IPL 2022 ରେ ବିପକ୍ଷ ଦଳ ପାଇଁ ଭୟଙ୍କର ହେବେ ବିରାଟ କୋହଲି! ଘାତକ ଅଲରାଉଣ୍ଡର ମାକ୍ସୱେଲଙ୍କ ବଡ଼ ବୟାନ!

ବ୍ୟୁରୋ ରିପୋର୍ଟ:ଆଇପିଏଲ ୨୦୨୨ ର ଆରମ୍ଭ ୨୬ ମାର୍ଚ୍ଚରୁ ହେବାର ଅଛି ତେଣୁ ସମସ୍ତ ଦଳ ନିଜ ନିଜର ପ୍ରସ୍ତୁତି କରିବାରେ ଲାଗି ପଡିଛନ୍ତି । କିନ୍ତୁ ଏ ବର୍ଷ ଆପଣଙ୍କୁ ଆରସିବିର ଅଧିନାୟକ ଭାବରେ ବିରାଟ କୋହଲି ନଜର ଆସିବେନି କିନ୍ତୁ ଗୋଟିଏ ଏମିତି ଖେଳାଳି ଅଛନ୍ତି ଯାହାଙ୍କ ମତରେ ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ କାଢ଼ିବା ବିରୋଧୀ ଦଳ ମାନଙ୍କ ପାଇଁ କ୍ଷତି କାରକ ହୋଇପାନ୍ତି। କହିଛନ୍ତି ଆକ୍ରମକ ଖେଳାଳି ଗ୍ଲେନ ମାକ୍ସୱେଲ ।

Google

ମାକ୍ସୱେଲଙ୍କ ମତରେ କୋହଲି ଅଧିନାୟକ ପଦ ଛାଡ଼ିବା ପରେ ସେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଚିନ୍ତା ମୁକ୍ତ ଅଛନ୍ତି ଯାହାକି ବିରୋଧୀ ଦଳ ମାନଙ୍କ ପାଇଁ ଭୟାବହ ହୋଇପାରେ । ଗତ ବର୍ଷ ଆଇପିଏଲ ଶେଷ ପରେ ବିରାଟ କୋହଲି ଆରସିବିର ଅଧିନାୟକ ପଦରୁ ଇସ୍ତଫା ଦେବା ସହ ଭାରତୀୟ ଦଳର ଟି-୨୦ ଏବଂ ଟେଷ୍ଟର ମଧ୍ୟ ଅଧିନାୟକ ପଦ ଛାଡିଥିଲେ କିନ୍ତୁ ତାଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ କାଢି ଦିଆଯାଇଥିଲା।

ମାକ୍ସୱେଲଙ୍କ ମତରେ ସେ ନିଜର ଖେଳ ଦ୍ଵାରା ସବୁ ପ୍ରଶ୍ନର ଉତ୍ତର ଦେବେ ଏବଂ ସେ ସେହି ଭଳି ଆକ୍ରାତ୍ମକ ଭାବରେ ଖେଳିବେ ଯେଉଁ ଭଳି ଭାବରେ ସେ ପୂର୍ବରୁ ଖେଳୁଥିଲେ । ଏହି ସମୟରେ ଅଧିକ ତଥ୍ୟ ଦେବାକୁ ଯାଇ ମାକ୍ସୱେଲ କହିଥିଲେ କି ତାକୁ ଜଣା ଅଛି ସେ ଏବେ ଅଧିନାୟକ ପଦ ଛାଡି ଦେଇଛି ଯାହାକି ମତେ ଲାଗୁଛି କି ତା ପାଇଁ ଏକ ବଡ଼ ବୋଝ ଥିଲା ।

 

ତେଣୁ ସେ ଏବେ ଏହି ବୋଝରୁ ମୁକ୍ତ ହୋଇ ସାରିଛନ୍ତି ଯାହା କି ଅନ୍ୟ ଦଳ ମାନଙ୍କ ପାଇଁ ଭଲ ଖବର ନୁହେଁ । ଏହା ଛଡ଼ା ମାକ୍ସୱେଲ ଏହା ମଧ୍ୟ କହିଛନ୍ତି କି ବିରାଟ କୋହଲି ଏବେ ଏପରି ଅବସ୍ଥାରେ ଯେଉଁଠି ଯେଉଁଥିରେ ସେ ଖେଳକୁ ପୂର୍ବ ପରି ଉପଭୋଗ କରୁଛନ୍ତି ଏବଂ ତାଙ୍କ ସହ କ୍ରିକେଟ ବିଷୟରେ କଥା ହେବାକୁ ମଧ୍ୟ ମାକ୍ସୱେଲଙ୍କୁ ବହୁତ ଭଲ ଲାଗେ।

ମାକ୍ସୱେଲଙ୍କୁ ମଧ୍ୟ ଏହା ଭାବି ଆଶ୍ଚର୍ଯ୍ୟ ଲଗୁଛି କି ବିରାଟ କୋହଲି ତାଙ୍କର ଘନିଷ୍ଠ ବନ୍ଧୁ ହୋଇ ଗଲେଣି ବୋଲି । ଏହା ଛଡା ଆପଣ ସମସ୍ତଙ୍କୁ ମଧ୍ୟ ବିରାଟ କୋହଲି ଆଇପିଏଲ ମ୍ୟାଚରେ କିପରି ଖେଳୁଛନ୍ତି ଏବଂ ନିଜ ଦଳକୁ କେତେ ଉପରକୁ ନେଉଛନ୍ତି ତାହା ଦେଖିବାର ଆଶା ଥିବ ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *