GT vs LSG: ଲକ୍ଷନୌ ବିପକ୍ଷରେ ବିଜୟ ପରେ ଗିଲଙ୍କ ମହାଦାର ଟ୍ୱିଟ! ଟ୍ରୋଲଙ୍କୁ ଦେଲେ କଡା ଜବାବ! ଦେଖନ୍ତୁ ଟ୍ୱିଟ

ବ୍ୟୁରୋ ରିପୋର୍ଟ: ଗୁଜରାଟ ଟାଇଟନ୍ସ ଟିମ ଆଇପିଏଲ ୨୦୨୨ର ପ୍ଲେ ଅଫରେ ପହଁଚିଥିବା ପ୍ରଥମ ଟିମ ହୋଇଯାଇଛି। ମଙ୍ଗଳବାରକୁ ଗୁଜରାଟ ଟାଇଟନ୍ସ ଲକ୍ଷନୌ ସୁପର ଜାଏଣ୍ଟସକୁ ୬୨ ରନରେ ହରାଇଥିଲା। ଗୁଜରାଟର ଏହି ବିଜୟରେ ଏହି ଛୋଟ ସ୍କୋର ମ୍ୟାଚରେ ଗିଲ ୬୩ ରନ କରିଥିଲେ କିନ୍ତୁ ଏହା ପରେ ମଧ୍ୟ ସେ ଟ୍ରୋଲର୍ସଙ୍କ ନିଶାନରେ ରହିଲେ। ସେ ଏହି ମ୍ୟାଚରେ ଧିମା ବ୍ୟାଟିଙ୍ଗ କରି ଆଲୋଚନାର ସମ୍ମୁଖିନ ହୋଇଥିଲେ। ମ୍ୟାଚ ପରେ ଗିଲ ଗୋଟେ ମଜାଦାର ଟ୍ୱିଟ କରି ଆଲୋଚନା କାରୀଙ୍କୁ ଜବାବ ଦେଇଥିଲେ। ଲମ୍ବା ଦୌଡ ବିଷୟରେ ନ ଲେଖି ସେ ଏକ ଇମୋଜି ପୋଷ୍ଟ କରିଥିଲେ।

Google

ଶୁଭମନ ଗିଲ ଲକ୍ଷନୌ ସୁପର ଜାଏଣ୍ଟସ ବିରୁଦ୍ଧରେ ୪୯ ବଲରେ ୬୩ ରନ କରିଥିଲେ। ଟି-୨୦ ଫର୍ମାଟ ହିସାବରେ ଏହି ପାରିରେ ତାଙ୍କର ଷ୍ଟାଇକ ରେଟ କମ ରହିଲା। କିନ୍ତୁ ଟିମର ଆବଶ୍ୟକତା ପାଇଁ ତାଙ୍କର ଏହି ପାରି ଆବଶ୍ୟକ ଥିଲା। ଏଥିପାଇଁ ମ୍ୟାଚ ଜିତିବା ପରେ ଗିଲ ଆଲୋଚନା କାରୀଙ୍କୁ ଜବାବ ଦେବା ପାଇଁ କଇଁଛ ଓ ଠେକୁଆଙ୍କ ଇମୋଜୋ ସେୟାର କରି ଜଣାଇଛନ୍ତି କି ତାଙ୍କର ଏହି ପାରି କେତେ ଆବଶ୍ୟକ ଥିଲା।

କଇଁଛ ଓ ଠେକୁଆର କାହାଣୀ ତ ସମସ୍ତେ ଜାଣିଥିବେ। ଥରେ ଦୁହିଁଙ୍କ ମଧ୍ୟରେ ଦୌଡ଼ ହୋଇଥିଲା ଓ ଠେକୁଆ କଇଁଛ ଠୁ ବହୁତ ଆଗକୁ ଚାଲିଯାଇଥିଲା କିନ୍ତୁ ମଝି ରାସ୍ତାରେ ଶୋଇ ପଡିଥିଲା। ଅନ୍ୟ ପଟେ କଇଁଛ ଧୀରେ ଧୀରେ ଯାଇ ଲାଇନ ପାର କରି ଜିତି ଯାଇଥିଲା। ଗିଲ ମଧ୍ୟ ଏହା କହିବାକୁ ଚାହୁଁଛନ୍ତ ଫଳ ଗୁରୁତ୍ୱପୂର୍ଣ୍ଣ ଅଟେ ଯାହାବି ହେଉନା କାହିଁକି। ସେ ଧିମା ପାରି ଖେଳନ୍ତୁ ପଛେ ଏହା ଦ୍ଵାରା ତାଙ୍କ ଟିମ ବିଜୟ ପ୍ରାପ୍ତ ହେଲା।

ରାଶିଦ ଖାନ ୪ ଟି ୱିକେଟ ନେଲେ:

ଲକ୍ଷନଉ ସହ ମ୍ୟାଚରେ ପ୍ରଥମେ ବ୍ୟାଟିଙ୍ଗ କରି ଗୁଜୁରାଟ ଟିମ ୧୪୪ ରନ କରିଥିଲା। ଏହି ସ୍କୋର ମଧ୍ୟ କମିଥାନ୍ତା ଯଦି ଶୁଭମନ ଗିଲ ସମ୍ଭାଳି କି ଖେଳିନଥାନ୍ତେ। ସେ ପ୍ରଥମ ବଲରୁ ଖେଳିବାକୁ ଆସିଥିଲେ ଓ ୪୯ ବଲରେ ୬୩ ରନ କରି ନଟ ଆଉଟ ଫେରିଥିଲେ। ଏହାପରେ ଗୁଜରାଟର ବୋଲର ସୁନ୍ଦର ବୋଲିଙ୍ଗ କରିଥିଲେ ଓ ଲକ୍ଷନୌକୁ ୧୩.୫ ଓଭରରେ ୮୨ ରନରେ ଅଲ ଆଉଟ କରି ଦେଇଥିଲେ।

ଗୁଜୁରାଟ ପାଇଁ ରାଶିଦ ଖାନ ସବୁବୁ ସଫଳ ବୋଲର ରହିଥିଲେ। ସେ ୨୪ ରନ ଦେଇ ଚାରିଟି ୱିକେଟ ନେଇଥିଲେ। ରାଶିଦଙ୍କ ଛଡା ୟସ ଦୟାଲ ଓ ସାଇ କିଶୋର ୨-୨ଟି ୱିକେଟ ନେଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *