IPL 2022 ରେ ଆଉ ଏକ ରୋମାଂଚକର ମ୍ୟାଚ ଦେଖିବାକୁ ମିଳିଛି। ଯେଉଁ ମ୍ୟାଚଟି ଗୁଜୁରାଟ ଏବଂ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିଲା। ଆଗ ବ୍ୟାଟିଂ କରି ଗୁଜୁରାଟ ନିର୍ଧାରିତ ୨୦ ଓଭରରେ ୧୭୧ ରନ ବନାଇଥିଲା।

ନୂଆ ଟିମ ଗୁଜୁରାଟ ଟାଇଟନ୍ସର କ୍ୟାପଟେନ ହାର୍ଦିକ ପାଣ୍ଡ୍ୟା ଆକର୍ଷଣୀୟ ବୋଲିଂର ପ୍ରଦର୍ଶନ କରିଥିଲେ। ତାଙ୍କ ଛଡା ମହମ୍ମଦ ସାମୀ ଏବଂ ଲକି ଫର୍ଗୁସନ ନିଜ ଗତି ଦ୍ଵାରା ସୁନ୍ଦର ବୋଲିଂ କରିଥିଲେ। ଆର୍ଟିକିଲ ଲେଖାଯିବା ପର୍ଯ୍ୟନ୍ତ ଗୁଜୁରାଟ ପକ୍ଷରୁ ଲକି ଫର୍ଗୁସନ ୨.୧ ଓଭରରେ ୧୨ ରନ ଦେଇ ୩ଟି ୱିକେଟ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି । ତାଙ୍କ ଛଡା ହାର୍ଦିକ ପାଣ୍ଡ୍ୟା ୩ ଓଭରରେ ୧୯ ରନ ଦେଇ ୧ ଟି ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ।
ଗୁଜୁରାଟର ବ୍ୟାଟିଂ ମଧ୍ୟ ଏହି ମ୍ୟାଚରେ ଜବରଦସ୍ତ ଥିଲା। ଓପନିଙ୍ଗ କରିବାକୁ ଆସିଥିବା ସୁଭମନ ଗିଲ ଆକର୍ଷଣୀୟ ସର୍ଟସ ଖେଳିଥିଲେ। ସେ ୪୬ ବଲରେ ୮୪ ରନ ବନାଇଥିଲେ। ତାଙ୍କର ଏହି ପାରିରେ ୬ଟି ଚୌକା ଏବଂ ୪ଟି ଛକା ସାମିଲ ଥିଲା। ଗୁଜୁରାଟ ପକ୍ଷରୁ ଅନ୍ୟ ବ୍ୟାଟ୍ସମାନଙ୍କ କଥା ଆଲୋଚନା କରିବା ତ ମିଲର ୨୦, ପାଣ୍ଡ୍ୟା ୩୧ , ତେବାଟିଆ ୧୪ , ବିଜୟ ଶଙ୍କର ୧୩, ୱେଡ଼ ୧, ଅଭିନଭ ମନୋହର ୧ କରିଥିଲେ। ତେବେ ଖେଳ ଶେଷ ହୋଇନାହିଁ ଦିଲ୍ଲୀ ବ୍ୟାଟିଂ ଜାରି ରଖିଛି। ନ୍ୟୁଜ ଲେଖା ହେବା ପର୍ଯ୍ୟନ୍ତ କ୍ରିଜରେ ରୋଭମାନ ପାୱେଲ ଅଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।