ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ର ୪୦ ତମ ମ୍ୟାଚ ଆଜି ବୁଧବାରକୁ ଗୁଜୁରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବାର ଅଛି। ଏହି ମ୍ୟାଚ ମୁମ୍ବାଇର ୱାନଖଡେ ଷ୍ଟାଡିୟମରେ ଖେଳାଯିବ। ଦୁଇ ଟିମ ଆଇପିଏଲ ୨୦୨୨ରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। କେନ ୱିଲିୟମସନଙ୍କ ଅଧିନାୟକତ୍ୱ ହାଇଦ୍ରାବାଦ ଟିମ ଆଇପିଏଲ ୨୦୨୨ରେ ନିଜର ପ୍ରଥମ ଦୁଇଟି ମ୍ୟାଚ ହାରିବା ପରେ ଲୟ ସହ ଲଗାତର ୫ ଟି ମ୍ୟାଚ ଜିତିଥିଲା। ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ଟିମ ଗୁଜୁରାଟ ଏହି ସିଜନରେ ସୁନ୍ଦର ପ୍ରଦର୍ଶନ କରୁଛି। ତାକୁ ହରାଇବା ବିପକ୍ଷ ଟିମ ପାଇଁ ବହୁତ କଷ୍ଟ ହୋଇପଡିଛି। ଆସନ୍ତୁ ଜାଣିବା କଣ ହୋଇପାରେ ଦୁଇ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ। ତେବେ ଏହି ମ୍ୟାଚ ଆଜି ରୋମାଂଚକର ହୋଇପାରେ। ଦୁଇ ଦଳରେ ବଡ଼ ବଡ଼ ହିଟର ବ୍ୟାଟ୍ସମାନ ଅଛନ୍ତି। ପୁରନ, ପାଣ୍ଡ୍ୟା,ରାଶିଦ, ମିଲର ଭଳି ଖେଳାଳି ଆଜି ନଜର ଆସିପାରନ୍ତି।

ଆଇପିଏଲ ୨୦୨୨ରେ ସନରାଇଜର୍ସ ହାଇଦ୍ରାବାଦର ଆରମ୍ଭ ଭଲ ରହିନଥିଲା। ଟିମ ଆରମ୍ଭ ଦୁଇଟି ମ୍ୟାଚ ହାରିଯାଇଥିଲା କିନ୍ତୁ ପରେ ଲଗାତର ୫ ଟି ମ୍ୟାଚ ଜିତିଥିଲା।ହାଇଦ୍ରାବାଦର ବିଜୟରେ ପୁରା ଟିମ ସହଯୋଗ କରିଛି।ହାଇଦ୍ରାବାଦ ଅଙ୍କ ତାଲିକାରେ ୧୦ ଅଙ୍କ ସହ ତୃତୀୟ ସ୍ଥାନରେ ଅଛି। ଟିମ ଏବେ ପର୍ଯ୍ୟନ୍ତ ୭ ଟି ମ୍ୟାଚରୁ ୫ ଟି ଜିତିଥିବା ବେଳେ ଦୁଇଟି ହାରିଛି।
ସୁନ୍ଦର ଫର୍ମରେ ଗୁଜୁରାଟ ଟାଇଟନ୍ସ:
ଗୁଜୁରାଟ ଟାଇଟନ୍ସ ଆଇପିଏଲ ୨୦୨୨ରେ ଲଗାତର ଭଲ ପ୍ରଦର୍ଶନ କରିଚାଲିଛି। ଟିମ ଅନେକ ବଡ଼ ଟିମକୁ ହରାଇବାରେ ସଫଳ ରହିଛି।ଟିମ ଏବେ ପର୍ଯ୍ୟନ୍ତ ଆଇପିଏଲ ୨୦୨୨ରେ ୭ ଟି ମ୍ୟାଚରୁ ୬ ଟି ମ୍ୟାଚ ଜିତିଛି। ୧୨ ଅଙ୍କ ସହ ଟିମ TOP-4 ରେ ଅଛି। ୧୧ ଏପ୍ରିଲକୁ ଯେବେ ଏହି ଦୁଇ ଟିମଙ୍କ ମଧ୍ୟରେ ମ୍ୟାଚ ହୋଇଥିଲା ହାଇଦ୍ରାବାଦ ଟାଇଟନ୍ସକୁ ୮ ୱିକେଟରେ ହରାଇଥିଲା। ଏହା ଏହି ସିଜନରେ ଦୁଇ ଟିମଙ୍କ ମଧ୍ୟରେ ଦ୍ୱିତୀୟ ମ୍ୟାଚ ଅଟେ।

ଦୁଇ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ:
ଗୁଜୁରାଟ ଟାଇଟନ୍ସ: ରିଧିମାନ ସାହା, ଶୁଭମନ ଗିଲ, ହାର୍ଦିକ ପାଣ୍ଡ୍ୟା(ଅଧିନାୟକ), ଡେଭିଡ ମିଲର, ରାହୁଲ ତେବତିୟା, ରାଶିଦ ଖାନ, ଅଭିନବ ମନୋହର, ଲକି ଫର୍ଗୁସନ, ଅଲଜରି ଜୋସେଫ,ୟସ ଦୟାଲ ଓ ମହମ୍ମଦସାମୀ।
ହାଇଦ୍ରାବାଦ: ଅଭିଷେଖ ଶର୍ମା, କେନ ୱିଲିୟସସନ(ଅଧିନାୟକ),ରାହୁଲ ତ୍ରିପାଠୀ,ଆଡ଼ମ ମାର୍କମ, ନିକୋଲସ ପୁରନ, ସସାଙ୍କ ସିଂହ, ଜଗଦିସ ସୁଚିତ, ଭୁବନେଶ୍ୱର କୁମାର ,ମାର୍କୋ ଜାନସନ ,ଟି ନଟରାଜନ, ଉମରାନ ମଲ୍ଲିକ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।