GT vs CSK: ରୋମାଂଚକ ମ୍ୟାଚରେ ବାଜି ମାରିଲା ଗୁଜୁରାଟ! ମିଲର ଏବଂ ରାଶିଦ ବନିଲେ ମ୍ୟାଚର ହିରୋ!

ବ୍ୟୁରୋ ରିପୋର୍ଟ: ସିଏସକେର ଆଇପିଏଲ ୨୦୨୨ରେ ଏହା ପଞ୍ଚମ ପରାଜୟ ଅଟେ। ଟିମ ଏବେ ପର୍ଯ୍ୟନ୍ତ ଗୋଟେ ହିଁ ମ୍ୟାଚ ଜିତିଛି। ସିଏସକେକୁ ଗୁଜୁରାଟ ରବିବାରକୁ ଖେଳିଥିବା ମ୍ୟାଚରେ ୩ ୱିକେଟରେ ହରାଇଛି। ଏହି ମ୍ୟାଚରେ ସିଏସକେ ଆଗ ବ୍ୟାଟିଙ୍ଗ କରି ୫ ଟି ୱିକେଟ ହରାଇ ୧୬୯ ରନ କରିଥିଲା। ଗୁଜୁରାଜ ଗାୟକୱାଡ଼ ଫର୍ମ ହାସଲ କଲେ ଓ ସିଜନର ପ୍ରଥମ ଅର୍ଦ୍ଧଶତକ ମାରିଲେ। ହାର୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତରେ ଗୁଜୁରାଟ ଟିମ ଲକ୍ଷ୍ୟକୁ ୧୯.୫ ଓଭରରେ ହାସଲ କରିନେଇଥିଲା।ଗୁଜୁରାଟ ଏହି ଆଇପିଏଲରେ ୬ ରୁ ୫ ଟି ମ୍ୟାଚ ଜିତିଛି।

Google

ଟାର୍ଗେଟର ପିଛା କରିବାକୁ ଓହ୍ଲାଇ ଗୁଜୁରାଟର ଆରମ୍ଭ ବହୁତ ଖରାପ ରହିଲା। ପ୍ରଥମ ଓଭରରେ ହିଁ ମୁକେସ ଶୁଭମନ ଗିଲଙ୍କୁ ଆଉଟ କରିଦେଇଥିଲେ।ଏହା ପରେ ଦ୍ୱିତୀୟ ଓଭରରେ ତୀକ୍ଷଣା ବିଜୟ ଶଙ୍କରଙ୍କୁ ମଧ୍ୟ ଆଉଟ କରିଦେଇଥିଲେ। ଏହା ପରେ ରିଧିମାନ ସାହା ୧୧ ଓ ମନୋହର ୧୨ ରନ କରି ଆଉଟ ହୋଇଥିଲେ। ଟିମର ସ୍କୋର ୮ ଓଭରରେ ୪୮ ରନରେ ୪ ୱିକେଟ ଥିଲା।

ତେବଟିୟା ଓ ମିଲର ପାରିକୁ ସମ୍ଭାଳିଥିଲେ:

ଗୋଟେ ସମୟରେ ଗୁଜୁରାଟ ଜଲ୍ଦି ଅଲଆଉଟ ହେବାର ଲାଗୁଥିଲା କିନ୍ତୁ ତେବତିୟା ଓ ମିଲର ପାରିକୁ ସମ୍ଭାଳିଲେ। ଦୁହେଁ ୫ ମ ୱିକେଟ ପାଇଁ ୩୯ ରନର ପାର୍ଟନରସିପ କରିଥିଲେ। ତେବତିୟା ୬ ରନ କରି ଆଉଟ ହୋଇଗଲେ। କିନ୍ତୁ ମିଲର ଅଟକିଲେ ନାହିଁ ଓ ସୁନ୍ଦର ଅର୍ଦ୍ଧଶତକ ପୁରା କଲେ। ୧୫ ଓଭରରେ ଟିମର ସ୍କୋର ୫ ୱିକେଟରେ ୧୦୮ ଥିଲା। ଜିତିବା ପାଇଁ ଆଉ ୩୦ ବଲରେ ୬୨ ରନର ଆବଶ୍ୟକତା ଥିଲା।

Google

ରାଶିଦ ଖେଳିଲେ ସୁନ୍ଦର ପାରି:

