GT vs RCB: ତେବଟିୟା ଏବଂ ମିଲରଙ୍କ ଆକର୍ଷଣୀୟ ପାରିରେ ଗୁଜରାଟ ପାଇଲା ୮ମ ବିଜୟ! ପ୍ଲେ ଅଫ ରେସରେ ଅଡ଼ୁଆରେ RCB!

ବ୍ୟୁରୋ ରିପୋର୍ଟ: ଗୁଜରାଟ ଟାଇଟନ୍ସ ଆଇପିଏଲ ୨୦୨୨ରେ ଶନିବାରକୁ ଅଷ୍ଟମ ବିଜୟ ହାସଲ କରିଛି। ଟିମ ଏହି ମ୍ୟାଚରେ ଆରସିବିକୁ ୬ ୱିକେଟରେ ହରାଇଛି। ଆରସିବିର ଏହା ୧୦ ମ୍ୟାଚରେ ପଞ୍ଚମ ପରାଜୟ ଅଟେ। ଆରସିବି ପ୍ରଥମେ ବ୍ୟାଟିଙ୍ଗ କରି ୬ ୱିକେଟ ହରାଇ ୧୭୦ ରନ କରିଥିଲା। ବିରାଟ କୋହଲି ଏହି ସିଜନର ପ୍ରଥମ ଅର୍ଦ୍ଧଶତକ ମାରିଛନ୍ତି। ତାଙ୍କ ସହ ରଜତ ପାଟିଦର ମଧ୍ୟ ଅର୍ଦ୍ଧଶତକ ମାରିଥିଲେ। ଜବାବରେ ଗୁଜୁରାଟ ଲକ୍ଷ୍ୟକୁ ୧୯.୩ ଓଭରରେ ୪ ୱିକେଟ ହରାଇ ହାସଲ କରିନେଲା।

Google

ଟାର୍ଗେଟର ପିଛା କରିବାକୁ ଓହ୍ଲାଇଥିବା ଗୁଜରାଟକୁ ଓପନର ରିଧିମାନ ଶାହା ଓ ଶୁଭମନ ଗିଲ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ପ୍ରଥମ ୱିକେଟ ପାଇଁ ୭.୩ ଓଭରରେ ୫୧ ରନ ଯୋଡିଥିଲେ। ଶାହା ୨୨ ବଲରେ ୨୯ ରନ କରି ୱାନିନ୍ଦୁ ହସରଙ୍ଗାଙ୍କ ବଲରେ ଆଉଟ ହୋଇଥିଲେ। ଏହା ପରେ ଗିଲ ୨୮ ବଲରେ ୩୧ ରନ କରି ସାହବାଜ ଅହମ୍ମଦଙ୍କ ବଲରେ ଆଉଟ ହୋଇଥିଲେ।

ଅଧିନାୟକ ହାର୍ଦିକ ପାଣ୍ଡ୍ୟା ହେଲେ ଅସଫଳ:

୪ ନମ୍ବରରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିବା ଅଧିନାୟକ ହାର୍ଦିକ ପାଣ୍ଡ୍ୟା ବଡ଼ ପାରି ଖେଳିପାରିନଥିଲେ। ସେ ୫ ବଲରେ ୩ ରନ କରି ଆଉଟ ହୋଇଥିଲେ। ତାଙ୍କୁ ସାହବାଜ ଆଉଟ କରିଥିଲେ। ଏହାପରେ ସାଇ ସୁଦର୍ଶନ ୧୪ ବଲରେ ୨୦ ରନ କରି ଆଉଟ ହୋଇଥିଲେ ଓ ତାଙ୍କୁ ହସରଙ୍ଗା ଆଉଟ କରିଥିଲେ। ଟିମ ୯୫ ରନର ୪ ଟି ୱିକେଟ ହରାଇଥିଲା। ଏହା ପରେ ଟିମକୁ ଡେଭିଡ ମିଲର ଓ ରାହୁଲ ତେବଟିୟା ସମ୍ଭାଳିଥିଲେ। ଟିମ ୧୪ ଓଭରରେ ୧୦୦ ରନ ପୁରା କରିଥିଲା।

Google

ହେଜଲଉଡ଼ ଦେଇଥିଲେ ୧୭ ରନ:

