ବ୍ୟୁରୋ ରିପୋର୍ଟ: ଶୁଭମନ ଗିଲଙ୍କର ଜିମ୍ବାୱେ ସିରିଜରେ ଦମଦାର ପ୍ରଦର୍ଶନ ଜାରି ଅଛି। ସେ ତିନୋଟି ମ୍ୟାଚରେ ଦୁଇ ଥର ୫୦ ରୁ ଅଧିକ ରନ କରିସାରିଲେଣି। ତୃତୀୟ ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ପ୍ରଥମେ ବ୍ୟାଟିଙ୍ଗ କରି ୫୦ ଓଭରରେ ୮ ୱିକେଟ ହରାଇ ୨୮୯ ରନ କରିଛି। ଶୁଭମନ ଗିଲ ୧୩୦ ରନ କରି ଆଉଟ ହେଲେ। ଏହା ତାଙ୍କର ଇଣ୍ଟରନେସନାଲ କ୍ରିକେଟରେ ପ୍ରଥମ ଶତକ ଲଗାଇଛନ୍ତି। ସେ ୮୨ ବଲରେ ୧୨ ଟି ଚୌକା ସହ ଶତକ ପୁରା କରିଥିଲେ। ଏହା ପୂର୍ବରୁ ସେ ସିରିଜର ପ୍ରଥମ ମ୍ୟାଚରେ ୮୨ ରନର ନଟ ଆଉଟ ପାରି ଖେଳିଥିଲେ ଓ ଟିମକୁ ୧୦ ୱିକେଟରେ ବିଜୟ ଦେଇଥିଲେ। ଭାରତୀୟ ଟିମ ସିରିଜରେ ୨-୦ରେ ଆଗୁଆ ଅଛି ଓ ଏବେ ସିରିଜ କ୍ଲିନ ସୁଇପ କରିବାକୁ ଚାହିଁବ। ସିରିଜରେ ଏବେ ପର୍ଯ୍ୟନ୍ତ ଜିମ୍ବାୱେ ଟିମ କୌଣସି ମ୍ୟାଚରେ ୨୦୦ ରନ ପର୍ଯ୍ୟନ୍ତ ପହଁଚିପାରିନାହିଁ।

୨ମଗିଲ ଏକଦିବସିୟ କ୍ରିକେଟରେ ସୁନ୍ଦର ପ୍ରଦର୍ଶନ ଜାରିରଖିଛନ୍ତି ଓ ଏହା ତାଙ୍କର ୯ ମ ଏକଦିବସିୟ ଅଟେ। ଏଥିରେ ସେ ୧ଟି ଶତକ ଓ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ଏଥିରେ ତାଙ୍କର ଔସତ ୭୦ରୁ ଅଧିକ ରହିଛି। ଏହା ପୂର୍ବରୁ ସେ ୯୮ ରନର ସବୁଠୁ ବଡ଼ ପାରି ଖେଳିଥିଲେ। ୨୦୧୮ରେ ସେ ଅଣ୍ଡର-୧୯ ବିଶ୍ୱକପ ବିଜେତା ଟିମରେ ଥିଲେ।ଏହା ପରେ ଡିସେମ୍ବରରେ ଫାଷ୍ଟକ୍ଳାସ କ୍ୟାରିଅରରେ ୨୬୮ ରନର ବଡ଼ ପାରି ଖେଳିଥିଲେ। ଏବେ ୨୦୨୨ରେ ଇଣ୍ଟରନେସନାଲ କ୍ୟାରିଅରର ପ୍ରଥମ ଶତକ ମାରିଛନ୍ତି।
ଶେଷ ୬ ମ୍ୟାଚରେ ପ୍ରତି ମ୍ୟାଚରେ ୩୦ ରୁ ଅଧିକ ରନ:
ଏହା ପୂର୍ବରୁ ଗିଲ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୩ ଟି ମ୍ୟାଚର ଏକଦିବସିୟ ସିରିଜରେ ଓହ୍ଲାଇ ୬୪,୪୩, ଓ ୯୮ ରନର ନଟଆଉଟ ପାରି ଖେଳିଥିଲେ। ଏହି ସିରିଜରେ ସେ ୮୨ ନଟଆଉଟ, ୩୩ ଓ ୧୩୦ରନ କରିଛନ୍ତି। ମାନେ ଶେଷ ୬ ପାରିରେ ସେ ସବୁ ପାରିରେ ୩୦ ରୁ ଅଧିକ ରନ କରିଛନ୍ତି। ସେ ୧୧ ଟି ଟେଷ୍ଟରେ ୩୦ ଔସତରେ ୫୭୯ ରନ କରିଛନ୍ତି ଯେଉଁଥିରେ ୪ ଟି ଅର୍ଦ୍ଧଶତକ ସାମିଲ ଅଛି। ୯୧ ରନର ସର୍ବଶ୍ରେଷ୍ଠ ପାରି ସେ ଟେଷ୍ଟରେ ଖେଳିଛନ୍ତି।
The first hundred moment of Shubman Gill in International cricket.pic.twitter.com/EVixhNULWI
— Johns. (@CricCrazyJohns) August 22, 2022
ସେ ଏବେ ପର୍ଯ୍ୟନ୍ତ ଟିମ ଇଣ୍ଡିଆ ତରଫରୁ ଟି-୨୦ ଇଣ୍ଟରନେସନାଲରେ ଡେବ୍ୟୁ କରିନାହଁନ୍ତି। ସେ ମୋଟ ଟି-୨୦ରେ ୮୦ ମ୍ୟାଚରେ ୨୩୧୭ ରନ କରିଛନ୍ତି ଯେଉଁଥିରେ ୧୬ ଅର୍ଦ୍ଧଶତକ ସାମିଲ ଅଛି। ସେ ଆଇପିଏଲ ୨୦୨୨ରେ ଚମ୍ପିୟାନ ଟିମ ଗୁଜରାଟ ଟାଇଟନ୍ସ ପଟୁ ଖେଳି ୪୦୦ ରୁ ଅଧିକ ରନ କରିଥିଲେ। ସେ ଫାଷ୍ଟକ୍ଳାସ କ୍ରିକେଟରେ ୩୫ ମ୍ୟାଚରେ ୨୮୭୮ ରନ କରିଛନ୍ତି। ଏଥିରେ ସେ ୭ ଟି ଶତକ ଓ ୧୫ ଅର୍ଦ୍ଧଶତକ ଲଗାଇଥିଲେ। ଲିଷ୍ଟ ଏ କ୍ୟାରିଅରର କଥା କହିବା ତ ସେ ୬୩ ମ୍ୟାଚରେ ୪୯ ଔସତରେ ୨୬୩୩ ରନ କରିଛନ୍ତି। ଏଥିରେ ସେ ୬ ଶତକ ଓ ୧୪ ଅର୍ଦ୍ଧଶତକ ମାରିଛନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।