GT vs MI: ଜବରଦସ୍ତ ଫର୍ମରେ ଥିବା ଗୁଜରାଟଙ୍କୁ ସାମ୍ନା କରିବ ମୁମ୍ବାଇ! ଜାରି ହେଲା ସମ୍ଭାବ୍ୟ ପ୍ଲେଇଁ ଇଲେଭେନ

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ଆଜି ମ୍ୟାଚ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବାର ଅଛି। ଏହି ମ୍ୟାଚ ମୁମ୍ବାଇର ବ୍ରେଭନ ଷ୍ଟାଡିୟମରେ ଖେଳାଯିବାର ଅଛି । ହାର୍ଦିକଙ୍କ ଟିମ ଗୁଜରାଟ ଏହି ମ୍ୟାଚରେ ବିଜୟ ହାସଲ କରି ପ୍ଲେ ଅଫରେ ପହଁଚିବା ପାଇଁ ଚାହିଁବ ଓ ମୁମ୍ବାଇ ଟିମ ଏହି ମ୍ୟାଚ ଜିତି ଏହି ସିଜନର ଦ୍ୱିତୀୟ ବିଜୟ ହାସଲ କରିବାକୁ ଚାହିଁବ। ଆଇପିଏଲ ୨୦୨୨ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭଲ ରହିନାହିଁ। ଟିମ ୯ ରୁ ଆରମ୍ଭ ୮ଟି ମ୍ୟାଚ ହାରିଯାଇଛି। ମୁମ୍ବାଇ ୮ ମ୍ୟାଚ ହାରିବା ପରେ ପୂର୍ଵ ମ୍ୟାଚରେ ରାଜସ୍ଥାନ ବିରୁଦ୍ଧରେ ପ୍ରଥମ ବିଜୟ ହାସଲ କରିଥିଲା। ଅନ୍ୟ ପଟେ ଗୁଜରାଟ ସୁନ୍ଦର ପ୍ରଦର୍ଶନ କରି ଆସୁଛି। ତେବେ ଆସନ୍ତୁ ଜାଣିବା କଣ ହୋଇପାରେ ଦୁଇ ଟିମର ଚୂଡାନ୍ତ ଏକାଦଶ।

Google

ଗୁଜରାଟ ବିରୁଦ୍ଧରେ ଏହି ମ୍ୟାଚରେ ମୁମ୍ବାଇର ହରେଇବା ପାଇଁ କିଛି ନାହିଁ। ତେଣୁ ଟିମ ଏହି ମ୍ୟାଚରେ କିଛି ନୂଆ ଯୁବ ଖେଳାଳିଙ୍କୁ ମୌକାଦେଇପାରେ। ମୁମ୍ବାଇ ଟିମ ପ୍ରଥମରୁ ବାହାର ହୋଇଯାଇଛି। ପୂର୍ଵ ମ୍ୟାଚରେ ରାଜସ୍ଥାନ ବିରୁଦ୍ଧରେ ଇସାନ କିସନ ଭଲ ଫର୍ମରେ ନଜର ଆସିଥିଲେ। କିନ୍ତୁ ଅଧିନାୟକ ରୋହିତଙ୍କ ଫର୍ମ ଚିନ୍ତାର ବିଷୟ ଅଟେ। ଗୁଜରାଟ ବିରୁଦ୍ଧରେ ମ୍ୟାଚ ଜିତିବା ପାଇଁ ମୁମ୍ବାଇର ବ୍ୟାଟ୍ସମ୍ୟାନଙ୍କ ସହ ବୋଲରଙ୍କୁ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ହେବ।

ଟକର ଦେବ ଗୁଜରାଟ ଟାଇଟନ୍ସ:

୩ ମଇକୁ ଗୁଜରାଟକୁ ପଞ୍ଜାଵ ବିରୁଦ୍ଧରେ ମ୍ୟାଚରେ ପରାଜୟ ମିଳିଥିଲା ତେଣୁ ମୁମ୍ବାଇ ବିରୁଦ୍ଧରେ ଟିମ ପୁଣି ବିଜୟ ଲୟକୁ ଫେରିବାକୁ ପ୍ରୟାସ କରିବ। ତେଣୁ ରୋହିତଙ୍କ ଟିମକୁ ସତର୍କରେ ରହିବାକୁ ହେବ। ଆଇପିଏଲ ୨୦୨୨ରେ ଗୁଜୁରାଟ ଟିମର ପ୍ରଦର୍ଶନ ସୁନ୍ଦର ରହିଛି। ଗୁଜରାଟ ଏବେ ପର୍ଯ୍ୟନ୍ତ ୧୦ ମ୍ୟାଚରୁ ୮ ଟି ମ୍ୟାଚ ଜିତି ୧୬ ଅଙ୍କ ସହ ଶୀର୍ଷରେ ଅଛି। ପ୍ଲେ ଅଫରେ ପହଁଚିବା ପାଇଁ ଗୁଜରାଟକୁ ଗୋଟେ ମ୍ୟାଚ ଆଉ ଜିତିବାର ଅଛି।

Google

ଦୁଇ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ:

ଗୁଜରାଟ ଟାଇଟନ୍ସ: ରିଧିମାନ ସାହା, ଶୁଭମନ ଗିଲ,ହାର୍ଦିକ ପାଣ୍ଡ୍ୟା(ଅଧିନାୟକ),ଡେଭିଡ ମିଲର, ରାହୁଲ ତେବତିୟା, ରାଶିଦ ଖାନ, ଅଲଜରି ଜୋସେଫ, ପ୍ରଦୀପ ସାଂଗବାନ, ଲକି ଫର୍ଗୁସନ, ମହମ୍ମଦ ସାମୀ।

ମୁମ୍ବାଇ ଇଣ୍ଡିଆନ୍ସ: ଇସାନ କିସନ, ରୋହିତ ଶର୍ମା(ଅଧିନାୟକ), ସୂର୍ଯ୍ୟ କୁମାର ଯାଦବ, ତିଲକ ବର୍ମା, ରିତିକ ସୋକିନ, କାୟରନ ପୋଲାଡ଼, ଟିମ ଡେଭିଡ, ଡେନିୟଲ, ସାମସ, ଯଶପ୍ରୀତ ବୁମରା, କୁମାର କାର୍ତିକେୟ, ରାୟଲି ମେରିଡିଥ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *