IPL 2022 ରେ ଏକ ମୁକାବିଲା ଯାହାକି ମୁମ୍ବାଇ ଏବଂ ଚେନ୍ନାଇ ମଧ୍ୟରେ ଖେଳାଯାଉଛି ସେହି ମ୍ୟାଚରେ ଚେନ୍ନାଇ ନ୍ୟୁଜ ଲେଖା ହେବା ପର୍ଯ୍ୟନ୍ତ ୫.୪ ଓଭରରେ ୨୯ ରନରେ ୫ଟି ୱିକେଟ ହରାଇଦେଇଛି।

ମୁମ୍ବାଇର ଜବରଦସ୍ତ ବୋଲିଂ। ଡେଭନ କନୱେ ବିନା ରନ କରି ଡାନିଏଲ ସାମସଙ୍କ ବଲରେ ଆଉଟ ହୋଇଥିଲେ। ମୋଇନ ଅଲ୍ଲୀ ମଧ୍ୟ ବିନା ରନ କରି ୨ଟି ବଲରେ ଆଉଟ ହୋଇଯାଇଥିଲେ। ରବିନ ଉଥାପା ୬ ଟି ବଲରେ ୧ ରନ କରି ଆଉଟ ହୋଇଯାଇଥିଲେ।
ଆମ୍ବତି ରାୟୁଡୁ ନ୍ୟୁଜ ଲେଖା ହେବା ଯାଏ ୧୪ ଟି ବଲରେ ୧୦ ରନ କରି ଆଉଟ ହୋଇଛନ୍ତି। ପାୱାର ପ୍ଲେ ରେ ବ୍ୟାଟିଂ ଆସିଛନ୍ତି ଧୋନି।

ମୁମ୍ବାଇର ବୋଲିଂ କଥା ଆଲୋଚନା କରିବା ତ ଡାନିଏଲ ସାମସ ୩ଟି ୱିକେଟ ନେଇଥିବା ବେଳେ ଯଶପ୍ରୀତ ବୁମରା ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି ଏବଂ ମେରିଡିଥ ଗୋଟିଏ ୱିକେଟ ନେଇଛନ୍ତି। ତେବେ ପଏଂଟସ ଟେବୁଲରେ ମୁମ୍ବାଇ ନମ୍ବର ୧୦ ରେ ଥିବା ବେଳେ ଚେନ୍ନାଇ ନମ୍ବର ୯ ରେ ଅଛି।
ଏହି ମ୍ୟାଚରେ ଚେନ୍ନାଇ ପଟୁ ଜାଡେଜା ଖେଳୁନଥିବା ବେଳେ ମୁମ୍ବାଇର କିରୋନ ପୋଲାର୍ଡ଼ ଏହି ମ୍ୟାଚ ଖେଳୁନାହାନ୍ତି। ତେବେ କହିରଖିବୁ ରବୀନ୍ଦ୍ର ଜାଡେଜା ପ୍ରଥମରୁ ଚେନ୍ନାଇର କ୍ୟାପଟେନ IPL 2022 ର ଥିବା ବେଳେ କିଛି ମ୍ୟାଚ ପରେ ଧୋନି କ୍ୟାପଟେନ ହୋଇଥିଲେ। ତେବେ ରବୀନ୍ଦ୍ର ଜାଡେଜା IPL 2022 ରୁ ବାଦ ପଡିଛନ୍ତି।
. . . 𝐖 . .
𝘽𝙊𝙊𝙈 continuing his fine form as he trapped Uthappa with a Jaffa! CSK are 17/3 after 4 overs! 😎🔥#OneFamily #DilKholKe #MumbaiIndians #CSKvMI @Jaspritbumrah93 pic.twitter.com/kfdc6Itfpl
— Mumbai Indians (@mipaltan) May 12, 2022
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।