ରଦର୍ଶନ ମଧ୍ୟ ଅତି ଚମତ୍କାର ରହିଥିଲା। ଗୁଜରାଟ ଟାଇଟନ୍ସକୁ କପ ଜିତାଇବାରେ ଶୁଭମନ ଗିଲଙ୍କ ପ୍ରଦର୍ଶନ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ତେବେ ଆଗକୁ ଏସିଆ କପ ଏବଂ ଏହାପରେ ଟି-ଟ୍ୱେଣ୍ଟି ବିଶ୍ୱକପ ଆସୁଛି। ଏସିଆ କପ ପାଇଁ ଦଳ ଚୟନ ହୋଇ ସାରିଥିବା ଆବେଳେ ବିଶ୍ୱକପ ଉପରେ ସମସ୍ତଙ୍କ ନଜର ରହିଛି। ତେଣୁ ଉଭୟଙ୍କୁ ବିଶ୍ୱକପରେ ସ୍ଥାନ ମିଳିବା ନେଇ ଆଶା କରାଯାଉଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *