ଆଇପିଏଲ ୨୦୨୨ ର ଧମାକାଦାର ମ୍ୟାଚ କିଛି ଦିନ ହେବ ଦେଖାଯାଉଛି। ମାର୍ଚ୍ଚ ୨୬ ରୁ ଆରମ୍ଭ ହୋଇଥିବା ଏହି ସିଜିନର ମ୍ୟାଚରେ ଆଜି ରହିଥିଲା ମ୍ୟାଚ ଗୁଜୁରାଟ ଟାଇଟନ୍ସ ବନାମ ଦିଲ୍ଲୀ କ୍ୟାପିଟାଲସ। ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲସ। ଦିଲ୍ଲୀ କ୍ୟାପିଟାଲର ଓପନିଙ୍ଗ କରିବାକୁ ଆସିଥିଲେ ମ୍ୟାଥୁ ୱେଡ଼ ଏବଂ ଶୁଭମନ ଗିଲ। ମ୍ୟାଥୁ ୱେଡ଼ ଦୁଇଟି ବଲରେ ଏକ ରନ ସଂଗ୍ରହ କରି ମୁସ୍ତାଫିଜୁର ରେହମାନଙ୍କ ବଲର ଶିକାର ହୋଇଥିଲେ। ଏହାପରେ ଦ୍ଵିତୀୟ ୱିକେଟ ଯୋଡିରେ ୪୨ ରନ ଯୋଡିବା ପରେ ନୂତନ ବ୍ୟାଟ୍ସମ୍ୟାନ୍ ବିଜୟ ଶଙ୍କର ନିଜ ଉଇକେଟ ହରାଇଥିଲେ। ସେ ୨୦ ବଲରୁ ୧୩ ରନ ସଂଗ୍ରହ କରି କୂଳଦୀପ ୟାଦବଙ୍କ ବଲରେ ଆଉଟ ହୋଇଥିଲେ। ଦଳର ଏହି ଖରାପ ପରିସ୍ଥିତି ସମୟରେ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଏବଂ ଶୁଭମନ ଗିଲ ଏକ ଭଲ ପାର୍ଟନରସିପ ଗଢ଼ିଥିଲେ।

ଏହାପରେ ୧୦୯ ରେ ହାର୍ଦିକ ପାଣ୍ଡ୍ୟା ୨୭ ବଲରେ ୩୧ ରନ ସଂଗ୍ରହ କରି ନିଜ ୱିକେଟ ହରାଇ ଥିଲେ। ଏହାପରେ ଡେଭିଡ ମିଲର ୧୫ ଟି ବଲରେ ୨୦ ରନ ଏବଂ ରାହୁଲ ତେୱାତୀୟା ୮ ଟି ବଲରେ ୧୪ ରନ ସଂଗ୍ରହ କରିଥିଲେ। ଦଳ ତରଫରୁ ଶୁଭମନ ଗିଲ ସର୍ବାଧିକ ୪୬ ବଲରୁ ୮୪ ରନ ସଂଗ୍ରହ କରିଥିଲେ। ଏହା ଫଳରେ ଦଳ ୬ ଟି ଉଇକେଟ ହରାଇ ୧୭୧ ରନ କରିବାକୁ ସମର୍ଥ ହୋଇଥିଲା। ଦିଲ୍ଲୀ କ୍ୟାପିଟାଲ ପକ୍ଷରୁ ମୁସ୍ତାଫିଜୁର ୪ ଓଭରରେ ୨୩ ରନ ଦେଇ ତିନୋଟି ୱିକେଟ ନେଇଥିଲେ। ଖଲିଲ ଅହମ୍ମଦ ଦୁଇଟି ୱିକେଟ ଏବଂ କୁଳଦୀପ ଯାଦବ ଗୋଟିଏ ୱିକେଟ ନେଇପାରିଥିଲେ।
ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲସ୍ ୯ ଟି ୱିକେଟ ହରାଇ ମାତ୍ର ୧୫୭ ରନ କରିବାକୁ ସକ୍ଷମ ହୋଇଥିଲା। ଦିଲ୍ଲୀର ଓପନର ପୃଥ୍ବୀ ସ୍ଵ ଏବଂ ଟିମ ସେଫର୍ଟ ଯଥାକ୍ରମେ ମାତ୍ର ୧୦ ରନ ଏବଂ ୩ ରନ କରି ଆଉଟ ହୋଇ ଯାଇଥିଲେ। ଦଳ ଲଗାତାର ୱିକେଟ ହରାଇ ଚାଲିଥିଲା। ଦଳ ୮ ରନ୍ ରେ ପ୍ରଥମ ୱିକେଟ , ୩୨ ରନରେ ଦ୍ଵିତୀୟ ଏବଂ ୩୪ ରନରେ ତୃତୀୟ ୱିକେଟର ପତନ ଘଟିଥିଲା। ଏହାପରେ ଅଧିନାୟକ ଋଷଭ ପନ୍ତ ପନ୍ତ ୨୯ ବଲରୁ ୪୩ ରନ, ଲଳିତ ୟାଦବ ୨୨ ବଲରୁ ୨୫ ଏବଂ ରବମେନ ପାୱେଲ ୧୨ ବଲରୁ ୨୦ ରନ ସଂଗ୍ରହ କରିଥିଲେ ମଧ୍ୟ ଶେଷ ପର୍ଯ୍ୟନ୍ତ ରହି ପରି ନଥିଲେ। କ୍ରମାଗତ ଭାବରେ ୱିକେଟ ହରାଇ ଦିଲ୍ଲୀ କ୍ୟାପିଟାଲସ୍ ୯ ୱିକେଟ ହରାଇ ମାତ୍ର ୧୫୭ ରନ ସଂଗ୍ରହ କରି ପାରିଥିଲା।
Lockie Ferguson starred with the ball with a 4⃣-wicket haul and won the Player of the Match award as @gujarat_titans secured a win against #DelhiCapitals. ? ?
Scorecard ▶️ https://t.co/szyO3BhsuU #TATAIPL | #GTvDC pic.twitter.com/rv93FWe7t1
— IndianPremierLeague (@IPL) April 2, 2022
ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଲକି ଫରଗୁସନ ୪ ଟି, ମହମ୍ମଦ ସାମୀ ଦୁଇଟି ଏବଂ ହାର୍ଦିକ ପାଣ୍ଡ୍ୟା ଓ ରସିଦ ଖାଁ ଗୋଟିଏ ମାତ୍ର ୱିକେଟ ନେଇଥିଲେ। ଫଳରେ ଗୁଜୁରାଟ ଟାଇଟନ୍ସ ଏହି ମ୍ୟାଚକୁ ୧୪ ରନରେ ଜିତି ନିଜର ଦ୍ଵିତୀୟ ବିଜୟ ଧାରା ଜାରି ରଖିଥିଲା। ଲକି ଫରଗୁସନ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।