GT vs KKR: କୋଲକତାକୁ ହରାଇଲା ଗୁଜୁରାଟ! ପାଣ୍ଡ୍ୟାଙ୍କ ସୁନ୍ଦର ବ୍ୟାଟିଂ ପରେ ବୋଲରଙ୍କ ଚମତ୍କାର ବୋଲିଂ!

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ ରେ କେକେଆର ବିଜୟ ରାସ୍ତା ପୁଣି ଫେରିପାଇଲା ନାହିଁ। ଆଇପିଏଲ ୨୦୨୨ର ଏକ ମ୍ୟାଚରେ ଗୁଜୁରାଟ କେକେଆରକୁ ୮ ରନରେ ହରାଇଦେଇଛି। ଏହା କେକେଆରର ୮ ମ ମ୍ୟାଚରେ ପଞ୍ଚମ ପରାଜୟ। ସେହିପରି ଏହି ବିଜୟ ସହିତ ଗୁଜୁରାଟ ଏହି ଆଇପିଏଲ ୨୦୨୨ରେ ଏବେ ପର୍ଯ୍ୟନ୍ତ ୭ ଟି ମ୍ୟାଚରୁ ଏହା ୬ ତମ ବିଜୟ ଅଟେ। ଏହି ମ୍ୟାଚରେ ଗୁଜୁରାଟ ପ୍ରଥମେ ବ୍ୟାଟିଙ୍ଗ କରି ୯ ୱିକେଟ ହରାଇ ୧୫୬ ରନ କରିଥିଲା। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୪ ଟି ୱିକେଟ ନେଇଥିଲେ। ଜବାବରେ କେକେଆର ୨୦ ଓଭରରେ ୮ ୱିକେଟ ହରାଇ ୧୪୮ ରନ ହିଁ କରିପାରିଲା। ଶେଷରେ ରସେଲ ୨୫ ବଲରେ ୪୮ ରନ କରିଥିଲେ ୬ ଟି ଛକା ମାରିଥିଲେ କିନ୍ତୁ ଟିମକୁ ଜିତାଇପାରିନଥିଲେ।

Google

ଲକ୍ଷର ପିଛା କରିବାକୁ ଓହ୍ଲାଇ କେକେଆର ଖରାପ ଆରମ୍ଭ କରିଥିଲା ସାମି ପ୍ରଥମ ଓଭରରେ ଓପନର ସାମ୍ସ ବିଲିଙ୍ଗସ (୪) ଓ ତୃତୀୟ ଓଭରରେ ସୁନୀଲ ନାରିନଙ୍କୁ ଆଉଟ କରିଥିଲେ। ନୀତିସ ରାଣା ମଧ୍ୟ ଜଲ୍ଦି ଆଉଟ ହୋଇଥିଲେ। କେକେଆରର ସ୍କୋର ୧୬ ରନରେ ତିନି ୱିକେଟ ହୋଇଥିଲା।

ଅଧିନାୟକ ଶ୍ରେସର ଅୟର ମଧ୍ୟ ଭଲ ପାରି ଖେଳିପାରିନଥିଲେ। ସେ ୧୫ ବଲରେ ମାତ୍ର ୧୨ ରନ କରି ଯସ ଦୟାଲଙ୍କ ଶିକାର ହୋଇଥିଲେ। ଏହା ପରେ ରୀଙ୍କୁ ସିଂହ ଓ ଭେଙ୍କଟେସ ଅୟର ପାରିକୁ ସମ୍ଭାଳିଥିଲେ। ରୀଙ୍କୁ ୩୫ ରନ କରି ଦୟାଲଙ୍କ ବଲରେ ଓ ଭେଙ୍କଟେସ ୨୮ ରନ କରି ରାଶିଦ ଖାନଙ୍କ ବଲରେ ଆଉଟ ହୋଇଥିଲେ।

Google

ଶେଷ ୬ ଓଭରରେ କେକେଆରକୁ ଜିତିବା ପାଇଁ ୫୮ ରନରଆବଶ୍ୟକତା ଥିଲା। ରସେଲ ୪ ରନ କରି ଆଉଟ ହୋଇଥିଲେ କିନ୍ତୁ ସେହି ବଲ ନୋ ବଲ ହୋଇଥିଲା। ଏହା ପରେ ରସଲ ଧୂଆଁଧାର ବ୍ୟାଟିଙ୍ଗ ଜାରି ରଖିଥିଲେ। ୧୬ ତମ ଓଭରରେ ରାସିଦ ଖାନ ସିଭମ ମାଭିଙ୍କୁ ଆଉଟ କରିଦେଇଥିଲେ। ଆଉ ୨୪ ବଲରେ କେକେଆରକୁ ୪୮ ରନର ଆବଶ୍ୟକତା ଥିଲା। ୧୭ ତମ ଓଭରରେ ସାମୀ ୮ ରନ ଦେଇଥିଲେ। କେକେଆରକୁ ଶେଷ ୨ ଓଭରରେ ୨୯ ରନର ଆବଶ୍ୟକତା ଥିଲା।

୧୯ ତମ ଓଭର ୟସ ଦୟାଲ ପକେଇଥିଲେ ଓ ମାତ୍ର ୧୧ ରନ ଦେଇଥିଲେ। କେକେଆରକୁ ଶେଷ ଓଭରରେ ଜିତିବା ପାଇଁ ୧୮ ରନର ଆବଶ୍ୟକତା ଥିଲା। ରସେଲ ପ୍ରଥମ ବଲରେ ଛକା ମାରି ଦ୍ୱିତୀୟ ବଲରେ ଆଉଟ ହୋଇଥିଲେ ଓ ଏହି ଓଭରରେ ମାତ୍ର ୯ ରନ ହୋଇଥିଲା। ଏହା ପୂର୍ବରୁ ଗୁଜୁରାଟ ପ୍ରଥମେ ବ୍ୟାଟିଙ୍ଗ କରିଥିଲା। ଗିଲ ମାତ୍ର ୭ ରନ କରି ଆଉଟ ହୋଇଥିଲେ ହାର୍ଦିକ ପାଣ୍ଡ୍ୟା ଓ ଋଦ୍ଧିମାନ ସାହା ଦ୍ୱିତୀୟ ୱିକେଟ ପାଇଁ ୭୫ ରନ କରିଥିଲେ। ସାହା ୨୫ ରନ ,ମିଲର ୨୭ ରନ କରିଥିଲେ। ଅଧିନାୟକ ପାଣ୍ଡ୍ୟା ୬୭ ରନର ସୁନ୍ଦର ଅର୍ଦ୍ଧଶତକୀୟ ପାରୀ ଖେଳିଥିଲେ।ରସଲ ୨୦ ତମ ଓଭରରେ ୫ ରନ ଦେଇ ଚାରିଟି ୱିକେଟ ନେଇଥିଲେ। ସାଉଦି ତିନୋଟି ୱିକେଟ ନେଇଥିଲେ, ଉମେଶ ଯାଦବ ଓ ସିଭମ ମାବି ୧-୧ ୱିକେଟ ନେଇଥିଲେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *