ଶତକର କାରଣ ଖୋଲିଲେ ସୁଭମନ ଗିଲ! ଯୁବରାଜଙ୍କୁ ନେଇ କହିଲେ ଏମିତି.. ଜାଣନ୍ତୁ ସମ୍ପୂର୍ଣ୍ଣ

ଭାରତୀୟ ଦଳ ଜିମ୍ବାୱେ ବିପକ୍ଷରେ ଦିନିକିଆ ସିରିଜ ୩-୦ ରେ ଜିତି ଯାଇଛନ୍ତି। ଏହି ସିରିଜରେ ଦେଖିବାକୁ ଗଲେ ସୁଭମନ ଗିଲ ବହୁତ ଭଲ ପ୍ରଦର୍ଶନ କରିଥିଲେ ସେଥିପାଇଁ ତାଙ୍କର ସବୁଆଡେ ଚର୍ଚ୍ଚା ହେଉଛି। ସେ ଶେଷ ଦିନିକିଆରେ ଶତକ ମଧ୍ୟ ଲଗାଇଥିଲେ ଯାହା ଦ୍ୱାରା ସେ ରୋହିତ ଶର୍ମା,ରାହୁଲ ଆଉ ସଚିନଙ୍କ ରେକର୍ଡ ମଧ୍ୟ କାଟି ଦେଇଥିଲେ। ସେ ଶେଷ ଦିନିକିଆରେ ଜବରଦସ୍ତ ବ୍ୟାଟିଂ କରିଥିଲେ। ଯାହା ଦ୍ଵାରା ଏହା ଜଣା ପଡୁଛି କି ସୁଭମନ ଗିଲ ଦିନିକିଆ ଦଳର ଏକ ସ୍ଥାୟୀ ଖେଳାଳି ହେବାରେ ନିଜର ଦାବି ରଖି ପାରିଛନ୍ତି।

Google

ସୁଭମନ ଗିଲ ମଧ୍ୟ କହିଛନ୍ତି କି ମ୍ୟାଚରେ ସେ କାହିଁକି ଶତକ ଲଗେଇ ପାରିଛନ୍ତି। ସେ କହିଛନ୍ତି କି ସେ ଯାହାଙ୍କୁ ନିଜର ମେଣ୍ଟର ମାନନ୍ତି ତାଙ୍କଠାରୁ ଏକ ଉପଦେଶ ଗ୍ରହଣ କରିଥିଲେ ଯେଉଁଥିପାଇଁ ସେ ଏହି ଶତକ ଲଗାଇ ପାରିଛନ୍ତି।ସେ କହିଛନ୍ତି କି ସେ ଜିମ୍ବାୱେ ଆସିବା ପୂର୍ବରୁ ସେ ଯୁବରାଜ ସିଂ ଙ୍କ ସହିତ ଦେଖା କରିଥିଲେ। ସେ କହିଥିଲେ କି ତମେ ବହୁତ ଭଲ ଖେଳୁଛ ଯେତେବେଳେ ତମେ ଜିମ୍ବାୱେ ଯିବ ଆଉ ସେଠାରେ ଖେଳିବ ସେହି ସମୟରେ କ୍ରିଜରେ ଯେତେ ସମୟ ହେବ ରହିବାକୁ ଚେଷ୍ଟା କରିବ। ଆଉ ଅଧିକ ଓଭର ଖେଳିବାକୁ ଚେଷ୍ଟା କରିବ।

ସେ କହିଥିଲେ ଶତକ ହେଉନାହିଁ ତ ଶତକ ହେବ ସେଥିରେ କିଛି ଚିନ୍ତା କରିବାର ନାହିଁ। ମାତ୍ର ତମେ ଅଧିକ ସମୟ କ୍ରିଜରେ ରହିବାକୁ ଚେଷ୍ଟା କରିବ। ଆପଣ ଜାଣିଥିବେ ଯେଉଁ ସମୟରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ଖେଳୁଥିଲେ ସେହି ସମୟରେ ସେ ଶତକ କରିବାକୁ ବଞ୍ଚିତ ହୋଇଥିଲେ ଆଉ ତାଙ୍କୁ ସୋସିଆଲ ମିଡ଼ିଆ ମାଧ୍ୟମରେ ବହୁତ ଖରାପ ଭାବରେ ଟ୍ରୋଲ କରା ଯାଇଥିଲା। ଲୋକମାନେ କହିଥିଲେ କି ସେ ୱେଷ୍ଟ ଇଣ୍ଡିଜ ବିପକ୍ଷ ମ୍ୟାଚରେ ଯେଉଁ ସମୟରେ ଶତକ ନିକଟକୁ ପହଞ୍ଚିଥିଲେ ସେହି ସମୟରେ ସେ ବହୁତ ନର୍ଭସ ଦେଖା ଯାଉଥିଲେ। ମାତ୍ର ଏହା ପରେ ଜିମ୍ବାୱେ ବିପକ୍ଷରେ ହୋଇଥିବା ଦିନିକିଆ ସିରିଜର ଶେଷ ମ୍ୟାଚରେ ସେ ଏକ ଶତକ ଲଗାଇଥିଲେ।

Google

ତେଣୁ ଏଥିରୁ ଆମେ ଜାଣିବା କି ସୁଭମନ ଗିଲ ଓପନର ହିସାବରେ ଖେଳିବେ କି ତିନି ନମ୍ବର ସ୍ଥାନରେ ଖେଳିବେ ଆଗକୁ ଜଣା ପଡିବ। ଶୁଣା ଯାଉଛି କି ସୁଭମନ ଆଗକୁ ଆସୁଥିବା ଦିନିକିଆ ବିଶ୍ୱକପରେ ମଧ୍ୟ ଖେଳି ପାରନ୍ତି। ତେଣୁ ଆମକୁ ଦେଖିବାର ଅଛି କି ଶୁଭମନଙ୍କୁ ଭାରତୀୟ ଦଳର ପ୍ରମୁଖ ଟିମରେ ଆସିବାକୁ ଆହୁରି ସମୟ ଲାଗିବ ନା ଶୀଘ୍ର ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଯିବ। ଦିନକୁ ଦିନ ସୁଭମନଙ୍କ ଖେଳରେ ଉନ୍ନତି ଘଟିବାରେ ଲାଗିଛି। ସେ ଲଗାତାର ଦୁଇଟି ଦିନିକିଆରେ ସିରିଜରେ ଭଲ ପ୍ରଦର୍ଶନ କରିଛନ୍ତି।

Leave a Reply

Your email address will not be published. Required fields are marked *