ରୟାଲ ଚାଲେଞ୍ଜରର୍ସ ବାଙ୍ଗାଲୋର ମଧ୍ୟ ଆଗାମୀ ସିଜନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବ ବୋଲି ଜଣା ଯାଉଛି। ଏହା ମଧ୍ୟରେ ଆରସିବି କେଉଁ କେଉଁ ଖେଳାଳିଙ୍କୁ ରିଟେନ କରିପାରେ ତାର କିଛି ନାମ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଆସନ୍ତୁ ଜାଣିବା ବିରାଟ କୋହଲିଙ୍କ ଛଡା ଆଉ କେଉଁ ତିନୋଟି ଖେଳାଳିଙ୍କ ଉପରେ ଆରସିବିର ନଜର ଅଛି। ଆଇପିଏଲ ୨୦୨୨ ପାଇଁ ଆଉ ୪-୫ ମାସ ବାକି ଅଛି କିନ୍ତୁ ଏବେଠୁ ହଲଚଲ ଆରମ୍ଭ ହୋଇଗଲାଣି। ଆଗାମୀ ସିଜନ ପାଇଁ ଚର୍ଚ୍ଚା ଜୋର ଧରିଛି।

ସବୁ ପୁରୁଣା ଟିମ ଅତିବେଶୀରେ ୪ ଜଣ ଖେଳାଳିଙ୍କୁ ରିଟେନ କରିପାରିବ। ଆରସିବି କେଉଁ ଖେଳାଳିଙ୍କୁ ରିଟେନ କରିବ ତାହାକୁ ନେଇ ସସପେନ୍ସ ଜାରି ଅଛି କିନ୍ତୁ କିଛି ନାମ ସାମ୍ନାକୁ ଆସୁଛି ଯାହାଙ୍କୁ ଆରସିବି ରିଟେନ କରିବାର ଅଧିକ ସମ୍ଭାବନା ଅଛି। ବିରାଟ କୋହଲି ଆଇପିଏଲ ସିଜନ ୧୪ରେ ଘୋଷଣା କରିଥିଲେ କି ସେ ଆଗକୁ ଆଉ ଆରସିବିର ଅଧିନାୟକତ୍ୱ କରିବେନି। ଏହା ପରେ ଏବେ ଆରସିବି ତାଙ୍କ ପାଇଁ ପ୍ଲାନ କରିଛି ଓ ତାଙ୍କୁ ଆଗକୁ ମଧ୍ୟ ଆରସିବି ଟିମରେ ରଖାଯାଇପାରେ।
କୋହଲି ଆଇପିଏଲ ୨୦୨୧ ପରେ ଅଧିନାୟକତ୍ୱ ପଦରୁ ଇସ୍ତଫା ଦେଇଥିଲେ କିନ୍ତୁ ସଫା ସଫା କହିଥିଲେ କି ସେ କେବଳ ଆରସିବି ପଟୁ ଖେଳିବେ। ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲଙ୍କୁ ମଧ୍ୟ ଆରସିବି ରିଟେନ କରିପାରେ ବୋଲି ଖବର ସୋସିଆଲ ମିଡିଆରେ ଭାଇରଲ ହେଉଛି।

କୋହଲି ଓ ମାକ୍ସୱେଲଙ୍କ ଛଡା ଦୁଇ ଅନ୍ୟ ଖେଳାଳିଙ୍କୁ ମଧ୍ୟ ଆରସିବି ରିଟେନ କରିପାରେ। ଏହା ପାଇଁ ଟିମ ପାଖରେ ୟୁଜବେନ୍ଦ୍ର ଚହଲ, ହର୍ଷଲ ପଟେଲ, ମହମ୍ମଦ ସିରାଜ ଓ ଦେବଦତ ପଡିକଲଙ୍କ ପରି ବିକଳ୍ପ ଅଛି। ବିଶେଷ ଖବର ଅନୁସାରେ ଦେବଦତ ପଡିକଲ ରିଟେନ ହେବାର ଚାନ୍ସ ଅଛି। ମହମ୍ମଦ ସିରାଜ ଓ ଚହଲଙ୍କ ମଧ୍ୟରୁ ଜଣଙ୍କୁ ହିଁ ରିଟେନ କରାଯାଇପାରେ।
କହିରଖିବୁକି ଆରସିବି ପୂର୍ଵ ସିଜନରେ ମାକ୍ସୱେଲଙ୍କୁ ୧୪.୨୫ କୋଟିରେ କିଣିଥିଲା ଓ ସେ ଭଲ ପ୍ରଦର୍ଶନ କରିଥିଲେ। ତେଣୁ ଆରସିବି ମାକ୍ସୱେଲଙ୍କୁ ରିଟେନ କରିବାର ଅଧିକ ସମ୍ଭାବନା ଅଛି। ଏହା ଏଥିପାଇଁ ମଧ୍ୟ ହୋଇଥାଇପାରେ କାରଣ ଡିଭିଲିୟର୍ସ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଯାଇଛନ୍ତି ତେଣୁ ବାହାର ଦେଶର ପ୍ଲେୟର ଭାବରେ ମାକ୍ସୱେଲ ଆରସିବି ପାଇଁ ଜରୁରୀ। ମାକ୍ସୱେଲ RCB ପାଇଁ ୨୦୨୧ ଆଇପିଏଲରେ ଭଲ ଖେଳର ପ୍ରଦର୍ଶନ କରିଥିଲେ। କେତେକ ମ୍ୟାଚରେ ସେ ଭଲ ଆରମ୍ଭ ଦେଇ ଦଳକୁ ବିଜୟ ରାସ୍ତାରେ ନେଇ ଆସିଥିଲେ। ସେ ବୋଲିଂ ବି କରନ୍ତି ଏବଂ ଭଲ ଫିଲଡିଂ ମଧ୍ୟ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।