ଆଇପିଏଲ ୨୦୨୨ ର ପ୍ରାୟ ପ୍ରତ୍ୟେକ ମ୍ୟାଚ ବର୍ତ୍ତମାନ ରୋମାଞ୍ଚକର ହୋଇ ଚାଲିଛି। ଆଇପିଏଲର ୨୪ତମ ମ୍ୟାଚ ଏବଂ ଏହା ଥିଲା ଗୁଜୁରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲସ ମଧ୍ୟରେ। ଡି.ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ରୋମାଞ୍ଚକର ମ୍ୟାଚକୁ ଗୁଜୁରାଟ ଟାଇଟନ୍ସ ୩୭ ରନରେ ଜିତି ନେଇଛି।

ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ ରାଜସ୍ଥାନ ରୟାଲସ ଅଧିନାୟକ ହାର୍ଦିକ ପାଣ୍ଡ୍ୟା। ବ୍ୟାଟିଂର ଆମନ୍ତ୍ରଣ ପାଇ ବ୍ୟାଟିଂ କରିବାକୁ ଆସିଥିବା ଗୁଜୁରାଟ ଦଳ ଦ୍ରୁତ ସ୍କୋରିଙ୍ଗ ଆରମ୍ଭ କରି ପାରି ନଥିଲେ। ଓପନର ମ୍ୟାଥୁ ୱାଡେ ମାତ୍ର ୧୨ ରନ କରି ରନ ଆଉଟ ହୋଇଥିବା ବେଳେ ଶୁଭମନ ଗିଲ ମାତ୍ର ୧୩ ରନ କରି ରିୟାନ ପରାଗଙ୍କ ବଲରେ କ୍ୟାଚ ହୋଇଥିଲେ। ଦଳ ମାତ୍ର ୧୫ ରନ୍ ରେ ଦୁଇଟି ଉଇକେଟ ହରାଇ ସାରିଥିଲା।
ଏହାପ୍ରର ବିଜୟ ଶଙ୍କର ମାତ୍ର ୨ ରନ କରି ଆଉଟ ହେବା ପରେ ହାର୍ଦିକ ପାଣ୍ଡ୍ୟା ନିଜର ଅଧିନାୟକ ପାରି ଖେଳିଥିଲେ। ସେ ୫୨ ବଲରୁ ୮୭ ରନ ସଂଗ୍ରହ କରିଥିଲେ। ତାଙ୍କ ସହ ସାଥ ଦେଇଥିଲେ ଡେଭିଡ ମିଲର ଏବଂ ଅଭିନବ ମନୋହର। ଅଭିନବ ମନୋହର ୨୮ ବଲରୁ ୪୩ ରନ ସଂଗ୍ରହ କରିଥିଲା ବେଳେ ଡେଭିଡ ମିଲର ୧୪ ବଲରୁ ୩୧ ରନ ସଂଗ୍ରହ କରିଥିଲେ।
ଯାହାଦ୍ୱାରା ଦଳ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା। ଗୁଜୁରାଟ ଟାଇଟନ୍ସ ନିଜର ୪ ଟି ଉଇକେଟ ହରାଇ ୧୯୨ ରନ ସଂଗ୍ରହ କରିଥିଲା। ରାଜସ୍ଥାନ ପକ୍ଷରୁ କୁଳଦୀପ ସେନ, ୟୁଜଭେଂନ୍ଦ୍ର ଚହଲ ଏବଂ ରିୟମ ପରାଗ ଗୋଟିଏ ମାତ୍ର ଉଇକେଟ ପାଇଥିଲେ। ଏହାପରେ ରାଜସ୍ଥାନ ରୟାଲସର ଓପନର ଦ୍ରୁତ ଆରମ୍ଭ କରିଥିଲେ ମଧ୍ୟ ମାତ୍ର ୨୮ ରନରେ ଦେବିଦତ୍ତ ପାଦିଲକଲ ପ୍ରଥମ ବଲରେ ହିଁ ଆଉଟ ହୋଇ ଯାଇଥିଲେ। ପ୍ରଥମ ଉଇକେଟର ପତନ ପରେ ରାଜସ୍ଥାନର ଗୋଟେ ପରେ ଗୋଟେ ୱିକେଟ ଗଳିଥିଲା।
RuPay On-The-Go 4s of the Match between @rajasthanroyals and @gujarat_titans is Hardik Pandya.#TATAIPL @RuPay_npci #RuPayOnTheGoFours #RRvGT pic.twitter.com/UpNwRZJ996
— IndianPremierLeague (@IPL) April 14, 2022
ଜୋସ ଵଟଲର ଦଳ ତରଫରୁ ସର୍ବାଧିକ ୨୪ ବଲରୁ ୫୪ ରନ ହାସଲ କରିଥିଲେ। ସଂଜୁ ସାମସନ ମାତ୍ର ୧୧ ବଲରୁ ୧୧ ରନ ସଂଗ୍ରହ କରିଥିବା ବେଳେ ସିମ୍ରନ ହେଟମେୟର ୧୭ ବଲରୁ ମାତ୍ର ୨୯ ରନ ସଂଗ୍ରହ କରିଥିଲେ। ଅନ୍ୟ ଖେଳାଳିଙ୍କ ପ୍ରଦର୍ଶନ ଅତ୍ୟନ୍ତ ସନ୍ତୋଷଜନକ ଥିଲା। ଗୁଜୁରାଟ ପକ୍ଷରୁ ୟସ ଦୟାଲ ୪ ଓଭରରେ ୪୦ ରନସଂଗ୍ରହ କରି ୩ ଟି ୱିକେଟ ଅକ୍ତିଆର କରିଥିଲେ ଏବଂ ଲକୀ ଫରଗୁସନ ୪ ଓଭରରେ ୨୩ ରନ ଦେଇ ୩ ଟି ୱିକେଟ ଅକ୍ତିଆର କରିଥିଲେ। ଏହା ବ୍ୟତୀତ ମହମ୍ମଦ ସାମୀ ଏବଂ ହାର୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ରାଜସ୍ଥାନ ରୟାଲସ ସମ୍ପୂର୍ଣ୍ଣ ୨୦ ଓଭରରେ୧୫୫ ରନ କରିବାକୁ ସମର୍ଥ ହୋଇଥିଲା। ହାର୍ଦିକ ପାଣ୍ଡ୍ୟା ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେ ୫୨ ବଲରୁ ୮୭ ରନ ସଂଗ୍ରହ କରିଥିଲେ ଯେଉଁଥିରେ କି ୮ ଟି ଚୌକା ଏବଂ ୪ ଟି ଛକା ସାମିଲ ଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।