ଗୁଜରାଟ ଟାଇଟନ୍ସକୁ ଶେଷ ୩୦ ବଲରେ ଜିତିବା ପାଇଁ ୫୮ ରନର ଆବଶ୍ୟକତା ଥିଲା। ହାତରେ ୬ ଟି ୱିକେଟ ବାକିଥିଲା। ୧୬ ତମ ଓଭରରେ ମହମ୍ମଦ ସିରାଜ ୧୫ ରନ ଦେଇଥିଲେ। ୧୭ ତମ ଓଭରରେ ହର୍ଷଲ ପଟେଲ ୭ରନ ଦେଇଥିଲେ।୧୮ ତମ ଓଭର ହେଜଲଉଡ଼ ପକାଇଲେ ଓ ୧୭ ରନ ଦେଇଦେଲେ।

୧୨ ବଲରେ ଜିତିବା ପାଇଁ ୧୯ ରନର ଆବଶ୍ୟକତା ଥିଲା:

ଗୁଜୁରାଟକୁ ଜିତିବା ପାଇଁଶେଷ ୧୨ ବଲରେ ୧୯ ରନର ଆବଶ୍ୟକତା ଥିଲା। ୧୯ ତମ ଓଭରରେ ହର୍ଷଲ ପଟେଲ ୧୨ ରନ ଦେଇଥିଲେ କାରଣ ଶେଷ ବଲରେ ରାହୁଲ ତେବଟିୟା ଛକା ମାରିଥିଲେ। ଶେଷ ଓଭରର ତୃତୀୟ ବଲରେ ତେବଟିୟା ଚୌକା ମାରି ଟିମକୁ ଜିତାଇଥିଲେ।ତେବତିୟା ୨୫ ବଲରେ ୪୩ ରନ କରି ନଟଆଉଟ ଓ ମିଲର ୨୪ ବଲରେ ୩୯ ରନ କରି ନଟଆଉଟ ରହିଥିଲେ।

Google

ଡୁ ପ୍ଲେସି ବିନା ରନ କରି ଆଉଟ:

ପ୍ରଥମେ ବ୍ୟାଟିଙ୍ଗ କରୁଥିବା ଆରସିବିର ଆରମ୍ଭ ଭଲ ରହିନଥିଲା। ଅଧିନାୟକ ଫାଫ ଫୁ ପ୍ଲେସି ଶୂନ୍ୟରେ ଆଉଟ ହୋଇଥିଲେ ଓ ତାଙ୍କ ୱିକେଟ ପ୍ରଦୀପ ସାଙ୍ଗୱାନ ନେଇଥିଲେ। ଏହା ପରେ ବିରାଟ କୋହଲି ଓ ରଜତ ପାଟିଦାର ଟିମକୁ ସମ୍ଭାଳିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ ପାଇଁ ୯୯ ରନର ପାର୍ଟନରସିପ କରିଥିଲେ। ପାଟିଦର ୫୨ ରନର ଅର୍ଦ୍ଧଶକୀୟ ପାରି ଖେଳି ଆଉଟ ହୋଇଥିଲେ।

କୋହଲି ମଧ୍ୟ ଅର୍ଦ୍ଧଶତକ ପୁରା କରିଥିଲେ:

ଏହି ସିଜନରେ କୋହଲି ୧୦ମ ମ୍ୟାଚରେ ପ୍ରଥମ ଅର୍ଦ୍ଧଶତକ ହାସଲ କଲେ। ସେ ୬ ଟି ଚୌକା ଓ ଗୋଟେ ଛକା ଦ୍ଵାରା ୫୩ବଲରେ ୫୮ ରନ କରି ଆଉଟ ହେଲେ। ଏହା ପରେ ମାକ୍ସୱେଲ ୧୮ ବଲରେ ୩୩ ଓ ମହିପାର ଲୋମରୋର ୮ ବଲରେ ୧୬ ରନ କରିଥିଲେ ଓ ଆରସିବି ୧୭୦ କରିପାରିଥିଲା। ଗୁଜୁରାଟ ପାଇଁ ସାଙ୍ଗୱାନ ୨ ଟି, ସାମୀ, ଜୋସେଫ, ରାଶିଦ ଖାନ ଓ ଲକି ଫର୍ଗୁସନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.