୧୬ ତମ ଓଭରରେ ତୀକ୍ଷଣା ୧୦ ରନ ଦେଲେ ଆଉ ୨୪ ବଲରେ ୫୨ ରନ ଜିତିବା ପାଇଁ ଆବଶ୍ୟକ ଥିଲା। ୧୭ ତମ ଓଭରରେ ବ୍ରାଭୋ ମାତ୍ର ୪ ରନ ଦେଲେ ଓ ଜିତିବା ପାଇଁ ଆଉ ୧୮ ବଲରେ ୪୮ ରନର ଆବଶ୍ୟକତା ଥିଲା। ୧୮ ତମ ଓଭରରେ ରାଶିଦ ଜୋର୍ଡନଙ୍କୁ ତିନୋଟି ଛକା ଓ ଗୋଟେ ଚୌକା ମାରିଥିଲେ ଓ ଏହି ଓଭରରେ ୨୫ ରନ ହୋଇଥିଲା।

ଦୁଇ ଓଭରରେ ଜିତିବା ପାଇଁ ୨୩ ରନର ଆବଶ୍ୟକତା ଥିଲା:

୧୯ ତମ ଓଭର ବ୍ରାଭୋ ଵୋଲିଙ୍ଗ କରିଥିଲେ, ଏହି ଓଭରରେ ଗୋଟେ ଚୌକା ରାଶିଦ ମାରିଥିଲେ କିନ୍ତୁ ପଞ୍ଚମ ବଲରେ ଆଉଟ ହୋଇଯାଇଥିଲେ ଓ ୬ ନମ୍ବର ବଲରେ ଜୋସେଫ ଆଉଟ ହୋଇଥିଲେ। ଏହିପରି ଏହି ଓଭରରେ ୧୧ ରନ ହୋଇଥିଲା। ରାଶିଦ ୨୧ ବଲରେ ୪୦ ରନ କରିଥିଲେ। ଶେଷ ଓଭର ଜୋର୍ଡନ ପକାଉଥିଲେ ଓ ସେ ପ୍ରଥମ ଦୁଇଟି ବଲ ଡ଼ଟ କରିଥିଲେ। ତୃତୀୟ ବଲରେ ମିଲର ଛକା ମାରିଥିଲେ। ଏହା ପରେ ନୋ ବଲ ପକେଇଥିଲେ ଓ ଆଉ ୩ ବଲରେ ଜିତିବା ପାଇଁ ୬ ରନର ଆବଶ୍ୟକତା ଥିଲା। ଚତ୍ରୁର୍ଥ ବଲରେ ମିଲର ଚୌକା ମାରିଥିଲେ ଓ ପଞ୍ଚମ ବଲରେ ଦୁଇ ରନ ନେଇ ମ୍ୟାଚ ଜିତାଇଦେଇଥିଲେ।

Google

ସିଏସକେକୁ ଲାଗିଥିଲା ଆରମ୍ଭରୁ ଦୁଇଟି ଝଟକା:

ସିଏସକେର ଆରମ୍ଭ ଭଲ ରହିନଥିଲା,୩୨ ରନର ଟିମ ରବିନ ଉଥାପା ଓ ମୋଇନ ଅଲ୍ଲୀଙ୍କ ୱିକେଟ ହରାଇଦେଇଥିଲା। ଏହା ପରେ ଗାୟକୱାଡ଼ ଓ ରାୟୁଡୁ ପାରିକୁ ସମ୍ଭାଳିଥିଲେ ଓ ତୃତୀୟ ୱିକେଟ ପାଇଁ ୯୨ ରନର ପାର୍ଟନରସିପ କରିଥିଲେ। ଏହା ପରେ ରାଇଡୁ ୩୧ ବଲରେ ୪୬ କରି ଓ ଋତୁରାଜ ୪୮ ବଲରେ ୭୩ ରନ କରି ଆଉଟ ହୋଇଗଲେ।ଶେଷରେ ଅଧିନାୟକ ଜାଡେଜା ୧୨ ବଲରେ ୨୨ ଓ ଦୁବେ ୧୭ ବଲରେ ୧୯ ରନ କରିଥିଲେ।ଏହିପରି ସିଏସକେ ୧୬୯ ରନ କରିଥିଲା। ଗୁଜୁରାଟ ତରଫରୁ ସାମୀ ୨୦ ରନ ଦେଇ ଗୋଟେ ୱିକେଟ,ଅଲଜରି ଜୋସେଫ ୩୪ ରନ ଦେଇ ଦୁଇଟି ୱିକେଟନେଇଥିଲେ। ଲକି ଫର୍ଗୁସନ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ଓ ସେ ୪ ଓଭରରେ ୪୬ ରନ ଦେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.